• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାହୁଲ ଗାନ୍ଧି ବହୁତ ମିଛ କୁହନ୍ତି । ଦେଶରେ ଓ ବିଦେଶକୁ ଯାଇ ବହୁ ମିଛ ମନ୍ତବ୍ୟ ଦେଇଛନ୍ତି । ଆଜି କିଛି ଏଭଳି ଢଙ୍ଗରେ ରାହୁଲ ଗାନ୍ଧିଙ୍କ ପ୍ରେସମିଟ ପରେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ଜାଣିଶୁଣି ମୋଦିଙ୍କୁ ଅପମାନ କରିଛନ୍ତି ରାହୁଲା ତେଣୁ ସମାଜରେ ପଛୁଆ ବର୍ଗ ଲୋକେ କୋର୍ଟକୁ ଯାଇ ମାମଲା କରିଥିଲେ ।

କଂଗ୍ରେସ ପାଖରେ ବଡ଼ ବଡ଼ ଓକିଲ ରହିଛନ୍ତି, କାହିଁକି ସୁପ୍ରିମକୋର୍ଟର ଏହି ମାମଲାରେ ରହିତାଦେଶ ଆଣିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ଖାଲି ରାହୁଲ ନୁହଁନ୍ତି ଦେଶର ୩୨ ଜଣ ଅନ୍ୟ ନେତାଙ୍କ ପଦ ବି ଏଭଳି ରଦ୍ଦ ହୋଇଛି । ଜାଣିଶୁଣି କଂଗ୍ରେସ ଏହାକୁ ପ୍ରସଙ୍ଗ କରୁଛି । ରାହୁଲଙ୍କ ହୀନ ରାଜନୀତି ବିରୋଧରେ ବିଜେପି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ରବିଶଙ୍କର କହିଛନ୍ତି ।

ସେପଟେ ଆଜି ରବିଶଙ୍କର ପ୍ରସାଦଙ୍କ ପ୍ରେସମିଟ୍‌ ପୁର୍ବରୁ କଂଗ୍ରେସ ନେତା ରହୁଲ ଗାନ୍ଧୀ ପ୍ରେସମିଟ୍‌ କରିଥିଲେ । ସିଧାସିଧା ଗଣମାଧ୍ୟମ ଆଗରେ ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ ରାହୁଲ । ରାହୁଲ କହିଥିଲେ, ଆଦାନୀଙ୍କ ବିରୋଧରେ ମୋ ପରବର୍ତ୍ତୀ ଅଭିଭାଷଣକୁ ଡରି ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ସେଥିପାଇଁ ମୋ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ନିଶାନାକରି ରାହୁଲ ଏପରି କିଛି କହିଥିଲେ । ସାଂସଦ ପଦ ହରାଇବା ପରେ ଆଜି ରାହୁଲ ଗାନ୍ଧି ପ୍ରେସମିଟ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ସରକାର ଏବଂ ଆଦାନୀ ପ୍ରସଙ୍ଗରେ କଡ଼ା ଭାଷାରେ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିବିଡ଼ ସମ୍ପର୍କ ବ୍ୟବସାୟୀ ଗୌତମ ଆଦାନୀଙ୍କ ସହ ରହିଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।

ଆଦାନୀ କମ୍ପାନୀର ୨୦ ହଜାର କୋଟି ଟଙ୍କା ସ୍କାମକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏନେଇ ସଂସଦରେ ଅଭିଭାଷଣ ପୂର୍ବରୁ ତାଙ୍କ ପଦକୁ ରଦ୍ଦ କରି ଦିଆଗଲା ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ କୌଣସି ଓବିସି ପ୍ରସଙ୍ଗ ନୁହେଁ ବରଂ ଏହା ମୋଦି-ଆଦାନୀ ପ୍ରସଙ୍ଗ ବୋଲି କହିଛନ୍ତି ରାହୁଲ ।

ଆଦାନୀ ପ୍ରସଙ୍ଗକୁ ଏଡ଼ାଇବାକୁ ଏଭଳି ଚକ୍ରାନ୍ତ କରାଯାଇଛି । ସଂସଦରେ କେନ୍ଦ୍ରମନ୍ତ୍ରୀମାନେ ତାଙ୍କ ବିରୋଧରେ ମିଛ ବୟାନ ଦେଇଛନ୍ତି । ସେ ନିଜ ପକ୍ଷ ରଖିବାକୁ ଚେଷ୍ଟା କରିଥିବା ସତ୍ତ୍ୱେ ତାଙ୍କୁ ସୁଯୋଗ ମିଳିନି । ଏପରିକି, ଦୁଇ ଥର ଏଥିପାଇଁ ସେ ବାଚସ୍ପତିଙ୍କୁ ଚିଠି ଲେଖି ସମୟ ବି ମାଗିଥିଲେ । ଲୋକତନ୍ତ୍ରକୁ ବଞ୍ଚାଇବାକୁ ସେ ସଂଘର୍ଷ କରିବେ, ପଦ ଥାଉ କିମ୍ବା ନଥାଉ ସେ ତାଙ୍କ କାମ କରିବେ ବୋଲି ଦୋହରାଇଛନ୍ତି ରାହୁଲ ।