/odishatv-khabar/media/post_attachments/uploadimage/library/16_9/16_9_0/s_1698134694.jpg)
BJD BJP one and VK Pandian to act as their political agent says OPCC president Sarat Pattanayak
ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଇସ୍ତଫା ଏକ ପ୍ରହେଳିକା । ଏହା କ୍ଷମତା ହାସଲ ପାଇଁ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ ଆଣିଛନ୍ତି ।
ପିସିସି ସଭାପତି କହିଛନ୍ତି, ‘ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ପାଣ୍ଡିଆନଙ୍କ VRS ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି । ପାଣ୍ଡିଆନ ବିଜେପି-ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ ।’
‘ନବୀନ ବାବୁ ଓଡ଼ିଶାକୁ ପୁଣି ଥରେ ଲିଜ୍ରେ ଦେବାକୁ ବସିଛନ୍ତି । ଓଡ଼ିଶା ଶାସନକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି । ଓଡ଼ିଆ ଭାଇମାନେ ଠିକ୍ ସମୟରେ ଠିକ୍ ଜବାବ ଦେବେ’ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ତେବେ କଂଗ୍ରେସର ଆକ୍ଷେପ ନେଇ ଖବର ଲେଖାଯିବା ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପକ୍ଷେ, ଭି.କେ. ପାଣ୍ଡିଆନ୍ଙ୍କ VRS ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । କାହିଁକି VRS ନେଲେ ଏହାର କାରଣ ସମ୍ପର୍କରେ ଏହି ସୂଚନା ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଟ୍ରେନିଂ ଏଡ଼ାଇବାକୁ VRS ନେଇଥିବା ଚର୍ଚ୍ଚା ହେଉଛି । ଏ ସଂପର୍କରେ RTI ତଥ୍ୟ ମାଗିଥିବା ଆଇନଜୀବୀ ନିର୍ଭୟ ସାମନ୍ତରାୟ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)