Advertisment

ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା; ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।

author-image
Manoranjan Behera
BJD

BJD

ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା। ସମସ୍ତ ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀଙ୍କୁ ହଟାଇଲା ବିଜେଡି। ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି। ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର କରାଯାଇଛି।

Advertisment

ସେହିପରି ମୋଟ ୧୪ ଜଣ ନେତା ହୋଇଛନ୍ତି ରାଜ୍ୟସ୍ତରୀୟ ମୁଖପାତ୍ର। ତା’ଛଡ଼ା ସନ୍ତୃପ୍ତ ମିଶ୍ର ଏବଂ କଳିକେଶ ସିଂଦେଓଙ୍କ ସମେତ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କିନ୍ତୁ ଜିଲ୍ଲାସ୍ତରୀୟ ପଦ ପଦବୀ ଅପରିବର୍ତ୍ତିତ ରହିଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ଢୋଲ ଭିତରେ କିଏ ସେ ମୂଷା ? ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ସମ୍ବିତ କହିଛନ୍ତି ନବୀନ ହାରି ନାହାନ୍ତି, ତାଙ୍କୁ ହରାଯାଇଛି। ମୂଷା କିଏ ଆପଣ ଜାଣିଥିବେ ? ମୂଷା ରହିଲେ ଆପଣଙ୍କ ଧନ, ସଂପତ୍ତି ଲୁଟ୍ ହେବାର ଆଶଙ୍କା ରହିଛି। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ସରକାର ପଂଚାୟତ ପିଛା ୫୦ ଲକ୍ଷ ଦେଲେ, ଏପରିକି ନବୀନ ପୁରା ଭଣ୍ଡାର ଖୋଲିଦେଲେ। ତଥାପି ଲୋକେ ଆମକୁ ହରାଇଲେ। ତେବେ ପାଣ୍ଡିଆନ ହାରିବାର କାରଣ କି ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ଅନେକ କାରଣ ଅଛି, ହୁଏ ତ ଏଇଟା ବି ଥାଇପାରେ।

Advertisment

ଏଠି ପ୍ରଶ୍ନ ଉଠୁଛି କାହା ଆଡକୁ ଇଙ୍ଗିତ କରୁଛନ୍ତି ସମ୍ବିତ? ଦଳ ଭିତରେ ଥିବା ମୂଷା କିଏ? ସବୁଠୁ ବଡ଼ କଥା ହେଲା ପାଣ୍ଡିଆନ କାରଣକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ସମ୍ବିତ। ପୂର୍ବରୁ ବି ଅନେକ ନେତା ହାରିବା କାରଣ ନେଇ ପାଣ୍ଡିଆନକୁ ଦାୟୀ କରିସାରିଛନ୍ତି। ଦଳର ବରିଷ୍ଠ ନେତା ତଥା ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ମଧ୍ୟ ଏକ ଦଳୀୟ ବୈଠକରେ ସିଧାସଳଖ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ବୁଝାମଣା ଅଭାବ ଏବଂ ସରକାର ବିରୋଧୀ ହାୱା ପାଇଁ ହାରିଲା ବିଜେଡି। ତାଙ୍କ ସହ ବଦ୍ରିନାରାୟଣ ପାତ୍ର ଏବଂ ଅରୁଣ ସାହୁ ମଧ୍ୟ ପରୋକ୍ଷରେ 'ପାଣ୍ଡିଆନ' କାରଣ କଥା ମାନିଥିଲେ।

BJD Odisha Politics
Advertisment
Advertisment