Advertisment

ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି: ଅପରାଜିତା

ବିଜେଡିକୁ ପୁଣି ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋସିଆଲ ମିଡିଆରେ ଅପରାଜିତା କଡ଼ା ସମାଲୋଚନା କରିଛନ୍ତି।

ଅଦ୍ୟତନ ହୋଇଛି
Bhubaneswar MP Aparajita Sarangi

Bhubaneswar MP Aparajita Sarangi

Advertisment

ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ହୋଇ ସାରିଛି। ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି। ବିଜେଡିକୁ କିଛି ଏଭଳି ଢଙ୍ଗରେ ପୁଣି ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋସିଆଲ ମିଡିଆରେ ଅପରାଜିତା କଡ଼ା ସମାଲୋଚନା କରିଛନ୍ତି। 

Advertisment

କହିଛନ୍ତି, ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ମାଷ୍ଟର ବୁକ କିପର୍ସ ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ସେମାନେ ସରକାରୀ ଦରମା ନେଉଥିଲା ବେଳେ ବିଧାୟକଙ୍କ ନିର୍ଦ୍ଦେଶ ପାଳନ ପାଇଁ ଶପଥ ନେଉଛନ୍ତି। କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହାଚିନ୍ତାଜନକ ବିଷୟ।

ଅଧିକ ପଢ଼ନ୍ତୁ: ‘ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ଚାଲିପାରିବନି ପ୍ରକ୍ସି ଗଭର୍ଣ୍ଣମେଣ୍ଟ’ କହିଲେ ଅପରାଜିତା

Advertisment

୨୦୨୪ ନିର୍ବାଚନ ପରେ ଏମିତି ସରକାର ଚାଲିବନି ବୋଲି କହିଛନ୍ତି ଅପରାଜିତା। ଅପରାଜିତାଙ୍କ ଏଭଳି ଆକ୍ଷେପ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

MP Aparajita Sarangi BJP MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ