Advertisment

ଘର ଭାଙ୍ଗିବା ପରେ ମୁହଁ ଖୋଲିଲେ ବବି: ‘ସେଠି ସେଭଳି କୌଣସି ବିରାଟ ନିର୍ମାଣ କାର୍ଯ୍ୟ ହୋଇନି’

ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ ଘର ।

ଅଦ୍ୟତନ ହୋଇଛି
Pranab Prakash Das Says Over Govt Quarter Demolition

Bobby Das

Advertisment

ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ ଘର। ଭୁବନେଶ୍ୱର ସ୍ଥିତ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍ । ଆଉ ଏସବୁକୁ ଏବେ ଭଙ୍ଗା ଯାଉଛି।

Advertisment

ଲୁଚି ଛପି କିଛି ବ୍ୟକ୍ତି ଏହି କ୍ୱାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି । ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି, ସେବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ସେପଟେ ସରକାରୀ କ୍ୱାର୍ଟର୍ସ ପରିସରରେ ଭଙ୍ଗାରୁଜା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ବବି ଦାସ।

କହିଛନ୍ତି, ଏହା ଏକ ସରକାରୀ କ୍ୱାର୍ଟର୍ସ । ଯେଭଳି ନିଆଯାଇଥାଏ, ସେଭଳି ଫେରାଯାଇଥାଏ । ସେହି ଅନୁଯାୟୀ ମୁଁ ତିଆରି କରିକି ଫେରାଇଦେବି । ରାଜ୍ୟର ବିଭିନ୍ନ ନେତା ଓ କର୍ମୀଙ୍କ ବସିବା ପାଇଁ ଅସ୍ଥାୟୀ ଭାବେ ଏକ ଏକ୍ସଟେନସନ କରାଯାଇଥିଲା । ସେଭଳି କୌଣସି ବିରାଟ ନିର୍ମାଣ କାମ କରାଯାଇନାହିଁ ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ମଧ୍ୟ ଆସିଥିଲେ । କହିଛି ଠିକ୍ ସମୟରେ କ୍ୱାର୍ଟର୍ସ ଛାଡ଼ିବି । ତେବେ ଏବେ ଏସବୁ ଘଟଣା ସାମ୍ନାକୁ ଆସିବା ପରେ ଛିଡ଼ା ହୋଇଛି ଅନେକ ପ୍ରଶ୍ନ, ଉଠିଛି ଅନେକ ଆଶଙ୍କା । ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା କଣ? ଏତେ ବଡ଼ ନିର୍ମାଣ, ଅଣ୍ଡର୍ ଗ୍ରାଉଣ୍ଡରେ ଘର ନିର୍ମାଣ ହୋଇଥିଲା, ତଥାପି କେହି କେମିତି ବର୍ଷ ବର୍ଷ ଧରି ଜାଣି ପାରିଲେନି?

Advertisment

ଅଧିକ ପଢ଼ନ୍ତୁ: ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ସରକାରୀ ଜାଗାରେ, ସରକାରୀ କ୍ୱାର୍ଟର୍ସରେ ଏତେ ବଡ଼ ନିର୍ମାଣକୁ ଅନୁମତି ଦେଲା କିଏ? ସାଧାରଣ ପ୍ରଶାସନ ବିଭାଗ ଘର ନିର୍ମାଣ କଥା ଜାଣିଥିଲା ନା ସବୁ ଜାଣି ଚୁପ୍ ବସିଥିଲା? ମିଳିଥିବା ସୂଚନା ମୁତାବକ ସରକାରୀ ଭାବେ ବବିଙ୍କ ସରକାରୀ ଆବାସରେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୯ ଲକ୍ଷ ଟଙ୍କା । କିନ୍ତୁ କୁହାଯାଉଛି ଏତେ ସବୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଲାଗିଛି । ଏସବୁ ପରେ ସବୁଠୁ ବଡ଼ କଥା ହେଉଛି, ବବି କହୁଛନ୍ତି ସେଭଳି କୌଣସି ବିରାଟ ନିର୍ମାଣ କାର୍ଯ୍ୟ କରାଯାଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ଟଙ୍କା କେଉଁଠୁ ଆସିଥିଲା ଓ କିଏ ଦେଇଥିଲା? ତା’ସହ ଏବେ ଭାଙ୍ଗିବା ପଛରେ କାରଣ କଣ? ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

ଏହି ସରକାରୀ କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୯ରେ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଆବଣ୍ଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ରେ ପ୍ରଣବ ଏହି କ୍ୱାର୍ଟର୍ସକୁ ନିଜ ଦଖଲକୁ ନେଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ମେ’ ମାସରେ ଆସିଥିବା ବାତ୍ୟା ‘ଫନି’ର ଫାଇଦା ଉଠାଇ ପ୍ରଣବ ପ୍ରକାଶ ତାଙ୍କୁ ଆବଣ୍ଟିତ କ୍ୱାର୍ଟର୍ସର ପରିମିତ ଜାଗାକୁ ବେଆଇନ ଭାବେ ବଢ଼ାଇଥିଲେ ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

ସେହି କ୍ୱାର୍ଟର୍ସର ଦୁଇ ପାଶ୍ୱର୍ରେ ଥିବା ୨ଟି ସରକାରୀ କ୍ୱାର୍ଟର୍ସ ଯଥା-VIIMR-2 ଏବଂ VIIMR-1ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ । ଆଉ ଲୋକଙ୍କ ଆଢ଼ୁଆଳରେ ପ୍ରଣବ ବେଆଇନ ଭାବେ ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାରେ ଏକ ଆଲିଶାନ୍ କୋଠା ନିର୍ମାଣ କରିଥିବା ଚର୍ଚ୍ଚା ହେଉଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଏହି କୋଠାର ଭିତର କେବଳ ମୂଲ୍ୟବାନ କାଠ ଓ କାଚରେ ସଜ୍ଜିତ ହୋଇଥିଲା । ଆଉ ସେ କୋଠାକୁ ଭିତରୁ ଦେଖିଲେ ତାହା ରାଜପ୍ରସାଦର ଭ୍ରମ ସୃଷ୍ଟି କରିବ । ଯାଜପୁରର କୁସୁମାଠାରେ ଅନୁରୂପ ଶୈଳୀରେ ଏକ କୋଠା ମଧ୍ୟ ପ୍ରଣବଙ୍କର ରହିଛି । ଅବଶ୍ୟ ଏସବୁ ଭବ୍ୟ ନିର୍ମାଣ ଓ ସାଜସଜ୍ଜାରେ ସରକାରୀ ଅର୍ଥ ବ୍ୟୟ କମ୍ ଓ ଠିକାଦାରୀଙ୍କ ପୁଞ୍ଜି ବେଶୀ ଲାଗିଥିବା ସନ୍ଦେହ କରାଯାଉଛି ।

Pranab Prakash Das Bobby Das Demolition BJD Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ