• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ । ଏବେଠୁ ଆଗାମୀ ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇ ଦଳର ବିଧାୟକ ଓ ସାଂସଦଙ୍କୁ ଏଭଳି ବଡ଼ ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଦିନିକିଆ ଗସ୍ତରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ସହ ଭୁବନେଶ୍ୱରରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

୧୫ ଦିନିଆ ୱାର୍କ ଚାର୍ଟ ବନାଅ .. ରାଜ୍ୟ ସଭାପତିଙ୍କ ନିକଟରେ ଦାଖଲ କର । ପ୍ରତିଦିନ କିଛି ଲୋକଙ୍କ ପାଖକୁ ଯାଅ .. ସଦସ୍ୟତା ଅଭିଯାନ ଜରିଆରେ ସଂଗଠନ ମଜଭୁତ କର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଓ ସାଂସଦମାନଙ୍କୁ ଆଜି କାମ କରିବାର ତରିକା ଶିଖାଇଛନ୍ତି, ଆଉ ଥରେ ଜିତିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାର ମନ୍ତ୍ର ବି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

ନିଜ ଭିତରେ ଦକ୍ଷତା ବଢାଇବାର ଆହ୍ୱାନ ଦେଇ ବିଧାୟକମାନଙ୍କୁ ଶକ୍ତି କେନ୍ଦ୍ର ଓ ସାଂସଦମାନଙ୍କୁ ନିୟମିତ ମଣ୍ଡଳକୁ ଯିବାକୁ ଟାସ୍କ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରତିଦିନ ରୁଟିନ ତିଆରି କରି କାମ କରିବାକୁ ପରାମର୍ଶ ଦେଇ ଯେତେବେଳେ ବି ଗ୍ରାଉଣ୍ଡକୁ ଯାଉଛ, ସବୁଠୁ ଦଳିତ ଏବଂ ଅସହାୟ ହରିଜନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା ।

ଏଥିସହ ସବୁ ନେତାଙ୍କ ସୋସିଆଲ ମିଡ଼ିଆ ଉପରେ ଦଳର ନଜର ରହିଛି । କେଉଁ ବିଧାୟକ ଏବଂ ସାଂସଦ କେତେ ସକ୍ରିୟ, ତାର ଅଡିଟ ରିପୋର୍ଟ ତିଆରି ହୋଇଛି । ତେଣୁ ସୋସିଆଲ ମିଡ଼ିଆରେ ନିଜ ସକ୍ରିୟତା ବଢ଼ାଇବା ସହ ପ୍ରତ୍ୟେକ ବିଧାୟକ ନିଜ ରେଫରେନ୍ସ କୋଡରେ ହଜାରେ ଲୋକଙ୍କୁ ଯୋଡ଼ିବାକୁ ଟାର୍ଗେଟ ବି ଦେଇଛନ୍ତି ।

ସେହିପରି ନେତାମାନେ ଦେଇଥିବା ୧୫ ଦିନିଆ ରିପୋର୍ଟକୁ ସଭାପତି ନିୟମିତ ସମୀକ୍ଷା କରିବାକୁ ବି ନିର୍ଦେଶ ଦେଇଛନ୍ତି ନଡ୍ଡା । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଓ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏହା ପୂର୍ବରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କୁ ସଦସ୍ୟତା କରାଇଥିଲେ ଜେ.ପି. ନଡ୍ଡା । ଏହି ଅବସରରେ କହିଥିଲେ ବିଜେପି ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଓ ବିଚାରଧାରାରର ଦଳ । ବୁଥ୍ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ଚୟନ ନିର୍ବାଚନ ଆଧାରରେ ହୁଏ ।

ବିଜେପିରେ ନେତାଙ୍କ ପୁଅ ନେତା ହୁଏନି । କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଦେଶର ସବୁଠୁ ପୁରୁଣା ଦଳ ଏବେ ସହରୀ ନକ୍ସଲିଙ୍କ ମୁଖପାତ୍ର ସାଜିଛି । ଧାରା ୩୭୦ ପୁଣି ଆଣିବାକୁ ପ୍ରୟାସ କରିଥିବା ଲୋକଙ୍କ ସହ ହାତ ମିଳାଉଛି କଂଗ୍ରେସ । ଏ କେମିତି ବିଚାରଧାରା ବୋଲି ପ୍ରଶ୍ନ କରି, କଂଗ୍ରେସ ଅମଳରେ ମୁଦ୍ରାସ୍ପୀତି ୨ ଅଙ୍କ ତଳକୁ ଖସୁ ନଥିଲା ବେଳେ ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି ବୋଲି କହିଛନ୍ତି ।

ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରି ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ, ସବୁବେଳେ କେବଳ ଦୁଇଟି କଥା ବେକାରୀ ଓ ଦରଦାମ ବୃଦ୍ଧି ଦେଖାଯାଉଛି ବୋଲି କଟାକ୍ଷ କରିଥିଲେ ନଡ୍ଡା । ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଅଭିଯାନରେ ସାରା ଦେଶରେ ୬ କୋଟି ସଦସ୍ୟ ହୋଇଥିବା ବେଳେ ରାଜ୍ୟରେ ୨୫ ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି । ଆଉ ୨ ଟି ପର୍ଯ୍ୟାୟରେ କୋଟିଏରୁ ଅଧିକ ସଦସ୍ୟତା ଟାର୍ଗେଟ ହାସଲ ପାଇଁ ଟାର୍ଗେଟ ଦେଇଛନ୍ତି ନଡ୍ଡା ।

  • Reported by:
  • RASHMIRANJAN DAS , SOUMYA RANJAN SAHOO , ARACHANA SATPATHY

OTV is now on Whatsapp

Join and get latest news update delivered to you via whatsapp

Join Now