Advertisment

ପୁଣିଥରେ ଭୁବନେଶ୍ୱର କ୍ଲବ୍‌ ସଭାପତି ହେଲେ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନରେ ଅସିତ୍‌ ତ୍ରିପାଠୀ ପୁଣି ବିଜୟୀ ହୋଇଛନ୍ତି। ଅସିତ୍‌ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar Club Election results: Asit Tripathy as re-elected president

Bhubaneswar Club Election results: Asit Tripathy as re-elected president

ପୁଣି ଜିତିଲେ ଅସିତ୍‌ ତ୍ରିପାଠୀ। ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନରେ ଅସିତ୍‌ ତ୍ରିପାଠୀ ପୁଣି ବିଜୟୀ ହୋଇଛନ୍ତି। ଅସିତ୍‌ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି।  ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା ନିର୍ବାଚନ ଜିତିଛନ୍ତି। ସେହିପରି ଦିଲ୍ଲୀପ ରାଉତରାୟ ସମ୍ପାଦକ ଓ ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। 

Advertisment

ସୂଚନ୍‌ଥାଉ କି, ଭୁବନେଶ୍ୱର କ୍ଲବ୍‌ର ପରିଚାଳନା କମିଟି ଲାଗି ସେପ୍ଟେମ୍ବର ୨୪ରେ ଭୋଟିଂ ହୋଇଥିଲା ଓ ୨୫ରେ ଭୋଟ୍ ଗଣତି ହୋଇଥିଲା। କ୍ଲବ୍‌ର ବିଭିନ୍ନ ପଦବୀ ଲାଗି ଦିମୁଖୀ ଲଢ଼େଇ ହୋଇଥିଲା। ସଭାପତି ପଦ ଲାଗି ପୁଣିଥରେ ଅସିତ୍‌ ତ୍ରିପାଠୀ ମଇଦାନକୁ ଓହ୍ଲାଇ ଥିବାବେଳେ ତାଙ୍କୁ ଟକ୍କର ଦେବା ପାଇଁ ପୂର୍ବତନ ଆଇଏଏସ୍ ଅଧିକାରୀ ସତ୍ୟ ପ୍ରକାଶ ନନ୍ଦ ନିର୍ବାଚନ ଲଢ଼ିଥିଲେ। ହେଲେ ଏଥିରେ ଅସିତ୍‌ ତ୍ରିପାଠୀ ବିଜୟୀ ହୋଇଛନ୍ତି।

ନିଜ କାର୍ଯ୍ୟକାଳରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ପାଥେୟ କରି ଭୁବନେଶ୍ୱର କ୍ଲବ୍ ଦଖଲ ଲାଗି ଆଶାବାଦୀ ଥିଲେ ଅସିତ୍‌ ତ୍ରିପାଠୀଙ୍କ ପ୍ୟାନେଲ। ଏପରିକି ଏଥର ନିର୍ବାଚନ ଜିତିଲେ ଅସିତ୍‌ଙ୍କ ଟିମ୍ କ୍ଲବ୍‌ର ଖାଦ୍ୟପେୟ ଗୁଣବତ୍ତାରେ ସୁଧାର ଆଣିବା ସହ ସମ୍ପ୍ରସାରିତ କ୍ୟାମ୍ପସ ନିର୍ମାଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

Advertisment

ସୂଚନାଥାଉ କି, ବର୍ତ୍ତମାନ ଭୁବନେଶ୍ୱର କ୍ଲବ୍‌ରେ ୩ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୦୭ ଜଣ ଆଜୀବନ ସଦସ୍ୟ ହୋଇଥିବା ବେଳେ ୨ ହଜାର ୫୪୫ ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। 

Asit Tripathy Bhubaneswar Club Election
Advertisment
Advertisment