Advertisment

'ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି'

ରିପୋର୍ଟ ଅନୁସାରେ ଦେଶର ୨୭ଟି ଆଂଚଳିକ ଦଳ ଅଜଣା ସୂତ୍ରରୁ ୧୧ଶହ ୬୫କୋଟିରୁ ଅଧିକ ଅର୍ଥ ପାଇଛନ୍ତି। ତାଲିକାର ଶୀର୍ଷରେ ରହିଛି ଡିଏମକେ।

ଅଦ୍ୟତନ ହୋଇଛି
ADR Report BJD

ADR report

Advertisment

ବିଜେଡି ପାଇଛି ୨୯୧ କୋଟି। ୨୦୨୧-୨୨ ବର୍ଷରେ ବିଜେଡି ଏତେ ପରିମାଣର ଫଣ୍ଡ ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ବିଜେଡି ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ। ଏଡିଆର ରିପୋର୍ଟ ଅନୁସାରେ ବିଜେଡି ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୦୭ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କା ଆୟ କରିଛି। 

Advertisment

ଏଥିରୁ ୯୪ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି। ଜଣା ସ୍ରୋତରୁ ବିଜେଡି ୧୬ କୋଟି ୧୯ ଲକ୍ଷ ଟଙ୍କା ପାଇଛି । ଅଜଣା ସ୍ରୋତରୁ ଅଧିକ ପରିମାଣର ଆୟ ସଂଗ୍ରହ କରୁଛନ୍ତି ଆଞ୍ଚଳିକ ଦଳ।

ରିପୋର୍ଟ ଅନୂସାରେ ଦେଶର ୨୭ଟି ଆଂଚଳିକ ଦଳ ଅଜଣା ସୂତ୍ରରୁ ୧୧ଶହ ୬୫କୋଟିରୁ ଅଧିକ ଅର୍ଥ ପାଇଛନ୍ତି। ତେବେ ଦାତାଙ୍କ ସମ୍ପର୍କରେ ସୂଚନା ଥାଇ ମାତ୍ର ୧୪୫ କୋଟି ୪୨ ଲକ୍ଷ ଟଙ୍କା ମିଳିଛି। ବାକି ସବୁ ଅଜଣା ସୂତ୍ରରୁ ମିଳିଛି।

Advertisment

ତାଲିକାର ଶୀର୍ଷରେ ରହିଛି ଡିଏମକେ । ଡିଏମକେକୁ ୩୧୮ କୋଟି ଟଙ୍କା ଅଜଣା ସୂତ୍ରରୁ ମିଳିଛି । ବିଜେଡି ୨୯୧ କୋଟି ସହ ଦ୍ବିତୀୟ ଏବଂ ତୃତୀୟରେ ୧୫୩ କୋଟି ସହ ଟିଆରଏସ୍ ରହିଛି।

Advertisment

BJD Odisha Politics ADR Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ