Advertisment

ବଧୂ ନିର୍ଯାତନା ଆରୋପକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି , ଖଣ୍ଡେ ବେଡସିଟ୍ ଛଡ଼ା କିଛି ଆଣିନି

author-image
Prangyan Parimita
ଅଦ୍ୟତନ ହୋଇଛି
Shashi Bhusan Behera

Shashi Bhusan Behera

ବୋହୂ ରୋନାଲି ବେହେରାଙ୍କ ଅଭିଯୋଗକୁ ସିଧାସଳଖ ଉଡାଇଦେଲେ କେନ୍ଦ୍ରାପଡା ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଯୌତୁକ ନିର୍ଯାତନା, ପୁଅର ପରକୀୟା ପ୍ରୀତି ଅଭିଯୋଗକୁ ନେଇ ଜବାବ ରଖିଲେ । କହିଲେ ଅଭିଯୋଗର ଆଧାର ନାହିଁ, ଭିତ୍ତିହୀନ । ବାହା ହେବା ପରେ ରୋନାଲି ମାତ୍ର ମାସେ ଏଗାର ଦିନ ଆମ ଘରେ ଥିଲେ । ତାପରେ ସମୁଦି ଆସି ତାଙ୍କୁ ନେଇଯାଇଥିଲେ । ରୋନାଲି ସେବେ ଠାରୁ ବାପ ଘରେ ଅଛନ୍ତି । ବାପ ଘରକୁ ଯିବାବେଳେ କିଛି ବି ମନୋମାଳିନ୍ୟ ନଥିଲା ।

Advertisment

ହଠାତ୍ ଦୁଇ ବର୍ଷ ପରେ ଏଭଳି ଅଭିଯୋଗ କାହିଁକି ଆଣୁଛନ୍ତି, ତାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି ଶଶୀ। ଯୌତୁକଜନିତ ନିର୍ଯାତନା କଥାରେ ଆଦୌ ସତ୍ୟତା ନାହିଁ । ବାହାଘର ସମୟରେ ଷ୍ଟୁଲ୍ ଟେ ବି ଆସିନି ତାଙ୍କ ଘରୁ । କେବଳ ଖଣ୍ଡେ ବେଡ୍ ସିଟ୍ ଆସିଥିଲା । ବାହାଘର କାର୍ଡରେ ମୁଁ ବିନା ଉପହାରରେ ଆସିବାକୁ ନିମନ୍ତ୍ରଣ କରିଥିଲି। ମାତ୍ର କୁହାଯାଉଛି ଯୌତୁକ ନିର୍ଯାତନା ଦିଆଯାଇଥିଲା। ସେହିପରି ପୁଅର ପରକୀୟା ପ୍ରୀତି ଅଭିଯୋଗକୁ ବି ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ବିଧାୟକ। ଅନ୍ୟପକ୍ଷରେ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ଆଦୌ ପଡିବନି ବୋଲି ଶଶୀ ଦୃଢତାର ସହ କହିଛନ୍ତି।

ସେପଟେ ଶଶୀଙ୍କ ସ୍ପଷ୍ଟୀକରଣକୁ କାଉଣ୍ଟର କରିଛନ୍ତି ରୋନାଲିଙ୍କ ବାପା ତଥା ସମୁଦି ଗୋଖା ବେହେରା। ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ବାହାଘର ପରେ ଭିଡିଓଗ୍ରାଫି ଆଳରେ ୨ଲକ୍ଷ ଟଙ୍କା ଦାବି କରିଥିଲେ ଶଶୀ। ୨୪ ମାର୍ଚ୍ଚ ୨୦୨୧ରେ ଶଶୀ ବେହେରାଙ୍କ ଝିଅ ସୁଶ୍ରୀ ଭାରତୀ ବେହେରାଙ୍କ ଆକାଉଣ୍ଟକୁ ରୋନାଲିଙ୍କ ଭିଣୋଇ ରାଜେଶ ମାଝି ଅଗ୍ରୀମ ୬୦ ହଜାର ଟଙ୍କା ପଠାଇଥିଲେ। ଅବଶିଷ୍ଟ ଟଙ୍କା ପରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ପୁଅ ଘର ଭିଡିଓଗ୍ରାଫି ପାଇଁ ଝିଅ ପକ୍ଷ କାହିଁକି ଟଙ୍କା ଦେବେ ବୋଲି ପ୍ରଶ୍ନ କରିଛନ୍ତି ରୋନାଲି । ବାହାଘର ବିନା ଡିମାଣ୍ଡରେ ହେବ ବୋଲି ଭାବୁଥିଲୁ କିନ୍ତୁ ବାହାଘର ପରେ ହଠାତ ଦୁଇ ଲକ୍ଷ ଟଙ୍କା ମାଗିବା ଆମକୁ ଆଶ୍ଚର୍ଯ୍ୟ କରିଥିଲା। ଆକାଉଣ୍ଟ ଯାଞ୍ଚ ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ରୋନାଲିଙ୍କ ବାପା।

Advertisment

ଏବେ ଅପେକ୍ଷା ପୋଲିସ୍ ତଦନ୍ତର ଦିଗ କୁଆଡେ ଯାଉଛି। ଏବାବଦରେ କୌଣସି ସୂଚନା ବାଙ୍କି ପୋଲିସ୍ ଦେଉନଥିବାରୁ ଘଟଣାକୁ ଅଧିକ ଚର୍ଚ୍ଚିତ କରିଛି।...

BJD Torture Dowry
Advertisment
Advertisment