Advertisment

Caste-Based Census in India: ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତି ପରେ ବିଜେଡି ନେତା ଏମିତି କହିଲେ...

ଶାସନରେ ଥିବା ବେଳେ କେନ୍ଦ୍ରୀୟ ଯୋଜନାକୁ ନିଜର କହି ପଲିଟିକାଲ ମାଇଲେଜ ନେଉଥିଲା ବିଜେଡି । ଏବେ ବିରୋଧୀ ଦଳ ଆସନରେ ବସିବା ପରେ ମଧ୍ୟ ସମାନ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।

ଅଦ୍ୟତନ ହୋଇଛି
Biju Janata Dal Old Strategy

Biju Janata Dal

Advertisment

ଦିଲ୍ଲୀରେ ହେଲା ଘୋଷଣା ଓଡ଼ିଶାରେ ଆରମ୍ଭ ହେଲା ରାଜନୀତି । ଘୋଷଣା ପରେ ପଲିଟିକାଲ ମାଇଲେଜ ନେବାକୁ ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ନେତା । ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Advertisment

କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବୈଠକରେ ଚାଷୀଙ୍କ ପାର୍ଇ ବଡ଼ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଗ୍ରେସ ଉପରେ ଆକ୍ରମଣ କରି କହିଥିଲେ, କଂଗ୍ରେସ ସରକାର ଜାତିଗତ ଜନଗଣନାକୁ ବିରୋଧ କରିଥିଲେ । ୧୯୪୭ ପରଠାରୁ ଜାତି ଜନଗଣନା କରାଯାଇ ନାହିଁ । କଂଗ୍ରେସ ଜାତି ଜନଗଣନା ବଦଳରେ ଜାତି ସର୍ଭେ କରିଥିଲା । ୟୁପିଏ ସରକାର ସମୟରେ ଅନେକ ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଜାତି ସର୍ଭେ କରିଥିଲା ।

Advertisment

କେନ୍ଦ୍ରମନ୍ତ୍ରୀ କହିଥିଲେ, ‘ଜାତି ଜନଗଣନାକୁ ମୂଳ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ୍ କରାଯିବ । ବିରୋଧୀ ଏହାକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ଅଶ୍ୱିନୀ ବୈଷ୍ଣବ କହିଥିଲେ ।

ଏଭଳି ଘୋଷଣା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । ବିଜେଡି ନେତାଙ୍କ ବୟାନ ପରେ ଏହାକୁ ନେଇ ରାଜନୈତିକ କରିଡରରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଶାସନରେ ଥିବା ବେଳେ କେନ୍ଦ୍ରୀୟ ଯୋଜନାକୁ ନିଜର କହି ପଲିଟିକାଲ ମାଇଲେଜ ନେଉଥିଲା ବିଜେଡି । ଏବେ ବିରୋଧୀ ଦଳ ଆସନରେ ବସିବା ପରେ ମଧ୍ୟ ସମାନ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।

Advertisment

ଅଧିକ ପଢ଼ନ୍ତୁ: ବିଜେପିରେ ଯୋଗ ଦେବେ କି ପ୍ରୀତି ଜିଣ୍ଟା… ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ଜାତିଭିତ୍ତିକ ଜନଗଣନାକୁ ନେଇ ନିଜର ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ' ସମସ୍ତେ ଦାବି କରୁଥିଲେ ଜାତିଭିତ୍ତିକ ଜନଗଣନା ହେଉ । ବିଜେଡ଼ି ବି ଦାବି ଉଠାଇଥିଲା । ୨୦୧୦ରେ ସଂସଦରେ ବିଜେଡି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠେଇଥିଲା । ବିଜେଡି ସଂସଦୀୟ କମିଟି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦାବି କରିଥିଲେ । ବିଧାନସଭା ଓ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ଜାତି ଭିତ୍ତିକ ଜନଗଣନା କଥା ବିଜେଡି ଉଠାଇଛି । ୨୦୨୦ରେ ଜନଗଣନା ହେବା କଥା କିନ୍ତୁ କୋଭିଡ ପାଇଁ ବନ୍ଦ ରହିଲା । ତା'ପରେ ବି ହେଲାନି । ଯେଉଁଥିପାଇଁ ଆମେ ଆନ୍ଦୋଳନ କରିଛୁ । ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛୁ । ନବୀନ ବାବୁ ଏହାକୁ ସ୍ଵାଗତ କରିଛନ୍ତି । ଏହାଦ୍ୱାରା ଏସସି, ଏସଟି ଏବଂ ଓବିସି ଉପକୃତ ହେବେ ।

କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ କିନ୍ତୁ ନିୟମାବଳୀ ଆସିନାହିଁ । ବିଜେଡିର ଦାବି ହେଲା, ସାମାଜିକ,ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ । ସଂରକ୍ଷଣ ଲିମିଟ୍ ୫୦ ପ୍ରତିଶତରୁ ଅଧିକ କରାଯାଉ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଉ । ଆର୍ଥୀକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ । ଯାହାର ସଂଖ୍ୟା ଯେତେ , ତାର ଭାଗ ସେତେ ହେବା ଦରକାର ।'

ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, 'ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି । ବିଜେଡ଼ି ସଂସଦରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଉଠାଇଛି । ୨୦୨୦ରେ ବିଧାନସଭାରେ ବିଜେଡି ସରକାର ଗୋଟିଏ ବିଲ୍ ଆଣି ସଂଶୋଧନ କରିଥିଲେ ଏବଂ OBC କମିସନ୍ ଗଠନ ହୋଇଥିଲା । ଆମ ଲଢେଇର ସ୍ୱୀକୃତି ଗତକାଲି ମିଳିଛି । ବିଜେପି କିନ୍ତୁ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରିଥିଲା । ସାରା ଦେଶରେ ଦାବି ବଢ଼ିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୋଡାଲିଟିଜ ଆସିବା ପରେ ଆଉ ଟିକେ ସ୍ପଷ୍ଟତା ଆସିବ ।'

ଅପରପକ୍ଷେ ଏହାକୁ ନେଇ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ କହିଛନ୍ତି, ‘ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ରହିଥିଲା । କେନ୍ଦ୍ର ସରକାର ଏଥିପାଇଁ ସବୁବେଳେ ପଛେଇଛନ୍ତି । ଆଜି ଆଂଶିକ ଭାବେ କେନ୍ଦ୍ର ସରକାର ମାନିଛନ୍ତି । କିନ୍ତୁ, କେନ୍ଦ୍ରର ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ ।‘

ଅଧିକ ପଢ଼ନ୍ତୁ: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଏମିତି କହିଲେ ସୁଲତା...ଦଳ ଭିତରୁ ବିରୋଧ

Narendra Modi BJD Odisha Politics Central Govt Caste Based Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ