Advertisment

ସଫଳତାରେ ବିଭୋର ହୁଅନ୍ତିନି କି ବିଫଳତାରେ ଭାଙ୍ଗି ପଡ଼ନ୍ତିନି ବିଷ୍ଣୁ ସେଠୀ

ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ ମୁହଁତୋଡ ଜବାବ ଦେଉଥିଲେ। ପ୍ରତିଟି ପ୍ରଶ୍ନର ଉତ୍ତର ଥାଏ ତାଙ୍କ ଜିଭ ଅଗରେ। ସେ ପୁଣି ସିଧାସିଧା। ଆଜି ତାଙ୍କ ଆବର୍ତ୍ତମାନରେ ମନେପଡେ ସେଇ ପ୍ରଶ୍ନ ଆଉ ଉତ୍ତର।

ଅଦ୍ୟତନ ହୋଇଛି
Bishnu Sethi Death

bjp legislator bishnu sathi is no more

Advertisment

ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ ମୁହଁତୋଡ ଜବାବ ଦେଉଥିଲେ। ପ୍ରତିଟି ପ୍ରଶ୍ନର ଉତ୍ତର ଥାଏ ତାଙ୍କ ଜିଭ ଅଗରେ। ସେ ପୁଣି ସିଧାସିଧା। ଆଜି ତାଙ୍କ ଆବର୍ତ୍ତମାନରେ ମନେପଡେ ସେଇ ପ୍ରଶ୍ନ ଆଉ ଉତ୍ତର।

Advertisment

ଓଡ଼ିଶାରେ ବିଜେପିର ପ୍ରଦର୍ଶନ ଅତି ଖରାପ। ଏହା ସତ୍ତ୍ୱେ କେନ୍ଦ୍ରରେ ଓଡ଼ିଆ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦିଆଯାଇଛି। ବଡ ବଡ ପଦବୀରେ ଓଡ଼ିଆଙ୍କୁ ଦେଖିବାକୁ ମିଳୁଛି। କେମିତି ଏସବୁ ସମ୍ଭବ ହୋଇଛି ବୋଲି ଓଟିଭିର ଏକ ପ୍ରଶ୍ନରେ ଏକଦା ଉତ୍ତର ଦେଇ ବିଷ୍ଣୁ ସେଠୀ କହିଥିଲେ, ଦୀର୍ଘଦିନ ଧରି ଓଡ଼ିଶା କେନ୍ଦ୍ରର ଅବହେଳାର ଶିକାର ହେବା ପରେ ଏବେ ତାକୁ ସମ୍ମାନ ଦିଆଯାଉଛି। ଯେହେତୁ ପ୍ରଧାନମନ୍ତ୍ରୀ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଏବଂ ଗ୍ରାସ୍‌ରୁଟ୍‌ ଲେବଲ୍‌ରୁ ଆସିଛନ୍ତି ତେଣୁ ସେ ସବୁବେଳେ ଗ୍ରାସରୁଟ୍‌କୁ ଗୁରୁତ୍ୱ ଦେଉଛନ୍ତି । ଯାହାର ଫଳ ସ୍ୱରୁପ ଓଡ଼ିଶାକୁ ଆଜି କେନ୍ଦ୍ରରେ ଏତେ ସମ୍ମାନ ମିଳୁଛି। ରାଷ୍ଟ୍ରମୁଖ୍ୟ ହୁଅନ୍ତୁ ବା ରିଜର୍ଭ ବ୍ୟାଙ୍କ ମୁଖ୍ୟ ହୁଅନ୍ତୁ କିମ୍ବା ମେଟେରୋଲଜି ବିଭାଗ ମୁଖ୍ୟ ହୁଅନ୍ତୁ, ସବୁଠି ଅଛନ୍ତି ଓଡ଼ିଆ।

ଆଲୋଚନା ପ୍ରସଙ୍ଗରେ ବିଷ୍ଣୁ ସେଠୀ କହିଥିଲେ ବିଜେପି କ୍ଷମତା ପାଇଁ ସୃଷ୍ଟି ହୋଇନାହିଁ। ଏପରିକି ସେ ନିଜେ ମଧ୍ୟ ବିଜେପିକୁ ସେଥିପାଇଁ ଆସି ନାହାନ୍ତି ବୋଲି କହୁ କହୁ କହିଥିଲେ। ଏହାପରେ ସାମ୍ବାଦିକଙ୍କର ପ୍ରଶ୍ନବାଣ ଥିଲା, ଯଦି ବିଜେପି କ୍ଷମତା ପାଇଁ ସୃଷ୍ଟି ହୋଇନାହିଁ ତେବେ ‘ଅପରେଶନ ଲୋଟସ’ କ’ଣ ପାଇଁ ? ଏହାର ତତ୍‌କ୍ଷଣାତ୍‌ ଉତ୍ତର ଦେଇ ବିଷ୍ଣୁ ସେଠୀ କହିଥିଲେ ‘ହଁ, ଦଳର ଯେ କ୍ଷମତା ଦରକାର ନାହିଁ, ତାହା ନୁହେଁ, ହେଲେ କ୍ଷମତା ନ ହେଲେ ଯେ କଲିଜା ଫାଟିଯିବ..ମୂର୍ଦ୍ଧନା ଫାଟିଯିବ ସେକଥା ନୁହେଁ।’

Advertisment

ସେହିପରି ଓଟିଭିର ଆଉ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, କେନ୍ଦ୍ର ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି। ସବୁ ବଡ ବଡ ପଦରେ ଓଡ଼ିଆ ଥାଇ ବି ଓଡ଼ିଶାରେ ଦଳ ଫେଲ ମାରୁଛି କାହିଁକି ବୋଲି ପ୍ରଶ୍ନର ଉତ୍ତର ବିଷ୍ଣୁ ସେଠୀ ନିଃସଙ୍କୋଚ ଭାବେ ଦେଇଥିଲେ। ଓଡ଼ିଶାରେ ବିଜେପିର ବିଫଳତା ପାଇଁ ପ୍ରଥମତଃ ସେ ବିଜୁ ଲିଗାସିକୁ ଦାୟୀ କରିଥିଲେ। ନିଜ ଦଳ ସେଇ ସ୍ତରରେ ପହଞ୍ଚି ପାରିନି ବୋଲି ସ୍ୱୀକାର କରିଥିଲେ। ସେହିପରି ଉପକୂଳ ଜିଲ୍ଲାରେ ଦଳ ସାଂଗଠନିକ ଭାବେ ଦୁର୍ବଳ ରହିଥିବା ମଧ୍ୟ ସ୍ୱୀକାର କରିଥିଲେ। ଏପରିକି ବିଜେପିର ସଂଗଠନିକ ଢାଞ୍ଚା ଠିକ ନ ଥିବା ମଧ୍ୟ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ।

ଦଳ ସଫଳତା ନ ପାଇବାର ୩ଟି କାରଣ ସେ ସ୍ପଷ୍ଟ ଭାବେ କହିଥିଲେ। ପ୍ରଥମତଃ ତୃଣମୂଳ ସ୍ତରରେ ଦଳ ଯେତିକି ମଜବୁତ ହେବା କଥା ହୋଇନି। ୨ୟ କାରଣ ଭାବେ କହିଥିଲେ, ଓଡ଼ିଶାରେ ଯେଉଁ ବିଜେପି ନେତାମାନେ କ୍ଷମତାପ୍ରାପ୍ତ ହେଉଛନ୍ତି, ସାଂଗଠନିକ କ୍ଷେତ୍ରରେ ପଦପଦବୀ ଲାଭ କରୁଛନ୍ତି, ସେମାନେ ବିଧାନସଭାରେ ବିଫଳ ହେଉଥିବା ଦେଖାଯାଉଛି। ବରିଷ୍ଠ ନେତାମାନେ ଯଦି ଜିତିଯାଆନ୍ତେ ତେବେ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରନ୍ତେ। କିନ୍ତୁ ସେମିତି ହେଉନି। ଆର୍ଥିକ ସ୍ଥିତିକୁ ୩ୟ କାରଣ ବୋଲି କହିଥିଲେ ଶ୍ରୀଯୁକ୍ତ ସେଠୀ।

Advertisment

ଭୋଟ ସମୟରେ କଳି, ଅନ୍ୟ ସମୟରେ କୋଳାକୋଳି। ବିଜେଡି-ବିଜେପି ସମ୍ପର୍କ ଏମିତି କାହିଁକି ବୋଲି ଏକ ପ୍ରଶ୍ନର ଉତ୍ତର ମଧ୍ୟ ଖୁବ ସୁନ୍ଦର ଭାବେ ଦେଇଥିଲେ ବିଷ୍ଣୁ ସେଠୀ। କହିଥିଲେ, ଭାରତୀୟ ସଂସ୍କୃତି ଏହା ଶିଖାଇଛି। ପରିସ୍ଥିତିକୁ ଦେଖି ଯେତେବେଳେ ଯାହା କରିବାର କଥା, ଯାହାର ଆବଶ୍ୟକତା ଅଛି, ଯେତେବେଳେ ଯେଉଁ କଥା ଖାପ୍‌ ଖାଇବ ତାହା କରିବା ଉଚିତ। ତାଙ୍କର ବି କିଛି ଆବଶ୍ୟକତା ଅଛି, ଆମର ବି କିଛି ଆବଶ୍ୟକତା ଅଛି। ତେଣୁ ବିଜେଡି-ବିଜେପି ସହଯୋଗୀତା ରହିଛି।

ଦଳ ପ୍ରତି ଆସିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗୁ କିପରି ଅତି ସହଜରେ ଏଡାଇ ହେବ ତାହାର କଳା ମଧ୍ୟ ବିଷ୍ଣୁ ସେଠୀଙ୍କଠାରୁ ଶିଖିବା କଥା। ଓଡ଼ିଶା ବିଜେପିରେ ୟୁନିଟିଠାରୁ ବେଶି ଦେଖା ଯାଉଛି ଡାଇଭରସିଟି। କୌଣସି ଇସ୍ୟୁକୁ ନେଇ ଆନ୍ଦୋଳନ କରୁଥିବାବେଳେ ସବୁ ନେତା ଏକାଠି ହେବା ଦେଖାଯାଏନି । କାହିଁକି ? ଓଟିଭି ପକ୍ଷରୁ ପଚରା ଯାଇଥିବା ଏମିତି ଏକ ପ୍ରଶ୍ନର ଖୁବ ହାଲ୍‌କା ଉତ୍ତର ଦେଇ ବିଷ୍ଣୁ ସେଠୀ କହିଥିଲେ, କିଏ ଅନ୍ୟକାମରେ କୁଆଡେ ଯାଇଥିବ, ତେଣୁ ଆସିପାରି ନ ଥିବେ ।’

ବିଷ୍ଣୁ ସେଠୀ ସଫଳତାକୁ ନେଇ ବିଭୋର ନୁହଁନ୍ତି..ବିଫଳତାରେ କେବେ ଭାଙ୍ଗି ପଡ଼ନ୍ତିନି। ସେ ସ୍ଥିତପ୍ରଜ୍ଞ। ରାଜନୀତିର କ୍ଷମତାକୁ ଉପଭୋଗ କରିବାର ଉତ୍କଣ୍ଠା ତାଙ୍କର ନ ଥାଏ କି କ୍ଷମତା ହରାଇ ଭାଙ୍ଗି ପଡ଼ିବାର ମାନସିକତା ବି ତାଙ୍କର ନ ଥାଏ । ସେ ଜଣେ ସାରସ୍ୱତ ସାଧକ। ସେ ଥରେ ବସିଲେ ୧୦ ପୃଷ୍ଠାର କବିତା ଲେଖି ଦେଇପାରନ୍ତି।

ଏପରି ଜଣେ ଦକ୍ଷ ନେତାକୁ ହରାଇବା ପରେ ଖାଲି ବିଜେପିରେ ଶୂନ୍ୟସ୍ଥାନ ସୃଷ୍ଟି ହେବନି, ରାଜ୍ୟ ରାଜନୀତିରେ ମଧ୍ୟ ଏକ ଖାଲି ଜାଗା ରହିଯାଇଛି ଯାହା କେବେ ବି ପୂରଣ ହୋଇପାରିବ ନାହିଁ।

BJP Odisha BJP BJP Leader Found Dead Bishnu Sethi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ