Advertisment

ପିଏମ୍‌ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Politics Over PM Awas Yojana

Politics Over PM Awas Yojana

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ୬ ଲକ୍ଷ ୬୫ ହଜାର ଘର ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ହେଲେ ତାହା ହେଲାନି ବୋଲି ପ୍ରତାପ ଜେନା ଅଭିଯୋଗ ଆଣି ଏହା କହିଛନ୍ତି।

Advertisment

ସେହିପରି ବାତ୍ୟା ‘ଫନି’ ସମୟରେ ୫ ଲକ୍ଷ ଘର ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏନେଇ ରାଜ୍ୟ ସରକାର ୧ ଲକ୍ଷ ୮୪ ହଜାର ଘର ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ତାହା ବି ମିଳିନଥିବା ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି। ବରଂ ବିଜେପି ଶାସିତ କର୍ଣ୍ଣାଟକକୁ ୨୫ ଲକ୍ଷ ୪୦ ହଜାର ଘର ଅନୁମୋଦନ କରାଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି। 

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କେବଳ ବିଜେପି ଶାସିତ ରାଜ୍ୟକୁ କେନ୍ଦ୍ର ଗୁରୁତ୍ୱ ଦେଉଛନ୍ତି। ସଂଘୀୟ ବ୍ୟବସ୍ଥାରେ ଏପରି ପାନ୍ତରଅନ୍ତର ଆଦୌ ଗ୍ରହଣୀୟ ନୁହେଁ। ଏନେଇ ପ୍ରତାପ ଜେନା କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ଆବାସ ପ୍ଲସ୍‌ରେ ଏକାଥରକେ ୬ ଲକ୍ଷ ୬୫ ହଜାର ଓ ‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧ ଲକ୍ଷ ୮୪ ହଜାର ଘର ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି। 

Advertisment

ଅନ୍ୟପକ୍ଷେ, ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପାଲଟା ଅଭିଯୋଗ ଆଣିଛି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆବାସ ଯୋଜନା ଦୁର୍ନୀତିକୁ ବିରୋଧ କରିବାରୁ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆସିଛିା ଏହାକୁ ଘୋଡ଼ାଇବା ଓ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରତାପ ଜେନା ଏଭଳି କରୁଥିବା ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି। କେନ୍ଦ୍ର ୭ ଥର ଆବାସ ପ୍ଲସ୍ ପୋର୍ଟାଲ ଖୋଲା ରଖିଥିଲେ ଏବଂ ୧୭ ଲକ୍ଷ ଘର ଯୋଗାଇଲେ। ହେଲେ ରାଜ୍ୟ ସରକାର ଏସମ୍ପର୍କରେ କୌଣସି ଡାଟା ଦେଇନଥିଲେ ବୋଲି ଗୋଲକ ମହାପାତ୍ର ଦୋହରାଇଛନ୍ତି। 

BJD BJP PM Awas Yojana
Advertisment
Advertisment