• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଲିଛି ଭୋଟ ଗଣତି । ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍‌ର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇସାରିଛି । ଏବେ ଅପେକ୍ଷା କିଏ ମାରୁଛି ବାଜି । ସକାଳ ୧୦ଟା ସୁଦ୍ଧା ବିଜେପି ୩ ରାଜ୍ୟରେ ଆଗୁଆ ରହିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି ।

ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନରୁ ବିଜେପି ୧୩୧ଟି ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୯୪ ଓ ଅନ୍ୟାନ୍ୟ ଦଳ ୫ଟି ସିଟ୍‌ରେ ଆଗୁଆ ରହିଛନ୍ତି । ସେହିଭଳି ରାଜସ୍ଥାନରେ ସକାଳ ୧୦ଟା ସୁଦ୍ଧା ବିଜେପି ୧୦୨ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୮୧ ସିଟ୍‌ରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୧୬ ସିଟ୍‌ରେ ଆଗୁଆ ରହିଛନ୍ତି ।

ସେହିଭଳି ତେଲେଙ୍ଗାନାରେ ବିଜେପି ୭ଟି ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୪ ସିଟ୍‌ରେ ଆଗୁଆ ରହିଛି । ବିଆରଏସ୍‌ ୪୧ ସିଟ୍‌ରେ ଆଗୁଆ ରହିଛି । ଅନ୍ୟପଟେ ଛତିଶଗଡ଼ରେ ବିଜେପି ୩୫ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୩ ସିଟ୍‌ରେ ଆଗୁଆ ରହିଛି । 

ତେବେ ପୂର୍ବରୁ ବିଭିନ୍ନ ସଂସ୍ଥା ମାନଙ୍କର ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିଛି । ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି । ସେପଟେ ଆସନ୍ତାକାଲି ହେବ ମିଜୋରମ ବିଧାନସଭାର ଗଣତି । ଏହି ୫ ରାଜ୍ୟର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନର ସେମିଫାଇଲନାଲ ରେଜଲ୍ଟ ବୋଲି କୁହାଯାଉଛି । ଏହି ୫ ରାଜ୍ୟର ଫଳାଫଳ ହିଁ ୨୪ ନିର୍ବାଚନର ମୋଡ଼ ବଦଳାଇବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । 

ଅନ୍ୟପକ୍ଷେ, ଭୋଟ୍ ଗଣତି ପୂର୍ବରୁ କଂଗ୍ରେସକର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ କଂଗ୍ରେସ ସେଲିବ୍ରେସନ ଆରମ୍ଭ କରିସାରିଛି । ଆଜି ଭୋର୍‌ରୁ କଂଗ୍ରେସ କର୍ମୀମାନେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକାଠି ହୋଇ ବାଣ ଫୁଟାଇଛନ୍ତି । ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ସେଲିବ୍ରେସନ କରିଛନ୍ତି ପରସ୍ପରକୁ ମିଠା ଖୁଆଇବା ପର୍ବ ମଧ୍ୟ ଆରମ୍ଭ ହୋଇସାରିଲାଣି ।

 

https://www.facebook.com/100079872954860/videos/762891342522100