Advertisment

​​​​​​​ବଢୁଛି ବିଜେଡିର ଘର କଳି ! ଜଣଙ୍କ ପରେ ଜଣେ ଖୋଲୁଛନ୍ତି ବିପର୍ଯ୍ୟୟର ଗୁମର

ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BJD

ପ୍ରାର୍ଥୀ ଖୋଲୁଛନ୍ତି ବିଜେଡିର ବିପର୍ଯ୍ୟୟ ଗୁମର। ଅବିନାଶ କହିଲେ ପରାଜୟର ପାଞ୍ଚ କାରଣ। ଶୁଣିଲେ ସୁପ୍ରିମୋ। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ପରେ ଆଜି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ସୁପ୍ରିମୋଙ୍କ ଆଗରେ କରିଛନ୍ତି ବିସ୍ଫୋରଣ । ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି।

Advertisment

ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଅବିନାଶ କହିଛନ୍ତି ଦଳ ପରାଜୟର ପାଞ୍ଚ କାରଣ। ଅଧିକ ଆତ୍ମ ବିଶ୍ବାସ, ଭୁଲ ରଣନୀତି, ବରିଷ୍ଠ ନେତା ଏକଜୁଟ୍ ନହେବା, ନବୀନଙ୍କ କମ୍ ପ୍ରଚାର ଓ ଦଳର ଆଇଟି ୱିଙ୍ଗ ବା ସୋସିଆଲ୍ ମିଡିଆ ସ୍ଥାଣୁତା। ମାନେ, ଦଳର ସଫଳତାକୁ ଠିକରେ ପ୍ରଚାର ନ କରିପାରିବା। ଅନ୍ୟପଟେ ଆଉ କିଛି ନେତା କହୁଛନ୍ତି ପରାଜୟ ଦଳକୁ ଝଟକା ଦେଇଛି ସତ କିନ୍ତୁ ଦଳର ନିର୍ବାଚନ ପରିଚାଳନା ଠିକ୍ ଥିଲା। ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି।

ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ି ଚାଲିଥିବାବେଳେ ଗତକାଲି ଆଉ ତିନି କମିଟି ଘୋଷଣା କରିଛି ଦଳ। ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଓ କାର୍ଯ୍ୟକ୍ରମ ପରିଚାଳନା କମିଟି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ତିନି କମିଟିରେ ନାହାନ୍ତି ପୂର୍ବତନ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ମଙ୍ଗରାଜ।

Advertisment

ନିର୍ବାଚନ ପୂର୍ବରୁ ଏ ଦୁଇ ନେତାଙ୍କ ଦବଦବା ଦଳରେ ବେଶ୍ ଥିଲା। କିନ୍ତୁ ବିପର୍ଯ୍ୟୟ ପରେ ଦୁହିଁଙ୍କୁ ଶଙ୍ଖ ଭବନଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସବୁଠି ନିଜ ଦଳର କର୍ମୀ ଓ ନେତା ବିରୋଧ କରି ଆସୁଛନ୍ତି। ଚର୍ଚ୍ଚା ହେଉଛି ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ କ୍ଷୋଭକୁ ପ୍ରଶମିତ କରିବାକୁ ସୁପ୍ରିମୋ ପ୍ରଣବ ଓ ମାନସଙ୍କ ପକ୍ଷଛେଦନ କରିଛନ୍ତି। ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ସୁପ୍ରିମୋ ପୁଣି ଥରେ ନେତାଙ୍କୁ ଏକାଠି ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ବିଜେଡିରେ ଏବେ ନେତା ଓ ପ୍ରାର୍ଥୀ ଖୋଲାଖୋଲି ବିପର୍ଯ୍ୟୟର କାରଣ ବଖାଣୁଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଏସବୁ ନେତାଙ୍କ ପରାମର୍ଶକୁ ସୁପ୍ରିମୋ ବିଚାରକୁ ନେଉଛନ୍ତି ତ? ନା ପୁଣି ସେହି କୋଟେରୀ ଗ୍ରୁପ ପ୍ରଚ୍ଛଦ ପଟରେ ସକ୍ରିୟ ଅଛି।

BJD BJP Congress Odisha Politics
Advertisment
Advertisment