• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ପଂଚାୟତ ନିର୍ବାଚନକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭର୍ଚୁଆଲ୍ ରାଲି । ଆଜି ସେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଥିବା ଦୂର୍ନୀତି, କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ କର୍ମୀଙ୍କୁ କହିଛନ୍ତି । ତାସହ ବିଜେଡି ସରକାରରେ ଏକାଧିକ ମନ୍ତ୍ରୀ ଅନେକ ସଙ୍ଗୀନ ମାମଲାରେ ଅଭିଯୁକ୍ତ ରହିଛନ୍ତି ।

ରାଜ୍ୟବାସୀ ତଥା କେନ୍ଦ୍ରାପଡ଼ାର ଜନତା ଏସମ୍ପର୍କରେ ଜାଣିଛନ୍ତି । ତେଣୁ ଏଥର ନିର୍ବାଚନରେ ଲୋକେ ଏସବୁକୁ ଦେଖି ହିଁ ଭୋଟ୍ ଦେବେ ବୋଲି ବୈଜୟନ୍ତ କହିଛନ୍ତି । ଆଜିର ଭର୍ଚୁଆଲ୍ ରାଲିରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ୩୨ଟି ଜୋନର ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ଅନେକ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ ।

ଜନତାଙ୍କ ପାଖରେ ପହଞ୍ଚିବା ସହ ଡୋର ଟୁ ଡୋର କ୍ୟାମ୍ପେନକୁ ଏହି ଅବସରରେ ଅଧିକ ଫୋକସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ବୈଜୟନ୍ତ ଆଣିଥିବା ଅଭିଯୋଗ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।