• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଶାସକ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ଦେଖାଗଲାଣି । ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ଅସନ୍ତୋଷ ସେତେ ବଢ଼ିବାରେ ଲାଗିଛି । ପାରାଦୀପ ବିଜେଡିରେ ଜଳ ଜଳ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ପାରାଦୀପ ବିଧାୟକ ପ୍ରାର୍ଥୀ କିଏ ହେବେ, ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ।

ପାରାଦୀପ ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରି ପରୋକ୍ଷରେ ସୂଚନା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଯେ, ‘ଯଦି ମତେ ସୁଯୋଗ ମିଳେ, ମା ଶାରଳା କରନ୍ତୁ, ପ୍ରଭୁ ଜଗନ୍ନାଥ କରନ୍ତୁ । କୋଉ ମା ଆଖିରେ ଲୁହ ରହିବନି’। ଗତ ମଇ ଦିବସରେ ଏକ ସାଧାରଣ ସଭାରେ ଦେବାଶିଷ ଏପରି ମନ୍ତବ୍ୟ ଦେଇଥିଲେ ।

ସେପଟେ ଦେବାଶିଷଙ୍କ ଏଭଳି ମନ୍ତବ୍ୟର ଜବାବ ରଖିଛନ୍ତି ବିଧାୟକ ସମ୍ବିତ୍ ରାଉରତାୟ । ସେ କହିଛନ୍ତି ଯେ, ‘ସ୍ୱପ୍ନ ଦେଖିବାକୁ ମନାନାହିଁ, ହେଲେ ଦିବାସ୍ୱପ୍ନ ଭୟଙ୍କର ଅଟେ’ । ତେବେ ସମ୍ବିତଙ୍କ ଏଭଳି ମତ ସ୍ପଷ୍ଟ କରୁଛି ଯେ, ୨୦୨୪ ନିର୍ବାଚନ ପାଇଁ ବିଜେଡିରେ ଅଙ୍କ କଷାକଷି ଏବେଠୁ ଜୋର୍‌ ଧରିଲାଣି ।