Advertisment

ଭୁଲ୍‌ ହେଲା ଏକଜିଟ୍‌ ପୋଲ୍‌ ଆକଳନ, ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।

author-image
Santosh Kumar Sahoo
undefined

Haryana BJP

ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍...ଯାହା କେବେ ହୋଇ ନଥିଲା ତାକୁ ପୁଣି କରି ଦେଖାଇଲା ମୋଦି ମ୍ୟାଜିକ୍...ପୂର୍ବଠୁ ଆହୁରି ବଡ଼, ଦୃଢ଼, ବିଶାଳ ବିଜୟ...ଭୋଟ୍ ପୂର୍ବରୁ ତଥାକଥିତ ପରାଜୟ ହାୱା ଆଶ୍ଚର୍ଯ୍ୟଜନକ ଭାବେ ବିଜୟର ଆନ୍ଧିରେ ବଦଳିଯିବା ପରର ଦୃଶ୍ୟ ଇଏ । ପଦ୍ମ ଶିବିରରେ ଜବରଦସ୍ତ ବିଜୟ ଉତ୍ସବ । ଦିଲ୍ଲୀକୁ ଲାଗିଥିବା ୯୦ ଆସନ ବିଶିଷ୍ଟ ଏଇ ରାଜ୍ୟରେ ବିଜେପି ଏକାକି କ୍ଷମତାର କୁହୁକ ସଂଖ୍ୟା ପାର୍ କରୁ କରୁ ସେଲିବ୍ରେସନରେ ମାତି ଯାଇଥିଲେ ନେତା ଓ କର୍ମୀ, ତ ଲୋକାରଣ୍ୟ ହୋଇଯାଇଥିଲା ବିଜେପି ବିଜୟର ନାୟକ ସାଜିଥିବା ସିଏମ୍ ନାଏବ୍ ସିଂ ସୈନୀଙ୍କ ବାସଭବନ । ଆଉ ଖୋଦ୍ ଲଡୱା ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ସୈନୀଙ୍କ ବିଜୟ ଘୋଷଣା ଉଲ୍ଲାସକୁ ଦ୍ବିଗୁଣା କରି ଦେଇଥିଲା ।

Advertisment

ବିଜେପି ପାଇଁ ଏ ବିଜୟ ବିଲକୁଲ୍ ସହଜ ନଥିଲା । ୧୦ ବର୍ଷର ବିଜେପି ସରକାର ପ୍ରତି ହାୱା ବିପରୀତ ଦିଗରେ ବହୁଥିଲା । ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପ୍ରତି ଲୋକପ୍ରିୟତା ସର୍ବନିମ୍ନ ସ୍ତରରେ ଥିଲା, ଆଣ୍ଟି ଇନକମ୍ବେନସି ସହିତ ଲମ୍ବା ସମୟ ଧରି ଚାଷୀଙ୍କ ଆକ୍ରୋଶ, ପହିଲମାନଙ୍କ ରୋଷ, ଅଗ୍ନିବୀର ଯୋଜନାକୁ ନେଇ ଅସନ୍ତୋଷ, ଏସବୁ ବଡ଼ ବଡ଼ ମୁଦ୍ଦା ନିର୍ବାଚନୀ ମୁଦ୍ଦା ଥିଲା । ଏସବୁ ବାଦ୍ ତମାମ ଏକଜିଟ୍ ପୋଲ୍ ସର୍ଭେ ବି କଂଗ୍ରେସର ବିପୁଳ ବିଜୟର ପୂର୍ବାନୁମାନ୍ କରିଥିଲେ । ହେଲେ ଜନତା କିନ୍ତୁ ଏ ସବୁଥିରେ ଯେମିତି ବିଲକୁଲ୍ ନଥିଲେ । ଏକଜିଟ୍ ପୋଲ୍ ଆକଳନ ଅନୁରୂପ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ୍ କଂଗ୍ରେସକୁ ବିଜେପିଠୁ ଢେର୍ ଆଗରେ ରଖିଥିଲେ ବି, ୧୦ଟା ହେଉ ହେଉ କିନ୍ତୁ ପୂରା ପଲଟି ଯାଇଥିଲା ବାଜି ।

ଅଚାନକ ବିଜୟ ବିଜେପି ଆଡକୁ ସିଫ୍ଟ ହେବା ପରେ ସେଲିବ୍ରେସନରେ ମାତିଯାଇଥିବା କଂଗ୍ରେସ ଶିବିରରେ ଖେଳିଯାଇଥିଲା ନିରାଶାର ଛାଇ । ରାହୁଲ ଗାନ୍ଧୀ ଓ ତମାମ କେନ୍ଦ୍ରୀୟ ନେତାଙ୍କ ହୁଙ୍କାର ସତ୍ତ୍ବେ ଭାଙ୍ଗି ଚୁରମାର୍ ହୋଇଯାଇଥିଲା ୧୦ ବର୍ଷ ପରେ କଂଗ୍ରେସର ହରିୟାଣା ଦଖଲ ସ୍ବପ୍ନ । ହରିୟାଣା ରାଜନୈତିକ ଇତିହାସରେ, କେବେ ବି କୌଣସି ଦଳ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିନଥିଲା । ହେଲେ ୨୦୧୪ ଓ ୨୦୧୯ ତୁଳନାରେ ବିଜେପିର ଏ ସବୁଠୁ ବଡ଼ ବିଜୟ ପଛର କାରଣ କ’ଣ ।

Advertisment

ନଜର ପକାନ୍ତୁ ଟପ୍ ଫାଇବ୍ ଫ୍ୟାକ୍ଟର ଉପରେ 

୧: ଲୋକସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଥିବା ଜାଟ୍ ଭୋଟକୁ ବିଜେପି ନିଜ ସପକ୍ଷକୁ ଆଣିବାରେ ସଫଳ ହେବା
୨: ସହରାଞ୍ଚଳ ଭୋଟରଙ୍କ ଉପରେ ପ୍ରଭାବକୁ ଅକ୍ଷୁଣ୍ଣ ରଖିବା
୩-ଅହିରୱାଲ ଅଞ୍ଚଳରେ ଥିବା ନିଜ ଦବଦବାରେ ଆଞ୍ଚ ଆଣିବାକୁ ନଦେବା
୪- ଭୋଟରଙ୍କ ନାଡ଼ି ଚିପି ନିର୍ବାଚନର ବର୍ଷକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ମନୋହର ଲାଲ୍ ଖଟ୍ଟରଙ୍କ ସ୍ଥାନରେ ନାୟବ ସିଂ ସୈନୀଙ୍କୁ ଆଣିବା
୫- ନିଜ ଦଳରେ ଥିବା ଗୋଷ୍ଠୀ ବିବାଦକୁ ଦୂରେଇ କଂଗ୍ରେସରେ ଥିବା ଗୋଷ୍ଠୀବିବାଦରୁ ଭରପୁର ଫାଇଦା ନେବା

କ୍ଷମତା ଦଖଲର ସ୍ବପ୍ନ ଦେଖୁଥିବା କଂଗ୍ରେସ ମ୍ୟାଜିକ୍ ନମ୍ବରଠୁ ଢେର ତଳେ ରହିଯାଇଥିବା ବେଳେ କିଲୋଇରୁ ପ୍ରାର୍ଥୀ ହୋଇଥିବା ଭୁପିନ୍ଦର ସିଂ ହୁଡା ବିଜୟ ଲାଭ କରିଛନ୍ତି। ସେହିପରି ଜୁଲାନା ସିଟରୁ ଦଳ ପାଇଁ ଲଢୁଥିବା କୁସ୍ତିଯୋଦ୍ଧା ଭିନେଶ୍ ଫୋଗଟ୍, କୈଥାଲାରୁ ରଣଦୀପ ସୂର୍ଯେୱାଲାଙ୍କ ପୁଅ ଆଦିତ୍ୟ ସୂର୍ଯେୱାଲା ଜିତିଥିବା ବେଳେ ହିସାରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ସାବିତ୍ରୀ ଜିନ୍ଦଲ ବି ଜିତିଛନ୍ତି ।

BJP Haryana Exit Poll
Advertisment
Advertisment