Advertisment

ଦକ୍ଷିଣ ଓଡ଼ିଶାର ଜଣେ ମନ୍ତ୍ରୀଙ୍କ କେଳେଙ୍କାରୀ ସର୍ବଜନବିଦିତ-ଗୋଲକ ମହାପାତ୍ର

ଜଣେ ମନ୍ତ୍ରୀଙ୍କ ବିରୋଧରେ ବିଜେପିର ସାଙ୍ଘାତିକ ଅଭିଯୋଗ

author-image
Prangyan Parimita
ଅଦ୍ୟତନ ହୋଇଛି
BJD Leader 'Indulged' In Women Harassment, BJP Lashes Out At Odisha Govt

women harassment

ରାଜ୍ୟରେ ମହିଳା ସଶକ୍ତୀକରଣ ନେଇ ବିଜେଡି ସରକାର ଡିଣ୍ଡିମ ପିଟୁଥିବା ବେଳେ ଶାସକ ଦଳ ସଦସ୍ୟଙ୍କ ନାଁରେ ନାରୀ ନିର୍ଯାତନାର ସାଙ୍ଘାତିକ ଅଭିଯୋଗ ଆସୁଛି । ହେଲେ ସରକାର ଚୁପ୍ ବୋଲି ଅଭିଯୋଗ କରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର (Golak Mohapatra) କହିଛନ୍ତି, ଦକ୍ଷିଣ ଓଡ଼ିଶାର ଜଣେ ମନ୍ତ୍ରୀଙ୍କ ନାଁରେ ଗୁରୁତର ଅଭିଯୋଗ ହୋଇଛି । ସେ ମନ୍ତ୍ରୀ କିଏ ବୋଲି ଗୋଲକ ପଚାରିଛନ୍ତି ।

Advertisment

ସେ କହିଛନ୍ତି, ପୀଡିତା ମହିଳା ଥାନାକୁ ଯାଇଥିଲେ ମଧ୍ୟ ତାଙ୍କର ଏତଲା ନିଆଗଲା ନାହିଁ । ପରବର୍ତୀ ସମୟରେ ତାଙ୍କ ସହ ବୁଝାମଣା କରାଯାଇଛି । ସରକାର ସ୍ପଷ୍ଟ କରି କୁହନ୍ତୁ, କିଏ ଥାନାକୁ ଯାଇଥିଲେ, ତୃତୀୟ ମହଲାରୁ କିଏ ଫୋନ କରିଥିଲେ । ସରକାର ଏହାର ଉତ୍ତର ରଖନ୍ତୁ ବୋଲି ଗୋଲକ ଦାବି କରିଛନ୍ତି ।

ସେପଟେ ଗତକାଲି ଏକ ପ୍ରେସମିଟରେ ଏହି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ, ଜଣେ ମନ୍ତ୍ରୀଙ୍କ କେଳେଙ୍କାରୀର ଭିଡିଓ ବୁଲୁଛି । ମନ୍ତ୍ରୀ ଜଣକ ଜଣେ ମହିଳାଙ୍କୁ ପ୍ରତାରିତ(women harassment) କରିଥିଲେ ଏବଂ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ପୋଲିସ କିନ୍ତୁ ଉକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

Advertisment

ସେହିପରି ରାଜ୍ୟ ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ କହିଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ଅଯଥା କାହାର ଚରିତ୍ର ସଂହାର କରିବାକୁ ମୁଁ ବିଶ୍ବାସ କରେ ନାହିଁ । ..

BJD BJP Odisha Politics BJD Leaders
Advertisment
Advertisment