Advertisment

Political Meet Photo Goes Viral: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?

ବିଜେଡି ଓ ବିଜେପି ନେତାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

ଅଦ୍ୟତନ ହୋଇଛି
Political Meet Photo Goes Viral

Political Meet Photo Goes Viral

Advertisment

ଖୁବ୍‌ ମସ୍ତି... ଖୁବ୍‌ ଖୁସି...ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ସମସ୍ତଙ୍କ ମୁହଁରେ ଥିଲା ଭରା ହସ । ବିଜେଡି ଓ ବିଜେପି ନେତାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି । ଏ ସବୁ କଥା ସୋସିଆଲ ମିଡିଆରେ ଭାଇରାଲ୍‌ ଫଟୋଗୁଡ଼ିକ କୁଆଡେ ସବୁ ବୟାନ କରୁଛି । 

Advertisment

ତେବେ ଓଡ଼ିଶାର ବିଧାନସଭାରେ ଶାସକ ଓ ବିରୋଧୀ ଆସନରେ ବସିଥିବା ଦୁଇ ଦଳର ନେତା ଏ ଉତ୍ସବକୁ ନାଁ ଦେଇଛନ୍ତି ବନ୍ଧୁ ମିଳନ । ଆଉ ସେଇଥି ପାଇଁ ହୋଇଥିଲା ବଡ଼ ଆୟୋଜନ । 

ଅଧିକ ପଢନ୍ତୁ: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

Advertisment

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ହୋଇଥିବା ଆୟୋଜନକୁ ନେଇ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଛତିଶ ଚନ୍ଦ୍ର ଧଳ କହିଛନ୍ତି ଯେ, ଭବିଷ୍ୟତରେ କଣ ହେବ କହି ହେବନି । ବିଜେଡ଼ିର ବିରୋଧୀ ଦଳ ଭାବରେ ସଂଖା ଗରିଷ୍ଠତା ରହିଛି । ବିଜେଡ଼ିର ୩୦ଟା ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ଅଛନ୍ତି । ତେଣୁ ବିଜେଡ଼ିରେ କଣ ହେବ ନବୀନ ବାବୁ ନିଷ୍ପତ୍ତି ନେବେ । କିନ୍ତୁ ବୈଠକରେ ସେମିତି କିଛି ଆଲୋଚନା ହୋଇନି। 

ଶିମିଳିପାଳ ପାଦଦେଶର ଏକ ଅରଣ୍ୟ ନିବାସରେ ବନ୍ଧୁମିଳନ ନାଁରେ ବୈଠକ କରିଥିଲେ ବିଜେଡି ଓ ବିଜେପିର କିଛି ନେତା । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ବର-ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଭୁବନେଶ୍ୱର-ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଅନେକ ବରିଷ୍ଠ ବିଜେପି ନେତା ଏଥିରେ ସାମିଲ ହୋଇଥିବାବେଳେ କେନ୍ଦୁଝରର ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସହ ମୟୂରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ଓ ଅନେକ ବିଜେଡି ନେତା ଏଥିରେ ଉପସ୍ଥିତ ରହିଥିଲେ ।

Advertisment

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ