Advertisment

MP Manas Mangaraj: କନ୍ଦଳରେ କଂପିଲା ଶଙ୍ଖଭବନ, ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର ବିରୋଧ

ପୁଣି କମ୍ପିଲା ଶଙ୍ଖ ଭବନ । ହଟହଟା ହେଲେ ସାଂସଦ । ନିର୍ବାଚନ ସମୟର ରାଗକୁ ସୁଝାଇଲେ ଯୁବ ନେତା । ଶଙ୍ଖ ଭବନରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର୍ ବିରୋଧ ।

undefined

ସଜାଡ଼ି ହେଉନି ବିଜେଡି

Advertisment

ସଜାଡି ହେଉନି ବିଜେଡି । ନୂଆ କମିଟିର ପ୍ରଥମ କର୍ମକର୍ତ୍ତା ବୈଠକରେ ସାଂସଦ ମାନସ ମଙ୍ଗରାଜଙ୍କୁ ବିରୋଧ । ସଭା ଆରମ୍ଭରୁ ଯୁବ ନେତା ବର୍ଷିଲେ, ବିରୋଧ ବଢ଼ିବାରୁ ହସ୍ତକ୍ଷେପ କଲେ ବରିଷ୍ଠ । ଅନ୍ୟପଟେ କିଛି ନେତା ଓ ସାଂସଦ ସଭାକୁ ଆସିନଥିବାରୁ କନ୍ଦଳ ବାରି ହୋଇ ପଡିଥିଲା ।

Advertisment

ଅଧିକ ପଢ଼ନ୍ତୁ: ‘BSKY ସୁବିଧା ଆୟୁଷ୍ମାନ ଭାରତରେ ମିଳୁନି, ବିନା ଟଙ୍କାରେ ଚିକିତ୍ସା ହେଉନି’

ପୁଣି କମ୍ପିଲା ଶଙ୍ଖ ଭବନ । ହଟହଟା ହେଲେ ସାଂସଦ । ନିର୍ବାଚନ ସମୟର ରାଗକୁ ସୁଝାଇଲେ ଯୁବ ନେତା । ଶଙ୍ଖ ଭବନରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର୍ ବିରୋଧ । ବିଜେଡି ଜନ ଜାଗାରଣ ଅଭିଯାନ, ରାଜ୍ୟ କର୍ମକର୍ତ୍ତା ସମ୍ମିଳନୀ ସଭାରେ ବିରୋଧ। କାର୍ଯ୍ୟକ୍ରମ ଆରମ୍ଭରୁ କିଛି ଯୁବ ବିଜେଡି ନେତା ମାନସ ମଙ୍ଗରାଜଙ୍କ ବିରୋଧରେ କରିଥିଲେ ନାରାବାଜି । ନିର୍ବାଚନ ପରିଚାଳନା ଓ ଟିକେଟ୍ ବଣ୍ଟନ ତ୍ରୁଟିକୁ ନେଇ ଏହି ବିରୋଧ ହୋଇଥିବା ସୂଚନା। ବିରୋଧ ଜୋରଦାର୍ ହେବାରୁ ସଭା ମଝିରୁ ମାନସ ମଙ୍ଗରାଜ ଉଠି ପଳାଇଥିଲେ। ତେବେ କିଛି ବରିଷ୍ଠ ନେତା ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

Advertisment

ସେପଟେ ମାନସଙ୍କୁ ବିରୋଧ ଘଟଣା ନେଇ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି। ଆଉ କିଛି ନେତା ଜାଣି ବି ଅଜଣା ଚାଉଳ ଭାତ ଖାଇଛନ୍ତି। କିନ୍ତୁ କ୍ୟାମେରା ପଛରେ ଘଟଣାଟି ସଂପୂର୍ଣ୍ଣ ସତ ବୋଲି ମାନିଛନ୍ତି। ସେପଟେ କିଛି ଯୁବ ନେତା ନିର୍ବାଚନ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଏ ଘଟଣାରେ ମାନସ ମଙ୍ଗରାଜ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସେପଟେ ନୂଆ କମିଟି ଗଠନ ପରେ ପ୍ରଥମ ରାଜ୍ୟ କର୍ମକର୍ତ୍ତା ବୈଠକରେ ଅନେକ ନେତାଙ୍କୁ ଦେଖିବାକୁ ମିଳିନଥିଲା । ୱାକ୍‌ଫକୁ ନେଇ ଅସନ୍ତୁଷ୍ଟ ଥିବା ସାଂସଦ ମୁନ୍ନା ଖାନ୍ ଓ ଦଳର ଦୁର୍ବଳତାକୁ ନେଇ ସବୁବେଳେ ଅପ୍ରିୟ ସତ କହୁଥିବା ଆଠଗଡ଼ ବିଧାୟକ ରାଜା ସ୍ବାଇଁ ବୈଠକରେ ଯୋଗ ଦେଇନଥିଲେ। ପରାଜୟ ପରେ ଦଳର ଢାଞ୍ଚାଗତ ପରିବର୍ତ୍ତନ ଦାବିରେ ମେଳି କରିଥିବା ବରିଷ୍ଠ ନେତା ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ମଲ୍ଲିକ ଓ ଶଶିଭୂଷଣ ବେହେରା ପ୍ରମୁଖ ବି ଆସି ନଥିଲେ । ନିକଟ ଅତୀତରେ ଏସବୁ ନେତା ଦଳ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ସେପଟେ ଦଳ କହିଛି, ଯେଉଁମାନେ ଆସିନାହାନ୍ତି ସେମାନେ ବ୍ୟକ୍ତିଗତ କାରଣ ପାଇଁ ଆସିନଥିବେ, କିଛି ଫୋନ୍ କରି ଜଣାଇଛନ୍ତି ବ୍ୟକ୍ତିଗତ କାମ ପାଇଁ ଆସିପାରିବେ ନାହିଁ ବୋଲି ।

Advertisment

ଶଙ୍ଖ ଭବନରେ ହଙ୍ଗାମା କିଛି ନୂଆ ନୂହେଁ। ବିପର୍ଯ୍ୟୟ ପରେ ନେତା ନେତାଙ୍କ ଭିତରେ ଉଚ୍ଚବାଚ ହେଉଛି। ଏପରିକି ହାତାହାତି ଯାଏ ଘଟଣା ଯାଇଛି। ବିଏମସି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚିନାରାୟଣ ମହାସୁପକାରଙ୍କୁ କିଛି କର୍ପୋରେଟର ଗୋଷ୍ଠୀ ସିଧାସଳଖ ବିରୋଧ କରିଥିଲେ ଶଙ୍ଖ ଭବନରେ। ସେହିପରି ଏକ ଦଳୀୟ ବୈଠକରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ଭିତରେ ତୀବ୍ର କଥା କଟାକଟି ହୋଇଥିଲା। କିଛିଦିନ ତଳେ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି ରଣା ଓ ମୁଖପାତ୍ର ଇପସିତା ନବୀନଙ୍କ ସଭାରେ ହାତାହାତି ହୋଇଥିଲେ। ଦେଖିବାର କଥା ଆଗକୁ ବିଜେଡି ବିବାଦ କି ମୋଡ ନେଉଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହେଲେ କି ମସ୍କ ?

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ