Advertisment

ରାମ ମନ୍ଦିର ଲହରରେ ଭୟଭୀତ କି ବିଜେଡି ?

ଶାସକ ଦଳ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ । ‘ରାମ ମାହୋଲରୁ ଫାଇଦା ଚେଷ୍ଟାରେ ବିଜେଡି’ ।

author-image
Satyendu Shekher Mishra
Odisha Politics

Odisha Politics

ରାମ ମନ୍ଦିର ମାହୋଲରୁ ଭୋଟ୍ ନେବାକୁ କସରତ କରୁଛି କି ବିଜେଡି ? ରାମଙ୍କ ଲହର ଦେଖି ଭୟଭୀତ କି ଶାସକ ଦଳ ? ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଛି କି ବିଜେଡି ?

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାରରେ ସମର୍ଥନ ପାଇବାରେ ବିଫଳ ହେବାରୁ ରାମ ମାହୋଲରୁ ରାଜନୈତିକ ଫାଇଦା ନେବାକୁ ବିଜେଡି କରୁଥିବା ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଦଳର ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ରାମ ମନ୍ଦିର ଓ ବିଜେପି ଅଙ୍ଗାଅଙ୍ଗି ଜଡିତ। ରାମ ମନ୍ଦିର ବିଜେପିର ନିର୍ବାଚନୀ ଇସ୍ତାହାରରେ ଥିଲା। ସେଥିପାଇଁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାନ ଦିନ ଛୁଟି କରିବା ସହ ମଦ ବନ୍ଦ ପାଇଁ ଆମେ ସରକାରଙ୍କୁ ନିବେଦନ କରିଥୁଲି।

ହେଲେ ସେତେବେଳେ ନବୀନ ସରକାର ଶୁଣିଲେ ନାହିଁ। ହେଲେ ସାରା ଦେଶ ଓ ରାଜ୍ୟ ଯେତେବେଳେ ରାମମୟ ହେଲା ସରକାର ବାଧ୍ୟ ହେଲେ ଅଧାଦିନ ଛୁଟି ଘୋଷଣା କରିବା ପାଇଁ। ଏହା ବି ଅଭିଯୋଗ କରିଛନ୍ତି, ବିଜେଡି ଭୋଟ କାଙ୍ଗାଳ। ଜଗନ୍ନାଥଙ୍କ ନାଁରେ ଭୋଟ ମାଗି ବିଫଳ ହେବାରୁ ରାମଙ୍କ ନାଁରେ ଭୋଟ ରାଜନୀତି ଆରମ୍ଭ କରିଛନ୍ତି। ଯାହାକୁ କାଉଣ୍ଟର କରିଛି ବିଜେଡି । 

Advertisment

ବଡ଼ କଥା ହେଉଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଅନେକ ଦଳ ଏପରିକି କେନ୍ଦ୍ରର ବଡ଼ ବଡ଼ ମନ୍ତ୍ରୀ ବି ଯାଇନଥିବା ବେଳେ ବିଜେଡିର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସାଂସଦ ଅଚ୍ୟୁତ ସାମନ୍ତ କିନ୍ତୁ ଅଯୋଧ୍ୟା ଯାଇ ଏଥିରେ ସାମିଲ ହୋଇଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖୁଥିବା ଭିଡିଓ ମଧ୍ୟ ଜାରି ହୋଇଥିଲା। ଅନ୍ୟପଟେ ଅଣ ବିଜେପି ଶାସିତ ରାଜ୍ୟ ଭାବେ ଓଡିଶା ଏକ ମାତ୍ର ରାଜ୍ୟ ଯିଏ ଅଧାଦିନ ଛୁଟି ଘୋଷଣା କରିଥିଲା।

ସେହିପରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାଜ୍ୟର ଅନେକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନଙ୍କୁ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ସାଂସଦ ଚନ୍ଦ୍ରଶେଖର ସାହୁ ଏକ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ବରଗଡ ସୋହେଲା ଠାରେ ବିଧାୟକ ସୁଶାନ୍ତ ସିଂ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ।

ସବଠୁ ବଡ କଥା ହେଲା ଗତକାଲି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉ ହେଉ ଆଜି ଅପରାହଣରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଜଗନ୍ନାଥଙ୍କୁ ଦର୍ଶନ କରିନଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ଟାର୍ଗେଟ କରିଥିଲେ ବିରୋଧୀ।

ସାରା ରାଜ୍ୟରେ ଏବେ ରାମ ଲହର। ଗତକାଲି ସବୁଠି ସ୍ୱତସ୍ପୃତ ଭାବେ ସାଧାରଣ ଲୋକ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ। ତେଣୁ ୨୪ ନିର୍ବାଚନରେ ଏହି ଲହର କାମ କରୁଛି ନା ନାହିଁ ତାଉପରେ ନଜର।

BJP BJD Odisha Politics Congress
Advertisment
Advertisment