Advertisment

ନାନୋ ୟୁରିଆ କ’ଣ, ଯାହାକୁ ନେଇ କେନ୍ଦ୍ର-ରାଜ୍ୟ ଭିଡ଼ାଭିଡ଼ି..

ନାନୋ ୟୁରିଆକୁ ଚାଷୀଙ୍କ ହଁ ରାଜ୍ୟ ସରକାରଙ୍କ ନା । ନୂଆ ଟେକ୍ନୋଲଜିରେ ଚାଷୀଙ୍କ ଆୟ କମିବ କହିଲେ କୃଷିମନ୍ତ୍ରୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Nano Urea

କେନ୍ଦ୍ର ସରକାରଙ୍କ ନାନୋ ୟୁରିଆ(Nano Urea) ଯୋଜନାକୁ ଓଡ଼ିଶାର ବିରୋଧ। ଓଡ଼ିଶାରେ ଏହି ନୂଆ ଟେକ୍ନୋଲୋଜି ଲାଗୁ ହେଲେ ଚାଷୀଙ୍କ ଆୟ ହଠାତ୍ ହ୍ରାସ ହେବ ବୋଲି କହି ରାଜ୍ୟ କୃଷିମନ୍ତ୍ରୀ ଯୁକ୍ତି ବାଢ଼ିଥିବା ବେଳେ ବିଜେପି କିନ୍ତୁ ଏହାକୁ ନେଇ ମାରିଛି ତେରଛା ବାଣ । କହିଛିବର୍ଷ ବର୍ଷ ଧରି ଚାଲିଥିବା ୟୁରିଆ ବସ୍ତା ଘୋଟାଲା ବନ୍ଦ ହେବା ଜାଣି ଓଡ଼ିଶା ଏହାକୁ ଗ୍ରହଣ କରୁନି । ଏହାକୁ ନେଇ ରାଜନୀତି ତେଜିଥିବାବଳେ ନାନୋ ୟୁରିଆର ଉପକାରିତା ଶୁଣି କିନ୍ତୁ ଓଡ଼ିଶା ଚାଷୀ ତୁରନ୍ତ ଲାଗୁ ପାଇଁ ଆଗ୍ରହ ଦେଖାଇଲେଣି।...

Advertisment

କମ୍ ସାରରେ ଅଧିକ ଅମଳ ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ର ମଂଜୁରୀ ପାଇଥିବା ନାନୋ ୟୁରିଆ ଉପଯୋଗକୁ ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କ ଅଜବ ଯୁକ୍ତି ବାଢ଼ିଛନ୍ତି । କହୁଛନ୍ତି- ଯେହେତୁ ଏହାର ବ୍ୟବହାର ସମ୍ପର୍କରେ ଆମ ଚାଷୀ ଅଜ୍ଞ, ତେଣୁବିନା ପ୍ରଶିକ୍ଷଣରେ ଏହାକୁ ଜୋର ଜବରଦସ୍ତ ଓଡ଼ିଶା ଉପରେ କେନ୍ଦ୍ର ଲଦି ନଦେଉ ।
ଏହା କଲେ ଫସଲ ଉତ୍ପାଦନ ହଠାତ୍ କମିଯିବ ଓ ଚାଷୀଙ୍କ ଆୟ ବି ହ୍ରାସ ପାଇବ। ଏନେଇ ସେ କେନ୍ଦ୍ର ସରକାରକୁ ଚିଠି ଲେଖିବେ ।

ତାସହ ଗତବର୍ଷ ରାଜ୍ୟର ବକେୟା ୨୨ ହଜାର ୫୦୦ ମେଟ୍ରିକ ଟନ୍ ୟୁରିଆ ବି ପଠାଇବାକୁ ଦାବି କରିଛନ୍ତି କୃଷିମନ୍ତ୍ରୀ। ଏଣେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କିନ୍ତୁ ବିରୋଧ କରିଛି ବିଜେପି । ଦଳ ପ୍ରଶ୍ନ କରିଛି- ଓଡ଼ିଶାରେ ନାନୋ ୟୁରିଆ ବ୍ୟବହାର ତାଲିମକୁ ମନା କରିଛି କିଏ ? ତାସହ ଦଳ ଅଭିଯୋଗ କରିଛି, ଯେହେତୁ ଏବେ ରାଜ୍ୟକୁ ବସ୍ତା ଆକାରରେ ୟୁରିଆ ଆସୁଛି, ସେଥିରେ ବାଟମାରଣା ହେଉଛି। ଆଗକୁ ନାନୋ ୟୁରିଆ
ବୋତଲରେ ଆସିଲେ ତାହା ବନ୍ଦ ହୋଇଯିବା ଆଶଙ୍କା କରି କୃଷିମନ୍ତ୍ରୀ ଚିନ୍ତିତ ହୋଇପଡ଼ିଛନ୍ତି।

Advertisment

ଏଠି ପ୍ରଶ୍ନ, କଣ ଏ ନାନୋ ୟୁରିଆ। ଯାହାକୁ ନେଇ କେନ୍ଦ୍ର-ରାଜ୍ୟ ଭିଡ଼ାଭିଡ଼ି । ସୂଚନା ଅନୁସାରେ- ନାନୋ ୟୁରିଆ ଆଉ ଦାନା ଆକାରରେ ବସ୍ତାରେ ନଆସି ବୋତଲରେ ତରଳ ପଦାର୍ଥ ଭାବେ ଆସିବ । ଯାହାକୁ ଚାଷୀମାନେ ପାଣିରେ ଗୋଳି ଡ୍ରୋନ୍ ସାହାଯ୍ୟରେ ଜମିରେ ସିଞ୍ଚନ କରିବେ । ଏହାଦ୍ୱାରା ଜମିରେ ରାସାୟନିକ ସାର ବ୍ୟବହାର ପରିମାଣ କମିବ। ଏମିତିକି ଯେଉଁଠି ଏବେ ୧ ଏକର ଜମିରେ ୨ ବସ୍ତା ୟୁରିଆ ଦରକାର ପଡୁଥିଲା ସେଠି ମାତ୍ର ୫୦୦ ମିଲିଗ୍ରାମ ନାନୋ ୟୁରିଆ ଲାଗିବ ଓ ତାଦ୍ୱାରା ଭଲ ଅମଳ ଆସିବ । ତାସହ ୨ ବସ୍ତା ୟୁରିଆ ବାବଦକୁ ଯେଉଁଠି ପ୍ରାୟ ୫୩୪ ଟଙ୍କା ଖର୍ଚ୍ଚ ହେଉଛି, ସେଠି ନାନୋ ୟୁରିଆ କିଣିଲେ ମାତ୍ର ୨୪୦ ଟଙ୍କା ପଡ଼ିବ।

ବଡ଼ କଥା ହେଲା, ଏହାର ବ୍ୟବହାର ଦ୍ୱାରା ମାଟି, ପାଣି ଓ ପରିବେଶ ପ୍ରଦୂଷଣ ବି କମିବ । ନାନୋ ୟୁରିଆ ପ୍ରୟୋଗ ଫଳରେ ଚାଷୀର ୪୦ ପ୍ରତିଶତ ଅଧିକ ଫସଲ ଉତ୍ପାଦନ ହେବା ସହ ସରକାରଙ୍କ ପାଖରେ ହଜାର ହଜାର କୋଟି ଟଙ୍କାର ଇନପୁଟ୍ ସବସିଡି ବଞ୍ଚିବ। ତେଣୁ ନାନୋ ଟେକ୍ନୋଲୋଜିକୁ ସ୍ୱାଗତ କରିଛନ୍ତି ଚାଷୀ। ଏସବୁ ଭିତରେ ପ୍ରଶ୍ନ ଚାଷୀ ନାନୋ ୟୁରିଆ ସପକ୍ଷରେ ଥିବା ବେଳେ କାହିଁକି ବିରୋଧ କରୁଛନ୍ତି ରାଜ୍ୟ ସରକାର ?

Advertisment
Advertisment