Advertisment

ୟୁପି ଜିତିବା ପାଇଁ ବିଜେପି ବଦଳାଇଲା ରଣନୀତି ! ବଡ଼ ରାଲି ପରିବର୍ତ୍ତେ ଛୋଟ ସଭା ଉପରେ ଫୋକସ୍‌

ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍‌କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି ।

author-image
Prangyan Parimita
up election

up election

ୟୁପି ବିଜୟ ପାଇଁ ରଣନୀତି ବଦଳାଇଲା ବିଜେପି । କଳେବଳେ କୌଶଳେ ପୁଣି ଥରେ ଗଡ଼ ଅକ୍ତିଆର କରିବା ପାଇଁ ଜୋରସୋରସରେ ପ୍ରୟାସ କରୁଛନ୍ତି ଦଳୀୟ କର୍ମୀ । ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର ଅଭିଯାନ ପାଇଁ ବିଜେପି ନେତାମାନେ ଅଧିକ ସଂଖ୍ୟାରେ ଛୋଟ ଛୋଟ ସଭା ଆୟୋଜିତ କରୁଛନ୍ତି । ବଡ଼ ରାଲି କରିବା ପରିବର୍ତ୍ତେ ତୃଣମୃଳ ସ୍ତରରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରାଯାଉଛି । ତେବେ ଛୋଟ ଛୋଟ ସଭା ପାଇଁ ବୃହତ ସମାବେଶର ସଂଖ୍ୟା ହ୍ରାସ ପାଇଛି । କରୋନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଛି । ମୋଟ୍ ଉପରେ ଦେଖିବାକୁ ଗଲେ ଭୋଟରଙ୍କ ମନ ଜିଣିବାକୁ ନେତା ଓ କର୍ମୀ ଯେତେ ସମ୍ଭବ ଅଧିକ ଘର ଘର ପହଞ୍ଚୁଛନ୍ତି ।

Advertisment

ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍‌କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି । ସମସ୍ତ ବିଧାନସଭା ଆସକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳର ଟାଣୁଆ ତଥା ଦିଗଜ୍ ନେତାମାନେ ପହଞ୍ଚି ପ୍ରଚାରକୁ ଜୋରଦାର କରିବେ । ତେବେ ଛୋଟ ଛୋଟ ସଭା ବ୍ୟତୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବଡ ରାଲି କରାଯିବ । ଗୋଟିଏ ସଭାରେ ଅଧିକ ଭିଡ଼ି କରିବା ପରିବର୍ତ୍ତେ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ନିଜର ଅଭିଯାନକୁ ଜୋରଦାର କରୁଛି।

ତେବେ ଛୋଟ ଛୋଟ ସଭା ମାଧ୍ୟମରେ ବିଜେପି ମଧ୍ୟ ନିଜର କର୍ମୀଙ୍କୁ ସକ୍ରିୟ କରୁଛି। ବିଜେପି କର୍ମୀମାନେ ଦଳୀୟ କାର୍ଯ୍ୟକ୍ରମରେ ଅଧିକ ସଂପୃକ୍ତ ଥିବାବେଳେ ସେମାନଙ୍କ ଠାରେ ଜନସମ୍ପର୍କର ଅଭାବ ରହିଛି ବୋଲି ଜଣାପଡ଼ିଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଘର ଘର ଯାଇ ପ୍ରଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ନିର୍ଦ୍ଦେଶ ଅନୁସାରେ ବିଜେପି ନେତାମାନେ ଡୋର ଟୁ ଡୋର କ୍ୟାମ୍ପେନ୍ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ନେତାଙ୍କୁ ନେଇ ଲୋକଙ୍କ ନିକଟରତର ହୋଇଛନ୍ତି । କରୋନା ପ୍ରଟୋକଲରେ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଆଉ ଏପରି ସମୟରେ ଛୋଟ ଛୋଟ ସଭା କରିବା ଅତ୍ୟନ୍ତ ଲାଭଦାୟକ ବୋଲି ଦଳ ବିଚାର କରୁଛି ।

Advertisment

ବଡ ନେତାମାନେ ସାଧାରଣ ଜନତାଙ୍କ କବାଟ ବାଡେଇବା ପରେ କର୍ମୀଙ୍କ ମନରେ ମଧ୍ୟ ଅଧିକ ଉତ୍ସାହ ଆଣିଦେଇଛି । ତେବେ ଏଥିପାଇଁ ଦଳର ବିଭିନ୍ନ ନେତାଙ୍କୁ ଗାଁରୁ ଗାଁକୁ ଯିବାକୁ ପଡ଼ୁଛି । ବୁଥ ପରିଚାଳନା ଉପରେ ଦଳର ଗୁରୁତ୍ୱ ଦେବା ସହିତ ସମର୍ଥକଙ୍କୁ ଭୋଟ୍ ଦେବା ପାଇଁ ଅଧିକରୁ ଅଧିକ ଉଦ୍ୟମ କରାଯାଉଛି।

Uttar Pradesh Assembly Elections
Advertisment
Advertisment