Advertisment

ଓଡ଼ିଶାରେ ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା

ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। କିନ୍ତୁ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ।

ଅଦ୍ୟତନ ହୋଇଛି
Aparajita Sarangi Press Meet

Bhubaneswar MP Aparajita Sarangi targets Odisha govt over mining scam

Advertisment

ଖଣି ଦୁର୍ନୀତି କେବଳ ଭ୍ରଷ୍ଟାଚାର ନୁହେଁ, ଏହା ଏକ ଏକ ବିରାଟ ସ୍କାମ୍। ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକଥା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯଦି ଖଣି ଦୁର୍ନୀତିକୁ ରୋକିଥାନ୍ତେ ତେବେ ରାଜ୍ୟକୁ ଫାଇଦା ମିଳିଥାନ୍ତା। ଘରୋଇ ଖଣିରୁ ବାହାରୁଥିବା ଲୁହାପଥରକୁ ନିମ୍ନମାନର ଦର୍ଶାଯାଉଛି। ସରକାରୀ କଳ ଓ ଘରୋଇ ଖଣି ମାଲିକ ଜାଣିଶୁଣି ନିମ୍ନମାନର ଦର୍ଶାଉଛନ୍ତି। ଏହାଦ୍ୱାରା ରାଜ୍ୟ ସରକାରଙ୍କୁ କମ୍ ରାଜସ୍ବ ମିଳୁଛି। ରାଜ୍ୟର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି।

Advertisment

ସେ ଆହୁରି କହିଛନ୍ତି ଯେ- ଖଣି ଦୁର୍ନୀତିର ତଦନ୍ତ ପାଇଁ ଶାହା କମିଶନ ଗଠନ ହୋଇଥିଲା। ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ। ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ ରାଜ୍ୟର ରାଜସ୍ୱ ବଢିଥାନ୍ତା। ଏଥି ପାଇଁ ଆୟୋଜିତ ଏକ ପ୍ରେସମିଟ୍‌ରେ ରାଜ୍ୟର ଏକାଧିକ ଖଣି ଦୁର୍ନୀତି ନେଇ ଅପରାଜିତା ତଥ୍ୟ ରଖିଥିଲେ।

ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ ବ୍ୟାପକ ଦୁର୍ନୀତି ହୋଇଛି। ଓଡ଼ିଶାର ଖଣି ଦୁର୍ନୀତି ଭଷ୍ଟ୍ରାଚାର ନୁହେଁ ଏକ ବିରାଟ ସ୍କାମ। ୨୦୧୯-୨୦ ପୂର୍ବରୁ କମ୍ ପ୍ରତିଶତ ନିମ୍ନମାନର ଲୁହାପଥର ଦର୍ଶାଯାଉଥିଲା। ୨୦୨୧-୨୨ରେ ଅଧିକ ପ୍ରତିଶତ ନିମ୍ନମାନର ଲୁହାପଥର ଦର୍ଶାଗଲା ବୋଲି ଅପରାଜିତା କହିଛନ୍ତି। 

Advertisment
BJP Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ