Jayanarayan Mishra: ଜୟନାରାୟଣଙ୍କ ‘ତଡ଼ାଖିଆ’ ବୟାନ; ସରଗରମ ରାଜନୀତି, ଛକା ପିଟିବା ପ୍ରୟାସରେ ବିରୋଧୀ

ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

Jayanarayan Mishra

ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି । ବିଜେପି ନୁହଁ ବିଜେଡି ସଫା ହୋଇଯିବ । ଜୟନାରାୟଣଙ୍କ ବୟାନ, ବିରୋଧୀଙ୍କ ପାଇଁ ଇନ୍ଧନ । ତେଜିଲା ରାଜନୀତି, ଘନେଇଲା ବୟାନବାଜି ।

ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ନିଜକୁ ତଡ଼ାଖିଆ ଓ ସାଇଡ୍ ଲାଇନ୍ ନେତା କହିବା ସହ ତାଙ୍କ ପଛରେ ଜଣେ ଲୋକକୁ ପାର୍ଟି ସବୁବେଳେ ଲଗାଉଥିବା ଖୋଲା ମଞ୍ଚରେ ଭାଷଣ ରଖିଥିଲେ । ସେପଟେ କିନ୍ତୁ ଜୟନାରାୟଣଙ୍କ କଥାର ଅର୍ଥ ତାହା ନଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଅଧିକ ପଢନ୍ତୁ: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, ୫ ମାସ ପରେ…

ସେପଟେ ଜୟନାରାୟଣଙ୍କ ବୟାନ ପରେ ବିଜେଡିକୁ କାଉଣ୍ଟର ଆଟାକ୍ ଲାଗି ସୁଯୋଗ ମିଳିଯାଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ନାଁ ନନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଗୋଷ୍ଠୀ କନ୍ଦଳ ଆମ ଦଳରେ ଥିବା କହୁଥିଲେ କିନ୍ତୁ ପ୍ରକୃତରେ ଗୋଷ୍ଠୀ କନ୍ଦଳ କେଉଁଠି ତାହା ଗତକାଲି ସ୍ପଷ୍ଟ ହୋଇଛି । ତାଙ୍କ ଦଳରେ ନିଆଁ ଲାଗି ସାରିଲାଣି । ବରିଷ୍ଠ ବିଧାୟକଙ୍କ ବୟାନ ତାର ପ୍ରମାଣ ।

ସେପଟେ ପ୍ରସନ୍ନଙ୍କୁ ଜବାବ ଦେଇ ବିଜେପି କହିଛି, ଜୟନାରାୟଣଙ୍କ କଥାକୁ ଭୁଲ୍ ଉପସ୍ଥାପନା କରୁଛି ବିଜେଡି । ନିଆଁ ଆମ ଦଳରେ ନୁହେଁ ବିଜେଡିରେ ଲାଗିଛି । ଅନ୍ୟପଟେ ବିଜେଡି-ବିଜେପି ବୟାନବାଜି ଭିତରେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଗୋଷ୍ଠୀ କନ୍ଦଳ ସବୁ ରାଜନୈତିକ ଦଳରେ ରହିଛି । କିନ୍ତୁ ମୋଦି ଓ ଶାହ ଭୁବନେଶ୍ୱରରେ ଥିବା ସମୟରେ ଜୟନାରାୟଣ କାହିଁକି ଏଭଳି ବିବୃତି ରଖିଲେ ତା ବଡ ପ୍ରଶ୍ନ ଓ ରାଜ୍ୟ ସଂଗଠନ ପାଇଁ ଚିନ୍ତାଜନକ କଥା ।

ନବୀନଙ୍କୁ ବାରମ୍ବାର ଟାର୍ଗେଟ୍ କରି ବିଜେଡିକୁ ସତ୍ତାରୁ ଖସାଇବାରେ ଅନ୍ୟତମ ଭୂମିକା ନେଇଥିଲେ ଜୟନାରାୟଣ । କିନ୍ତୁ ନିର୍ବାଚନ ପରେ ଶପଥ ଗ୍ରହଣ ଉତ୍ସବକୁ ଜୟନାରାୟଣ ଯାଇନଥିଲେ । ସେହିପରି ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବି ସେ ଅନୁପସ୍ଥିତ ଥିଲେ । ଏଥିରୁ ସ୍ପଷ୍ଟ ଯେ ଜୟନାରାୟଣ କେତେ ଅସନ୍ତୁଷ୍ଟ । ଏବେ ଦେଖିବାର କଥା ପାର୍ଟି ତାଙ୍କୁ କେମିତି ମନାଉଛି ।

ଅଧିକ ପଢନ୍ତୁ: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି