Advertisment

ରାଜସ୍ଥାନରେ ବି ସରକାର ଗଢ଼ିବାକୁ ଯାଉଛି ବିଜେପି, ଗେହଲଟଙ୍କୁ ଲାଗିବ ଶକ୍ତ ଝଟ୍‌କା !

ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍‌ରେ ଆଗୁଆ ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rajasthan

Rajasthan

୪ ରାଜ୍ୟରେ ରାଜନୈତିକ ଉଷ୍ପତା । ଚାଲିଛି ଭୋଟ ଗଣତି । କିଏ ମାରିବ ବାଜି, ତା ଉପରେ ସମସ୍ତଙ୍କ ନଜର । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ରେଜଲ୍ଟ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ । ଏହି ଚାରି ରାଜ୍ୟରେ ଯାହାର ପଲ୍ଲା ଭାରି ରହିବ, ୨୦୨୪ ସାଧାରଣ ନିର୍ବାଚନରେ ସେହି ଦଳ ହିଁ ବାଜି ମାରିବାର ସମ୍ଭାବନା ଅଧିକ ରହିବ । 

Advertisment

ତେବେ ରାଜସ୍ଥାନରେ ପୁଣି ସେଇ ପୁରୁଣା ଟ୍ରେଣ୍ଡ । ପ୍ରତି ୫ ବର୍ଷରେ ସରକାର ବଦଳିବାର ଧାରା ଏଥର ମଧ୍ୟ ଦେଖିବାକୁ ମିଳିଛି । ଗଣତିର ଟ୍ରେଣ୍ଡ ଅନୁସାରେ ବିଜେପି ରାଜସ୍ଥାନରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି । ୧୯୯ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୦୦ । ରାଜସ୍ଥାନରେ କଂଗ୍ରେସ ସରକାରରୁ ଓହ୍ଲାଉଥିବା ଦେଖାଯାଉଛି । କାରଣ ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍‌ରେ ଆଗୁଆ ରହିଛି । 

ଏହି ଟ୍ରେଣ୍ଡ ଅନୁସାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଲାଗିବ ଶକ୍ତ ଧକ୍କା। ୨୦୧୮ରେ ପିସିସି ସଭାପତି ଭାବେ ଦଳକୁ କ୍ଷମତାସୀନ କରାଇଥିଲେ ସଚିନ ପାଇଲଟ । କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ। ମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ ଉଭୟଙ୍କ ମଧ୍ୟରେ ଶେଷ ଯାଏ ଛକା ପଞ୍ଝା ଲାଗି ରହିଥିଲା ।

Advertisment

ଏପରିକି ବିଦ୍ରୋହର ସବୁ ପ୍ରସ୍ତୁତି କରିଥିଲେ ସଚିନ। ତେବେ ଶେଷ ମୁହୂର୍ତ୍ତରେ ଦିଲ୍ଲୀରୁ ତାହା ପ୍ରଶମିତ ହୋଇଥିଲା। ବହୁ କଷ୍ଟରେ ସଚିନଙ୍କୁ ବୁଝାଇବାରେ ସଫଳ ହୋଇଥିଲା କଂଗ୍ରେସ। ରିସୋର୍ଟ ପଲିଟିକ୍ସ ସହିତ ଅଳ୍ପରେ ସରକାର ଭାଙ୍ଗିବାରୁ ବଞ୍ଚିଥିଲା। କିନ୍ତୁ ଯଦି ଟ୍ରେଣ୍ଡ ସତ ହୁଏ, କଂଗ୍ରେସର ପରାଜୟ ପାଇଁ ଅଶୋକ ଗେହଲଟଙ୍କୁ ଦୟୀ କରାଯାଇପାରେ ।

ସେହିଭଳି ଅନ୍ୟ ୩ ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି । ପୂର୍ବରୁ ଏଠାରେ BRS ସରକାର ଗଠନ କରିଥିଲା । BRS ମୁଖ୍ୟ KCR ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏବେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ଦିନ ୧୧.୩୦ ସୁଦ୍ଧା ଯେଉଁ ଟ୍ରେଣ୍ଡ ଦେଖାଯାଇଛି ସେଥିରେ କଂଗ୍ରେସ ୬୬ ସିଟ୍‌ରେ ଆଗୁଆ ରହିଥିବା ବେଳେ ବିଜେପି ୧୦ ସିଟ୍‌ରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ମଧ୍ୟରୁ AIMIM ୩ଟି ସିଟ୍‌ରେ ଆଗୁଆ ରହିଛି ।

ସେପଟେ ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ ଆଗକୁ ଯାଉଛି । ତେବେ ଦିନ ୧୧.୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ବିଜେପି ୪୯ ଓ କଂଗ୍ରେସ ୩୯ ସିଟ୍‌ରେ ଆଗୁଆ ରହିଛି । ଏଠାରେ ସରକାର ଗଢ଼ିବାକୁ ହେଲେ ଦଳକୁ ୯୦ ବିଧାନସଭା ଆସନ ମଧ୍ୟରୁ ୪୬ ଆସନ ଜିତିବାକୁ ପଡ଼ିବ ।

ସେହିଭଳି ଦେଖିବାକୁ ଗଲେ ମଧ୍ୟପ୍ରଦେଶରେ ସରକାର ଗଢ଼ିବ ବିଜେପି । ଆଜି ରେଜଲ୍ଟ ଡେ’ରେ ସକାଳ ୧୧.୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ଅଧିକାଂଶ ସିଟରେ ବିଜେପି ଆଗୁଆ ରହିଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ହେଲେ ଦଳକୁ ମ୍ୟାଜିକ ନମ୍ବର ୧୧୬ ଛୁଇଁବାକୁ ପଡ଼ିବ । ଟ୍ରେଣ୍ଡ ଅନୁସାରେ ବିଜେପି ଆରାମରେ ଏହି ମ୍ୟାଜିକ ନମ୍ବର ପାର୍ କରିଛି । ୧୫୬ ସିଟରେ ଆଗୁଆ ରହିଛି ଦଳ । ୨୦୧୮ ଅପେକ୍ଷା ଏହା ୪୭ଟି ଅଧିକ । ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।

Rajasthan Telangana Madhyapradesh Election Result
Advertisment
Advertisment