Advertisment

ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ 'ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି'

ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।

ଅଦ୍ୟତନ ହୋଇଛି
undefined

Jharsuguda Bypoll, Odisha Politics, BJD, Odisha BJP

Advertisment

ଝାରସୁଗୁଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଏକାଠି ହୋଇଥିଲେ ବିଜେପିର ପୂରା ଟିମ୍ । ୨୪ ବର୍ଷର କୁଶାସନ, ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ସ୍ଥିତି, ନବ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ଟପ୍ ଲିଡର୍ । ଆଉ ବିଜୟର ଆହ୍ୱାନ ବି ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବୁଲେଟ୍ ବିରୋଧରେ ବାଲଟରେ ମତଦାନ ନିର୍ଣ୍ଣାୟକ ହେବ ବୋଲି ମନମୋହନ କହିଛନ୍ତି ।

Advertisment

ଉପନିର୍ବାଚନ ଭୋଟ ପାଇଁ ସରଗରମ ଝାରସୁଗୁଡ଼ା ମୈଦାନ। କଂଗ୍ରେସ ପରେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଝାରସୁଗୁଡ଼ା ମନମୋହନ ସ୍କୁଲ୍ ପଡ଼ିଆରେ ଏକାଠି ହୋଇଥିଲେ ବିଜେପି ନେତା କର୍ମୀ। ସେଠାରୁ ବିଶାଳ ପଟୁଆରରେ ବାହିରିଥିଲା ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରଗଡ଼ ସାଂସଦ ସୂରେଶ ପୂଜାରୀ, ଦଳର ବିଧାୟକଙ୍କ ସମେତ ହେଭିୱେଟ୍ ନେତା । ଉପଜିଲ୍ଲାପାଳ ଅଫିସକୁ ଆସି ନାମାଙ୍କନ ଭରିଛନ୍ତି ଟଙ୍କଧର। ଝାରସୁଗୁଡ଼ାର ସ୍ୱାଭିମାନ, ସ୍ୱାର୍ଥ ପାଇଁ ଏହି ଲଢେଇ ହେଉଛି । ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।

ତେବେ ୨୦୨୪ରେ ବିଜେପି ସରକାର ହେବ । ଆଉ ପରିବର୍ତ୍ତନର ଅନ୍ତୁଡିଶାଳ ଝାରସୁଗୁଡ଼ା ହେବ ବୋଲି କହିଛନ୍ତି ବରଗଡ ସାଂସଦ ସୂରେଶ ପୂଜାରୀ । ଏସବୁ ଭିତରେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ ସାଂଘାତିକ ଅଭିଯୋଗ କରିଚନ୍ତି । ସେ କହିଛନ୍ତି ବିଧାୟକ ପଦ ପାଇଁ ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି । କେବଳ ଏତିକି ନୁହେଁ, ରାଜ୍ୟରେ ୨୪ ବର୍ଷର କୁଶାସନ, ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତି, ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ତୁଙ୍ଗ ନେତା। ବିଜୟର ଆହ୍ୱାନ ଦେବା ସହ ବୁଲେଟ୍ ବିରୋଧରେ ବାଲଟରେ ନିର୍ବାଚନ ନିର୍ଣ୍ଣାୟକ ହେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

Advertisment

କଂଗ୍ରେସ, ବିଜେପି ପରେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦିପାଳି ଦାସ ଦାଖଲ କରିବେ ପ୍ରାର୍ଥୀପତ୍ର । ତା’ପରେ ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢ଼େଇ । ପ୍ରଚାରରେ କମ୍ପିବ ଝାରସୁଗୁଡ଼ା । ହେଲେ କାହା ଉପରେ ଭରସା କରିବେ ଝାରସୁଗୁଡ଼ା ଜନତା, ତାହା ଫଳାଫଳ କହିବ।

Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ