Advertisment

Manmath Routray Marriage: ସାନ ପୁଅର ବିବାହକୁ ନେଇ ମୁହଁ ଖୋଲିଲେ ସୁର; କହିଲେ...

କିଛି ଗୁପ୍ତ  ଫୁପ୍ତ ରଖାଯାଇ ନଥିଲା,  ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ମୋ ପୁଅ ବିବାହରେ ବିବାହ କାର୍ଡ ଛପା ଯାଇନଥିଲା କି ଏହି ବିବାହରେ କାହାକୁ ନିମନ୍ତ୍ରଣ କରାଯାଇ ନଥିଲା। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ପାଇଁ ମୋ ପୁଅ କହିଥିଲା। ଅନ୍ୟ କାହାକୁ ନିମନ୍ତ୍ରଣ ପାଇଁ ମନା କରିଥିଲା।

ଅଦ୍ୟତନ ହୋଇଛି
sura routray

sura routray

Advertisment

ସମସ୍ତଙ୍କ ପ୍ରିୟ ସୁର ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ଘରେ ବାଜିଛି ସାହାନାଇ। ହୋଇଛି ଭୋଜିଭାତ। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ କରିଛନ୍ତି ସୁରଙ୍କ ସାନ ପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ। ନିଜ ପ୍ରଥମ ସ୍ତ୍ରୀର ବନ୍ଧୁଙ୍କ ହାତ ଧରିଛନ୍ତି ମନ୍ମଥ। ତେବେ ନିଜ ପୁଅ ବିବାହ ସଂପର୍କରେ ଗଣ ମାଧ୍ୟମରେ ମୁହଁ ଖୋଲିଛନ୍ତି ସୁର।

Advertisment

ଆମ ପ୍ରତିନିଧି-  ସାନ ପୁଅର ବିବାହକୁ  ଗୁପ୍ତରେ ରଖିଥିଲେ କି?

ସୁର କହିଛନ୍ତି,  କିଛି ଗୁପ୍ତ  ଫୁପ୍ତ ରଖାଯାଇ ନଥିଲା,  ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା।  ମୋ ପୁଅ ବିବାହରେ ବିବାହ କାର୍ଡ ଛପା ଯାଇନଥିଲା କି ଏହି ବିବାହରେ କାହାକୁ ନିମନ୍ତ୍ରଣ କରାଯାଇ ନଥିଲା। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ପାଇଁ ମୋ ପୁଅ କହିଥିଲା। ଅନ୍ୟ କାହାକୁ ନିମନ୍ତ୍ରଣ ପାଇଁ ମନା କରିଥିଲା।

ଆମ ଘରେ ବାହାଘର ହେଲେ ୩୦ରୁ ୪୦ ହଜାର ଲୋକ ଭୋଜି ଖାଆନ୍ତି। ଆମେ ଲୋକପ୍ରତିନିଧି ଆମେ ସମସ୍ତଙ୍କୁ ଡାକିଥାଉ। ବିଜେଡି, ବିଜେପି, କଂଗ୍ରେସ ଦଳର ନେତାଙ୍କୁ ଡାକିଥାଉ। ଏଥିସହ ସାହିତ୍ୟିକ, ଗବେଷକ,  ଧନୀ ଓ ଗରିବଙ୍କୁ ମଧ୍ୟ ଡାକିଥାଉ। ଆମ ଘର ବିବାହରେ ବଡ଼ ବନ୍ଧୁ ମିଳନ ହୋଇଥାଏ। ମୋ ମଝିଆ ଜ୍ୱାଇଁ ପ୍ରସାଦ ହରିଚନ୍ଦନ ବିବାହରେ ୫୦ ହଜାରରୁ ଅଧିକ ଲୋକ ଖାଇଥିଲେ।

Advertisment

ଆମ ପ୍ରତିନିଧି- ସାନ ପୁଅଙ୍କର ଏହା ଆରେଞ୍ଜ ବିବାହ ଥିଲା ନା ଲଭ୍‌?

ସୁର କହିଛନ୍ତି, ମୋ ପୁଅର ଆରେଞ୍ଜ ମ୍ୟାରେଜ୍ ହୋଇଛି... କୌଣସି ପ୍ରେମ, ଫ୍ରେମ ନୁହେଁ। ପ୍ରଥମେ ନିର୍ବନ୍ଧ ହୋଇଥିଲା, ତା’ପରେ ମଙ୍ଗନ ଓ ପରେ ବିବାହ ହୋଇଥିଲା। ବିବାହରେ ମୋ ପରିବାର ଓ କୁଟୁମ୍ବ ଓ ବୋହୂ ଘର ପରିବାର ଉପସ୍ଥିତ ଥିଲେ। ମୁଁ ଓ ମୋ ସ୍ତ୍ରୀ ବିବାହରେ ଉପସ୍ଥିତ ଥିଲୁ। ବୋହୂ ଘର ଭଲ ପରିବାର । ବୋହୂ ମୋର ମୁମ୍ବାଇର ଏକ ବ୍ୟାଙ୍କର ମ୍ୟାନେଜର ଅଛି। ତାଙ୍କ ବାପା ସଚିବାଳୟରେ ଉଚ୍ଚ ପଦସ୍ଥ କର୍ମଚାରୀ। ତାଙ୍କ ଘର ପଟିଆ ଅଞ୍ଚଳରେ।

ଆମ ପ୍ରତିନିଧି- ସାନ ପୁଅ ବିବାହରେ ଆପଣ ଖୁସି ତ?

ସୁର କହିଛନ୍ତି, ମୁଁ ଭାରି ଖୁସି। ମୋ ଅପେକ୍ଷା ମୋ ସ୍ତ୍ରୀ ଏହି ବିବାହରେ ଭାରି ଖୁସି ପୁଅ ବିବାହରେ ବାଜା ବାଜିଲା ବେଳେ ମୋ ସ୍ତ୍ରୀ ଖାଲି କୁଲୁ କଲୁ ହଉଥାଏ, ମୁଁ କହିଲି ନାଚିବୁ କିଲୋ...। ତାକୁ ଧରି ଟିକେ ନାଚି ପକାଇଲି...। ପୁଅ ବିବାହରେ ମୁଁ ନାଚିଛି। ପୁଅ, ଝିଅ ଓ ନାତି ଓ ନାତୁଣୀ ସବୁ ନାଚୁଥିଲେ।

Advertisment

ମୁଁ ମୋ ପୁଅକୁ ଆଶୀର୍ବାଦ ଦେଇକି ଆସିଲି। ପ୍ରସାଦ ହରିଚନ୍ଦନ ବିବାହର ସବୁ ଦାୟିତ୍ୱ ନେଇଥିଲେ। ଜଗନ୍ନାଥ, ଆଲ୍ଲା ଓ ଯିଶୁଙ୍କ ଆର୍ଶୀବାଦରେ ବିବାହ ସମ୍ପନ୍ନ ହୋଇଥିଲା। ମା’ଲକ୍ଷ୍ମୀ, ଦୁର୍ଗା ଓ କାର୍ତ୍ତିକଙ୍କ ଆର୍ଶୀବାଦରେ ଦୁହିଁଙ୍କ ଜୀବନ ଆନନ୍ଦରେ କଟୁ। ପୂର୍ବଟା ତ ଫାଟିଗଲା... ଆଉ ସଂପର୍କ ନଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ'।

ଆମ ପ୍ରତିନିଧି- ସାନ ପୁଅ ବିବାହରେ ଆଇଟମ୍ କ’ଣ ହୋଇଥିଲା?

ମୋ ପୁଅ ବିବାହରେ କୁକୁଡା, ଛେଳି, ଚିଙ୍ଗୁଡି ଓ କଙ୍କଡ଼ା ହୋଇଥିଲା। ଏଥିସହ ସାଧା ମଧ୍ୟ ହୋଇଥିଲା। ସବୁ ବଢ଼ିଆ ଆଇଟମ୍‌ ହୋଇଥିଲା। ହେଲେ ମୁଁ ଖାଇପାରିଲି ନାହିଁ, ମୋ ସ୍ତ୍ରୀ ମନା କଲା। କାହିଁକି ନା ମୋ ପୁଅ ବିବାହ ଥିଲା। ବଡ଼ ପୁଅ ଓ ତାର ପରିବାର ଆମେରିକାରେ ଅଛନ୍ତି। ସେଥିପାଇଁ ବିବାହକୁ ଆସି ପାରିନାହାନ୍ତି ବୋଲି କହିଛନ୍ତି ସୁର ।

ତେବେ ମନ୍ମଥଙ୍କ ବିବାହ ବିଚ୍ଛେଦ ସଂପର୍କରେ ମୁହଁ ଖୋଲିଛନ୍ତି ସୁର। ସେ କହିଛନ୍ତି ପ୍ରଥମେ ସାନପୁଅ ବିବାହ କରିଥିଲା। ସେ ବୋହୂ ଇଞ୍ଜିନିୟର ଥିଲା। ବୋହୂ ଭଲ ଥିଲା। ହେଲେ ପୁଅ,ବୋହୂଙ୍କ ମଧ୍ୟରେ ମତ ପାର୍ଥକ୍ୟ ପାଇଁ ଅଲଗା ହୋଇଗଲେ।

ସୂଚନାଯୋଗ୍ୟ, ଗତକାଲି  ମନ୍ମଥ ରାଉତରାୟ  ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଚନ୍ଦକା ରିସର୍ଟରେ ବିବାହ  ସଂପନ୍ନ ହୋଇଥିଲା। 

ଅଧିକ ପଢ଼ନ୍ତୁ: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

Congress Sura Routray Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ