Advertisment

ଦାଗୀ ନେତାଙ୍କ ତାଲିକାରେ ବିଜେଡିର ଆଉ ଜଣେ ମନ୍ତ୍ରୀ, ଦଳୀୟ ନେତ୍ରୀ କରିଛନ୍ତି ଅଭିଯୋଗ

ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି।

ଅଦ୍ୟତନ ହୋଇଛି
undefined

Srikant Sahu

Advertisment

ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।

Advertisment

ତେବେ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି। ଥାନାରେ ତାଙ୍କର ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ଦଳର ସଭାପତିଙ୍କ ଉପରେ ସଂପୂର୍ଣ୍ଣ ଭରସା ଅଛି, ତାଙ୍କୁ ନ୍ୟାୟ ମିଳିବ। ତେବେ ଥାନାରୁ ବାହାରୁ ବାହାରୁ କିନ୍ତୁ ବାଜିଗଲା ରାତି ସାଢେ ବାରଟା। ସେତେବେଳେ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ରଖିନଥିଲେ ସଂଯୁକ୍ତା।

ଏଠି ପ୍ରଶ୍ନ ଥାନାକୁ ଅଭିଯୋଗ କରିବାକୁ ଆସିବା ପରେ ସଂଯୁକ୍ତାଙ୍କ ଉପରେ ଚାପ ପଡ଼ିଥିଲା କି? ଅଭିଯୋଗକାରିଣୀଙ୍କୁ କାହିଁକି ୧୪ ଘଣ୍ଟା ପର୍ଯ୍ୟନ୍ତ ଥାନାରେ ରଖିଲା ପୋଲିସ? ବଡ଼ କଥା ହେଲା ଏହି ଘଟଣାରେ ପୋଲିସ ପକ୍ଷରୁ ଏଯାଏଁ କୌଣସି ଅଧିକାରୀ ମୁହଁ ଖୋଲିନାହାନ୍ତି। ଏପରିକି ସଂପୃକ୍ତ ମହିଳା ଦେଇଥିବା ଅଭିଯୋଗ ଆଧାରରେ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି କି ନାହିଁ, ତା ବି ସ୍ପଷ୍ଟ କରୁନି ପୋଲିସ୍। 

Advertisment

ଏପଟେ ଘଟଣାକୁ ନେଇ ତେଜିଛି ରାଜନୀତି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି, ଅଭିଯୋଗକାରିଣୀଙ୍କ ଉପରେ ଚାପ ପକାଯାଉଛି । ମାମଲା ରଫାଦଫା କରିବାକୁ ଚେଷ୍ଟା ହେଉଛି। ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେପି। କଂଗ୍ରେସ ମଧ୍ୟ ଅଭିଯୋଗ କରିଛି, ବିଜେଡିରେ ଦାଗୀ ମନ୍ତ୍ରୀଙ୍କ ସଂଖ୍ୟା ବଢୁଛି। ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ।

ଅନ୍ୟପଟେ ଘଟଣାକୁ ନେଇ ଗଞ୍ଜାମ ରାଜନୀତି ବି ହଲଚଲ। ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପୋଲସରାରେ ଜଳିଲାଣି ନିଆଁ। ପୋଲସରାରେ ଜିଲ୍ଲା ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ପ୍ରତିବାଦ ସହ କୁଶ ପୁତ୍ତଳିକା ଦାହ କରାଯାଇଛି। ସେପଟେ ଘଟଣା ଉପରେ ପ୍ରତିକ୍ରିୟା ରଖି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ମୋ ବେଳକୁ ରାତାରାତି ଆକ୍ସନ, ହେଲେ ଅନ୍ୟ ବେଳକୁ ଆଇନ ତା ବାଟରେ ଯିବ। ଜବାବରେ ବିଜେଡି କହିଛି ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ। 

Advertisment

ପୂର୍ବରୁ ମଧ୍ୟ ଏକାଧିକ ମନ୍ତ୍ରୀଙ୍କ ବିରୋଧରେ ମହିଳା ନିର୍ଯାତନା ସଂପର୍କିତ ଅଭିଯୋଗ ଆସିଛି। କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ସମୀର ଦାଶଙ୍କ ବିରୋଧରେ ଅଭିଯୋଗ ଆସିଥିଲେ ବି ସେମାନଙ୍କ ବିରୋଧରେ କୌଣସି ଆଖି ଦୃଶିଆ କାର୍ଯ୍ୟାନନୁଷ୍ଠାନ ନେଇ ନଥିଲା ଦଳ। ହେଲେ ଏଠି ଅଭିଯୋଗକାରିଣୀ ଦଳୀୟ ନେତ୍ରୀ ହୋଇଥିବାରୁ କି କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ନଜର ।

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ