Advertisment

‘ନୂଆ ବୋତଲରେ ପୁରୁଣା ମଦ ପୁରାଉଛନ୍ତି ସରକାର’

କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ପରିବର୍ତ୍ତନ? ୩ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଓ ଦାୟିତ୍ୱ ମିଳିବା ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ଅଦ୍ୟତନ ହୋଇଛି
Golak Mohapatra

Golak Mohapatra

Advertisment

ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି? କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ପରିବର୍ତ୍ତନ? ସରକାରଙ୍କୁ ଏମିତି ଅନେକ ପ୍ରଶ୍ନ କରିଛନ୍ତି ବିରୋଧି । ୩ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଓ ଦାୟିତ୍ୱ ମିଳିବା ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ପ୍ରେସମିଟ କରି କହିଛନ୍ତି, ମନ୍ତ୍ରିମଣ୍ଡଳ ଅଦଳବଦଳ ପୁରୁଣା ବୋତଲରେ ନୂଆ ମଦ ସଦୃଶ୍ୟ ବୋଲି ତୁଳନା କରିଛନ୍ତି । ଦକ୍ଷ ଓ ବରିଷ୍ଠତା ଭିତ୍ତିରେ ଯଦି ମନ୍ତ୍ରୀ ପଦ ଦିଆଗଲା ତେବେ ଆଗରୁ ଏମାନେ ଦକ୍ଷ ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ।

Advertisment

ଅଧିକ ପଢ଼ନ୍ତୁ: ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ, ଜାଣନ୍ତୁ...

ଗୋଲକ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ‘ନୂଆ ବୋତଲରେ ପୁରୁଣା ମଦ’ । ସେ ଆହୁରି କହିଛନ୍ତି ଯେ, ମନ୍ତ୍ରୀ ପଦ ପାଇଥିବା ନେତା ଦକ୍ଷ ଓ ବରିଷ୍ଠ କହି ଦିଆଗଲା । ପୂର୍ବରୁ କଣ ଏମାନେ ଦକ୍ଷ ନ ଥିଲେ, ତେବେ ତାଙ୍କୁ କାହିଁକି ବାହାର କରାଯାଇଥିଲା । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାଶଙ୍କୁ ବାହାର କଲେ । ସେହିପରି ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ ବାହାର କଲେ । ଯଦି ସରକାର ମାନୁଛନ୍ତି ଏମାନେ ଦୋଷୀ, ତେବେ କାହିଁକି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ମନ୍ତ୍ରୀ ବଦଳିଲେ ପ୍ରଭାବ ପଡ଼ିବନି । ଅସନ୍ତୋଷ ଓ ଅନ୍ତଃକନ୍ଦଳ ଦୂର ପାଇଁ ମନ୍ତ୍ରୀ ପଦ ଅଦଳବଦଳ ହୋଇଛି ।

Advertisment

ନୂଆ ୩ ମନ୍ତ୍ରୀଙ୍କୁ ମିଳିଛି ବିଭାଗ । ବିକ୍ରମ କେଶରୀ ଆରୁଖ ହୋଇଛନ୍ତି ଅର୍ଥ ମନ୍ତ୍ରୀ, ସୁଦାମ ମାର୍ଣ୍ଡି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେହିଭଳି ସାରଦା ନାୟକଙ୍କୁ ମିଳିଛି ଶ୍ରମ ବିଭାଗ । ଆଜି ଲୋକସେବା ଭବନ କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତିନି ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି । ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ପାଖରେ ଥିଲା । ତା’ସହ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗ ବି ନିରଞ୍ଜନ ପୂଜାରୀ ସମ୍ଭାଳିଥିଲେ । ଏବେ ନିରଞ୍ଜନଙ୍କଠୁ ଅର୍ଥ ବିଭାଗ ନେଇ ଆରୁଖଙ୍କୁ ଦିଆଯାଇଛି ।

ସେହିଭଳି ଶ୍ରୀକାନ୍ତ ସାହୁ ଶ୍ରମ ବିଭାଗ ଛାଡ଼ିବା ପରେ ସାରଦା ନାୟକଙ୍କୁ ଏହି ବିଭାଗ ମିଳିଛି । ସମୀର ଦାସଙ୍କ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହୋଇଛନ୍ତି ସୁଦାମ ମାର୍ଣ୍ଡି ।

Advertisment
Cabinet Ministers BJP BJP Golak Mohapatra Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ