Advertisment

ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢ଼ିବେ ମହମ୍ମଦ ଶାମି, ଏହି ସିଟ୍‌ରୁ ଟିକେଟ୍‌ ଦେବ ବିଜେପି...

ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Mohammed Shami

Mohammed Shami

ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଜାରି ରହିଛି ପ୍ରସ୍ତୁତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେପି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବେଙ୍ଗଲର ଏକ ଲୋକସଭା ଆସନରେ ବିଜେପି ଭାରତୀୟ କ୍ରିକେଟର ଏକ ବଡ଼ ଚେହେରା ଉପରେ ବାଜି ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ। କ୍ରିକେଟ ମଇଦାନରେ ଘାତକ ବୋଲିଂରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବା ପରେ ଏବେ ରାଜନୀତି ମଇଦାନରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶାମି। ଏବେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବା ସହ ବିରୋଧୀ ନେତାଙ୍କୁ ଘାଇଲା କରିବେ ଶାମି। କାହିଁକି ନା ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଷ୍ଟାର କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ନେତୃତ୍ୱ ବିଚାର କରୁଛନ୍ତି।

ବେଙ୍ଗଲରେ ବେଶ୍‌ ଲୋକପ୍ରିୟ ଅଟନ୍ତି ମହମ୍ମଦ ଶାମି। ସେ ବେଙ୍ଗଲ ପାଇଁ ରଣଜୀ ଟ୍ରଫି ଖେଳି ଟିମ୍‌ ଇଣ୍ଡିଆ ଟିକେଟ୍‌ ହାସଲ କରିଥିଲେ। ଏହାପରେ ଲଗାତର ଭାରତୀୟ ଦଳ ପାଇଁ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଶାମି। ଏହା ସହ ସେ ଏବେ ବି ବେଙ୍ଗଲ ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳୁଛନ୍ତି। ତେଣୁ ଏହି ଲୋକପ୍ରିୟ ଚେହେରାଙ୍କୁ ଟିକେଟ୍‌ ଦେଇ ଲୋକସଭା ନିର୍ବାଚନ ଲଢ଼ାଇବାକୁ ଚେଷ୍ଟା କରୁଛି ବିଜେପି। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏହି ଆଲୋଚନା ସକରାତ୍ମକ ଥିଲା। ତେବେ ଏନେଇ ଶାମି ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

Advertisment

ବିଜେପି ସୂତ୍ର ଅନୁଯାୟୀ, ବାସିରହାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଶାମିଙ୍କୁ ଟିକେଟ୍‌ ଦେବାକୁ ଚାହୁଁଛି ବିଜେପି। ଏହି ନିର୍ବାଚନମଣ୍ଡଳୀ ବର୍ତ୍ତମାନ ଅତ୍ୟନ୍ତ ସମ୍ବେଦନଶୀଳ। ସନ୍ଦେଶଖାଲି ଘଟଣାକୁ ନେଇ ଦେଶବ୍ୟାପୀ ଯେଉଁ ଚର୍ଚ୍ଚା ହେଉଛି, ଏହି ଅଞ୍ଚଳ ବାସିରହାଟ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଛି। ତେବେ ଏହି ନିର୍ବାଚନମଣ୍ଡଳୀରେ ସଂଖ୍ୟାଲଘୁ ଭୋଟର ସଂଖ୍ୟା ସର୍ବାଧିକ। ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଶାମିଙ୍କୁ ବିଜେପି ଟିକେଟ ଦେଇ ନିର୍ବାଚନ ଲଢ଼ାଇବା ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ୍‌। କାହିଁକି ନା ଏବେ ସାରା ଦେଶରେ କ୍ରିକେଟ୍‌କୁ ନେଇ ବେଶ୍‌ କ୍ରେଜ୍‌ ରହିଛି।

ସୂଚନା ଅନୁସାରେ ଗତବର୍ଷ ଭାରତରେ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ମହମ୍ମଦ ଶାମି। ଯାହାଫଳରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୩୩ ବର୍ଷିୟ ଶାମି ବିଶ୍ୱକପରେ ୭ଟି ମ୍ୟାଚ୍‌ ଖେଳି ୨୪ ୱିକେଟ୍‌ ଅକ୍ତିଆର କରିଥିଲେ। ତେବେ ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଡ୍ରେସିଂ ରୁମ୍‌ ଯାଇ ସମସ୍ତ ଖେଳାଳିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ ଶାମିଙ୍କ ସହ ଆଲୋଚନା କରୁଥିବା ଭିଡିଓ ବେଶ୍ ଭାଇରାଲ ହୋଇଥିଲା। ଏହାପରେ ଶାମି ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଭେଟିଥିଲେ।

West Bengal Amit Shah Mohammed Shami BJP
Advertisment
Advertisment