• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି । ପଦାଧିକାରୀ ବୈଠକରେ ଆଲୋଚନା ହୋଇଛି ବିଜେପିର ୩ 'ସ' ଥିଓରୀ। ସରକାର, ସଂଗଠନ ଓ ସାଧାରଣ ଲୋକ । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ହୋଇ କାମ କରିବ ସଂଗଠନ। ସାଧାରଣ ଲୋକଙ୍କ ସମସ୍ୟାକୁ ଗ୍ରାଉଣ୍ଡରୁ ଆଣି ସରକାରଙ୍କ ପାଖରେ ରଖିବ ସଂଗଠନ। ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ନେବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବ ।

ପୁରୀ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ । ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ ଜଣାଇଛନ୍ତି ନଡ୍ଡା । ଓଡ଼ିଶାକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବନି ବିଜେପି । ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି, ଆପଣମାନେ ୨୦ ସିଟ୍‌ ଦେଲେ । ଲୋକସଭା ପାଇଁ ୪୫% ଭୋଟ୍‌ ଦେଲେ, ଆପଣମାନଙ୍କୁ କୃତଜ୍ଞତା । ବିଧାନସଭାରେ ୪୦.୭% ଭୋଟ୍‌ ସହ ସରକାର ଗଠନର ସୁଯୋଗ ଦେଲେ ।

ମୋହନ ସରକାରଙ୍କ ଏକ ମାସର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ। ମାସକ ଭିତରେ ମୋହନ ସରକାର ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି ସେଥିପାଇଁ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି । ପୁରୀରେ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକରେ ଏ ବିଷୟରେ ନିଷ୍ପତ୍ତି ହୋଇଛି ।

ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସମେତ ପଦାଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାର ପ୍ରୟାସ ଆରମ୍ଭ ହୋଇଛି । ବାକି ପ୍ରତିଶ୍ରୁତି ପୂରଣ କରିବା ପାଇଁ ବୈଠକରେ ଆଲୋଚନା ମଧ୍ୟ ହୋଇଛି। କାର୍ଯ୍ୟକାରିଣୀ ଏବଂ ଅନ୍ୟ ବୈଠକରେ ମଧ୍ୟ ଏହି ବିଷୟ ଉପରେ ଆଲୋଚନା ହେବ । ଏହା କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

 

OTV is now on Whatsapp

Join and get latest news update delivered to you via whatsapp

Join Now