Advertisment

‘ଚାନ୍ଦବାଲି ବିଧାୟକଙ୍କ ଶଳା ଓ ଶ୍ୱଶୁର କ’ଣ ଆଇନଠୁ ଉପରେ ?’

ଚାନ୍ଦବାଲି ବିଡିଓଙ୍କୁ ମାଡ଼ ଅଭିଯୋଗ ଘଟଣାକୁ ନେଇ ବିଜେଡିକୁ ବିଜେପି ଟାଗେର୍ଟ କରିଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶଳା ଓ ଶ୍ୱଶୁର କ’ଣ ଆଇନଠୁ ଉର୍ଦ୍ଧ୍ୱରେ ବୋଲି ବିଜେପି ପ୍ରଶ୍ନ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP demands action against BJD MLA’s relatives for assaulting Chandbali BDO

BJP demands action against BJD MLA’s relatives for assaulting Chandbali BDO

ଚାନ୍ଦବାଲି ବିଡିଓଙ୍କୁ ମାଡ଼ ଅଭିଯୋଗ ଘଟଣାକୁ ନେଇ ବିଜେଡିକୁ ବିଜେପି ଟାଗେର୍ଟ କରିଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶଳା ଓ ଶ୍ୱଶୁର କ’ଣ ଆଇନଠୁ ଉର୍ଦ୍ଧ୍ୱରେ ବୋଲି ବିଜେପି ପ୍ରଶ୍ନ କରିଛି। ବିଡିଓଙ୍କୁ ମାଡ଼ ମାରିଥିବା ବିଧାୟକ ବ୍ୟୋମକେଶଙ୍କ ଶ୍ୱଶୁର ଓ ଶଳାଙ୍କୁ ପୋଲିସ୍‌ କାହିଁକି ଗିରଫ କରୁନି ବୋଲି ବିଜେପି ପ୍ରଶ୍ନ କରିଛି।

Advertisment

ବିଜେପି କହିଛି, ଚାନ୍ଦବାଲି ବିଡିଓ ଥାନାରେ ଏତଲା ଦେବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବିଜେଡି ବିଧାୟକମାନେ କ’ଣ ଆଇନଠୁ ଉର୍ଦ୍ଧ୍ୱରେ ଏ କଥା ରାଜ୍ୟ ସରକାର ଅନେକ ସମୟରେ ଦେଖାଇଛନ୍ତି। ଏବେ ଶ୍ୱଶୁର, ଶଳା ବି ଆଇନର ଉପରେ ବୋଲି କହି କଟାକ୍ଷ କରିଛି ବିଜେପି।

ସୂଚନାଥାଉ କି, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ ସଭାରେ ବସିବା ପାଇଁ ବିଜେଡ଼ି ବିଧାୟକଙ୍କ ଶଳା ଓ ଶ୍ୱଶୁର ସହ ବିଡିଓ ଜ୍ୟୋତି ବିକାଶ ଦାସଙ୍କ ବିବାଦ ହୋଇଥିଲା। ଏପରିକି ଚାନ୍ଦବାଲି ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି। ସେପଟେ ବିଜେପିର ଅଭିଯୋଗ ନେଇ ଖବର ଲେଖାଯିବା ସୁଦ୍ଧା ବ୍ୟୋମକେଶ ରାୟଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଅନ୍ୟପକ୍ଷେ, ଥାନାରେ ଦେଇଥିବା ଏତଲାକୁ ଫେରାଇବେନି ବୋଲି ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାଶ ସ୍ପଷ୍ଟ କରିଛନ୍ତି। ସେ ଥାନାରେ ଏତଲା କରିଛନ୍ତି ଓ ଯାହା ହେବାର ହେବ ବୋଲି କହିଛନ୍ତି। ଘଟଣାର ତଦନ୍ତ ଚାଲିଛି। ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ ଚାଲିଥିବା ଚାନ୍ଦବାଲି ଏସଡିପିଓ କହିଛନ୍ତି।

Advertisment
Advertisment