Advertisment

BJD Protests: ରାଜଧାନୀରେ ବିଜେଡିର ସମାବେଶ; ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର?

ନୂଆ ବର୍ଷରେ ନୂଆ ଆଭିମୁଖ୍ୟ। ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।

undefined

BJD Protests Against Unreasonable Price Hike

Advertisment

ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡି ଓହ୍ଲାଇଲା ଆନ୍ଦୋଳନକୁ। ଦୀର୍ଘ ଦିନର ନିରବତା ପରେ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଲଢେଇ ଡାକରା ଦେଇଛି ଦଳ। ଆଜି ଭୁବନେଶ୍ବରରେ ବିକ୍ଷୋଭ ସଭାରେ ନବୀନ ଦରଦାମ ବୃଦ୍ଧି ନେଇ ମହଙ୍ଗା ମାଡ଼ କହି ମୋହନ ମାଝୀ ସରକାରକୁ ନିଶାନା କରିଛନ୍ତି। କିନ୍ତୁ ସଭାରେ ବି କନ୍ଦଳ ଜଳ ଜଳ ବାରି ହୋଇପଡୁଥିଲା। ବିଜେପି ଏହାକୁ ନାଟକ କହିଥିବ ବେଳେ କଂଗ୍ରେସ କହିଛି, ସ୍ଥିତି ବଞ୍ଚାଇବାକୁ ବିଜେଡିର ଏହା ଫନ୍ଦି।  

Advertisment

ନୂଆ ବର୍ଷରେ ନୂଆ ଆଭିମୁଖ୍ୟ। ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ। କହିଛନ୍ତି, ଦରଦାମ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ନିୟନ୍ତ୍ରଣ ନାହିଁ। MM ଅର୍ଥାତ ମହଙ୍ଗା ମାଡ ସରକାର କହି ବିଜେପିକୁ କଡା ସମାଲୋଚନା କରିଛନ୍ତି ନବୀନ। ସେପଟେ ବିଜେଡିର ଏହି ବିକ୍ଷୋଭ ସମାବେଶକୁ ନାଟକ ବୋଲି କହିଛି ବିଜେପି। କଂଗ୍ରେସ କହିଛି ଏବେବି ବିଜେଡି ଓ ବିଜେପି ମିଶିକରି ଅଛନ୍ତି। ବିଜେଡି ନେତା କଂଗ୍ରେସ ମୁହାଁ ହେଉଥିବାରୁ ସତ୍ତା ବଞ୍ଚାଇବାକୁ ଏ ବିକ୍ଷୋଭ।  

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ବଡ଼ ହଲଚଲ୍; ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର, ଚାଲିଛି ସମାନ୍ତରାଳ ସଂଗଠନ!

Advertisment

ଗୋଟିଏ ପଟେ ନବୀନଙ୍କ ଭାଷଣ ଆଉ ଅନ୍ୟପଟେ ସଭା ମଞ୍ଚରେ ବି ନେତାଙ୍କ ଗୋହି ଖୋଳାଖୋଳି। ଏଠି ବି କନ୍ଦଳ ବାରି ହୋଇପଡିଥିଲା। ରଣେନ୍ଦ୍ର ସ୍ବାଇଁ ସଭା ମଞ୍ଚରେ କହିଥିଲେ, କିଛି ନେତା ମନସ୍ଥିର କରିପାରୁ ନାହାନ୍ତି, ଏପଟକୁ ଯିବୁ ନା ସେପଟକୁ। ଦଳରେ କିଛି ସ୍ଲିପର ସେଲ୍ ଅଛନ୍ତି ଯେଉଁମାନେ କହୁଛନ୍ତି ଆମେ ବିଜେପି ସହ ସାଲିସ କରିଛୁ। ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ମଧ୍ୟ ରଣେନ୍ଦ୍ରଙ୍କୁ ସମର୍ଥନ କରିଛନ୍ତି। ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଦଳରେ ଥିବା କିଛି ଢୋଲ ଭିତର ମୂଷା ଏବେ ଆମାଜନ୍ ନଦୀରେ ଦେଖାଯାଉଥିବା ବୃହତ ପ୍ରଜାତିର ମୂଷା କାପିବାରା ଭଳି ବଢିଗଲେଣି। ସେମାନଙ୍କ ପାଇଁ ଆନାକୋଣ୍ଡା ଆସୁଛି।

ଦୁର୍ବଳ ହେଉଥିବା ବିଜେଡିକୁ ପୁଣି ମଜଭୁତ କରିବାକୁ ନବୀନ ପଦାକୁ ଗୋଡ କାଢିବାକୁ ବାଧ୍ୟ ହେଲେ। ତେବେ ଗୋଷ୍ଠୀ କନ୍ଦଳ ଦଳପତିଙ୍କ ମୁଣ୍ଡ ବିନ୍ଧା ବଢାଇଥିବା ବେଳେ ଆଗକୁ ଦଳର ଆଭିମୁଖ୍ୟ ସମାନ ରହୁଛି ନା ନାହିଁ ତାଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ପୋଲିସକୁ 'ପାଣିକୋଇଲି' ଚ୍ୟାଲେଞ୍ଜ, ୨୪ ଘଣ୍ଟା ପରେ ବି ଧରା ପଡ଼ିନାହାନ୍ତି ଫେରାର ଲୁଟେରା

BJD Protests Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ