Advertisment

ସୌମ୍ୟଙ୍କର ଏହା ହତାଶ ଓ ନୈରାଶ୍ୟର ଭାବ: ଅନୁଭବ

ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ ପଟ୍ଟନାୟକ । ପ୍ରମାଣ ଦେଇଦେଲେ ରାଜନୀତି ଛାଡିଦେବି ବୋଲି କହିଲେ ଅନୁଭବ ।

author-image
Prangyan Parimita
ଅଦ୍ୟତନ ହୋଇଛି
Anubhav Patnaik takes

Anubhav Patnaik takes

ସୌମ୍ୟ ପଟ୍ଟନାୟକଙ୍କ ଲେଖାକୁ ନେଇ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୋସିଆଲ ମିଡିଆରେ ରଖିଛନ୍ତି ପ୍ରତିକ୍ରିୟା । ଏହା ସୌମ୍ୟଙ୍କର ହତାଶ ଓ ନୈରାଶ୍ୟର ଭାବ । ଏଥିସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ କେଉଁ ସଭାରେ କହିଥିଲେ 5-T ସଚିବ, ତାର ପ୍ରମାଣ ୧୨ ଘଣ୍ଟା ମଧ୍ୟରେ ନିଜର ଚ୍ୟାନେଲ କିମ୍ବା ନ୍ୟୁଜପେପରରେ ରଖିବାକୁ ଚ୍ୟାଲଞ୍ଜ ଦେଇଛନ୍ତି ଅନୁଭବ । ଯଦି ଏହା ପ୍ରମାଣ ଦେଇଦେବେ ତେବେ ମୁଁ ରାଜନୀତି ଛାଡିଦେବି, ଯଦି ସୌମ୍ୟ ପଟ୍ଟନାୟକ ପ୍ରମାଣ ଦେଇନପାରନ୍ତି, ତେବେ ଓଡିଶାର ଲୋକେ ତାଙ୍କୁ ମିଛୁଆ ବୋଲି ଜାଣିବେ।

Advertisment

ସେହିପରି ସେ କହିଛନ୍ତି 5T ସଚିବ ନିଜ ପରିବାରକୁ ଭେଟିବାକୁ ଓଡ଼ିଶା ବୁଲୁ ନାହାନ୍ତି । ସେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗପତ୍ର ନେଉଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅନେକ ଠକେଇ ଅଭିଯୋଗ ରହିଛି, ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରିବା ଅତ୍ୟକ୍ତ ଲଜ୍ୟାଜନକ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି।

Advertisment

ଅନ୍ୟପଟେ 5T ସଚିବଙ୍କୁ ସୌମ୍ୟଙ୍କ ସମାଲୋଚନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି MP ଅପରାଜିତା ଷଡ଼ଙ୍ଗୀ । ଲାଗୁଛି ସୌମ୍ୟ ବାବୁ ଠିକ୍ ବାଟରେ BJDକୁ ନେବାକୁ ଚାହୁଁଛନ୍ତି । ସରକାରୀ କଳ ବ୍ୟବହାର କରି ସଚିବ ସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି । ସେ ଆଜି ନ ହେଲେ କାଲି ରାଜନୀତିକୁ ଯିବେ । ସେଥିପାଇଁ ସରକାରୀ ଟଙ୍କାରେ ସେ ନିଜକୁ ଲଞ୍ଚ୍‌ କରାଉଛନ୍ତି । ସାଢ଼େ ୪ କୋଟି ଲୋକ ତାହା ବୁଝି ସାରିଲେଣି ବୋଲି କହିଛନ୍ତି ଅପରାଜିତା ।

ସୂଚନାଯୋଗ୍ୟ 5-T ସଚିବଙ୍କ ଗସ୍ତକୁ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିଶାନା କରିଛନ୍ତି । ନିଜ ଖବରକାଗଜରେ 'ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା' ଶୀର୍ଷକରେ ସେ ଅନେକ ଗୁମର ଖୋଲିଛନ୍ତି । ବିଭିନ୍ନ ଜିଲ୍ଲାକୁ ୫-ଟି ସଚିବଙ୍କ ଘନ ଘନ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି । 5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି । ଇସ୍ରୋ ସଂସ୍ଥା ଚନ୍ଦ୍ରୟାନ-୩ ମିଶନ ପାଇଁ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ 5-T ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

Soumya Ranjan Patnaik
Advertisment
Advertisment