/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670674406.jpg)
Sushant Singh
ପଦ୍ମପୁର ବିଜୟ ପରେ ୨୦୨୪ରେ ବିଜେଡିର ମିଶନ ୧୨୫ । ମୋଟ ବିଧାନସଭା ଆସନ ୧୪୭ରୁ ବିଜେଡି ୧୨୫ରେ ବିଜୟୀ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂହ । ଏହାସହ ପଶ୍ଚିମ ଓଡ଼ିଶାର ୩୬ ଆସନରୁ ବିଜେଡି ୩୦ରୁ ଅଧିକ ଆସନରେ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ । ଆସନ୍ତା ଜାନୁଆରୀରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ସେପଟେ ବିଜେପି କହିଛି ରାଜନୈତିକ ଦଳ ଭିତରେ ମିଶନ ରଖିବା କିଛି ବଡ଼ କଥା ନୁହେଁ । ଆମେ ୧୪୭ ଆସନକୁ ଫୋକସ କରୁଛୁ । ଆମର ମିଶନ ହେଉଛି ଦୁଇ ତୃତୀୟାଂଶରେ ସରକାର କରିବୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କଂଗ୍ରେସ କହିଛି ବିଜେଡି ୩୦ରୁ ୩୫ ଭିତରେ ରହିବ । କଂଗ୍ରେସ ଭଲ ପ୍ରଦର୍ଶନ ସହ ୬୦ରୁ ୬୫ ସିଟ୍ ଭିତରେ ଜିତିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଆଉ କାହା ସହାୟତାରେ କଂଗ୍ରେସ ସରକାର କରିବ ବୋଲି ସୁର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)