Advertisment

BJD Leader Muna Khan Resigns: ନବୀନ ନିବାସରେ ମୁନା ଖାନ୍; BJD ସଂଖ୍ୟାଲଘୁ ସେଲ୍‌ରୁ ଇସ୍ତଫା ଦେଇଥିବା ଚର୍ଚ୍ଚା !

ନବୀନଙ୍କ ଘନିଷ୍ଠ ଥିଲେ ମୁନ୍ନା। ୱାକଅଫ୍‌ ବିଲ୍‌ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏପରିକି ଯେଉଁ ବିଜେଡି ସାଂସଦମାନେ ୱାକଅଫ୍‌କୁ ସମର୍ଥନ କରିଥିଲେ, ନୀବନ ନିବାସ ଆସି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ଅଦ୍ୟତନ ହୋଇଛି
BJD Leader Muna Khan Resigns

BJD Leader Muna Khan Resigns

Advertisment

ବଡ଼ ଖବର । ନବୀନ ନିବାସରେ ପହଞ୍ଚିଲେ ବିଜେଡି ସାଂସଦ ମୁନା ଖାନ୍ । ସଂଖ୍ୟାଲଘୁ ସେଲ୍‌ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି। ସଂଖ୍ୟାଲଘୁ ସେଲ୍‌ର ସାଉଥ୍‌ ଜୋନ ସଂଯୋଜକ ପଦରୁ ଇସ୍ତଫା ମଧ୍ୟ ଦେଇଥିବା ଚର୍ଚ୍ଚା ହେଉଛି। ଗତ ୫ ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସଂପ୍ରଦାୟ କମିଟି । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି । 

Advertisment

ଅଧିକ ପଢ଼ନ୍ତୁ: ବିଜେଡିର ନୂଆ ଟିମ୍; ମୁହଁ ଖୋଲିଥିବା ନେତା ଆଉଟ୍‌, ପାଣ୍ଡିଆନା ମାର୍କାଙ୍କୁ ଥଇଥାନ

ନବୀନଙ୍କ ଘନିଷ୍ଠ ଥିଲେ ମୁନ୍ନା। ୱାକଅଫ୍‌ ବିଲ୍‌ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏପରିକି ଯେଉଁ ବିଜେଡି ସାଂସଦମାନେ ୱାକଅଫ୍‌କୁ ସମର୍ଥନ କରିଥିଲେ, ନୀବନ ନିବାସ ଆସି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏପରିକି ନବୀନ ନିବାସରେ ମୁନ୍ନା ଖାନଙ୍କ ସମର୍ଥନ ମାନେ ପାଣ୍ଡିଆନ୍ ଗୋ ବ୍ୟାକ୍ ବୋଲି ନାରା ଦେଇଥିଲେ।। ଏପରି କରିବା ମୁନ୍ନା ଖାନ୍‌ଙ୍କୁ ମହଙ୍ଗା ପଡ଼ିଲାକି ? ଏଥିପାଇଁ ମୁନ୍ନାଙ୍କ ପକ୍ଷ ଛେଦନ କରାଗଲା କି ? ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। 

Advertisment
BJD BJD Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ