/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725606996.jpg)
Sujeet Kumar
ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ । କ୍ଷମତାରୁ ହଟିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିବାରେ ଲାଗିଛି । ଦଳକୁ ବାଏ ବାଏ କହୁଛନ୍ତି ବଡ଼ ନେତା । ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ବିଜେଡି ସାଂସଦ । ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏହାପୂର୍ବରୁ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
Advertisment
ସେପଟେ ସୁଜିତ କୁମାରଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରିଛି ଦଳ ।ବିଜେଡିରୁ ବହିଷ୍କାର ପରେ ବିଜେପି ଅଫିସରେ ପହଞ୍ଚିଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗଦେଇପାରନ୍ତି କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)