Advertisment

ଇଗୋ ଛାଡ଼ିଲେ ଓଡ଼ିଶାରେ କଂଗ୍ରେସକୁ ସଫଳତା ମିଳିବ: କଂଗ୍ରେସ ନେତା ଭକ୍ତ ଦାସ

ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।

author-image
Chandan Shishu
ଅଦ୍ୟତନ ହୋଇଛି
Congress Leader Bhakta Das

Congress Leader Bhakta Das

ଇଗୋ ଛାଡ଼ିଲେ ଓଡ଼ିଶାରେ କଂଗ୍ରେସକୁ ସଫଳତା ମିଳିବ। ଓଡ଼ିଶାରେ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର। ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେ କହିଛନ୍ତି ଯେ ଓଡ଼ିଶାରେ ଲୋକତନ୍ତ୍ର ନାହିଁ। ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ। 

Advertisment

କଂଗ୍ରେସର ପରାଜୟକୁ ନେଇ ସେ କହିଛନ୍ତି ଯେ ଅହଂକାର ଛାଡ଼ିଲେ ଓଡ଼ିଶାରେ ସଫଳତା ମିଳିବ। ଓଡ଼ିଶାରେ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର। ଆମେ ଏକ ହୋଇପାରିଲେ ଏତେ କଥା ଶୁଣିବାକୁ ମିଳିବନି। ପରିସ୍ଥିତି ବଦଳିବାକୁ ମାତ୍ର ମାସେ ସମୟ ଲାଗିବ। କର୍ଣ୍ଣାଟକରେ ଡେଡ୍‌ଲି କମ୍ବିନେସନ ଏକାଠି ହେବାରୁ ସଫଳତା ମିଳିଲା। ସିଦ୍ଦରମେୟା ବହୁତ ଲୋକପ୍ରିୟ, ଶିବକୁମାର ଦୃଢ଼ ସଂଗଠକ। ରାହୁଲ ଗାନ୍ଧିଙ୍କୁ ଅପମାନିତ କରାଯିବାର ପ୍ରଭାବ ବି ପଡ଼ିଲା। ପଲିଟିକାଲ ୱାର୍କ ଆଗରେ ଅର୍ଥ ଓ ବାହୁବଳ କାମ ଦେବନି ବୋଲି ସେ କହିଛନ୍ତି। 

କର୍ଣ୍ଣାଟକରେ କଂଗ୍ରେସର ବିଜୟ ନେଇ ସେ କହିଛନ୍ତି ଯେ 'ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ସୀମା ସମସ୍ୟା ଆଦି ଅନେକ ପ୍ରସଙ୍ଗ ଥିଲା। ଯାହାକି ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡ ଯାତ୍ରା ସମୟରେ ଏହି ପ୍ରସଙ୍ଗକୁ ଜନତାଙ୍କ ଆଗରେ ଉଠାଇଥିଲେ। ସମଗ୍ର ଭାରତ ବର୍ଷରେ ଏହାର ପ୍ରଭାବ ପଡ଼ିଛି। ସବୁଠୁ ବଡ଼ କଥା ହେଲା, ରାହୁଲ ଗାନ୍ଧୀଙ୍କୁ ଯେଉଁ ଭଳି ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ସଂସଦରୁ ବାହାର କରିଦିଆଗଲା, ଏହା ପରେ ବିଜେପି ଶାସନରେ ଲୋକତନ୍ତ୍ରର ସ୍ଥାନ ନାହିଁ ବୋଲି ଜନତା ଜାଣିଗଲେ'।  

Advertisment

Congress Jharsuguda Bhakta Charan Das
Advertisment
Advertisment