Advertisment

ପଞ୍ଜାବରେ ନୂଆ ସରକାର ଗଠନ କରିବେ ଭଗୱନ୍ତ ମାନ, ଗୋପନୀୟତାରେ ହେବ ଶପଥ ପାଠ

ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ମାନ୍‌ଙ୍କ ମନ୍ତ୍ରିମଣ୍ଡଳରେ ୧୦ ଜଣ ସଦସ୍ୟ ରହିବେ।

author-image
Otv Khabar Bureau
bhagwant mann

bhagwant mann

ଆଜି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ମନ୍ତ୍ରିମଣ୍ଡଳରେ ୧୦ ଜଣ ସଦସ୍ୟ ରହିବେ । ଚଣ୍ଡିଗଡ଼ରେ ଦିନ ୧୧ଟାରେ ଏହି ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ନେବେ । ଶପଥପାଠ କାର୍ଯ୍ୟକ୍ରମ ପରେ ପ୍ରଥମ କ୍ୟାବିନେଟ ବୈଠକ ୧୨ଟା ୩୦ରେ ଅନୁଷ୍ଠିତ ହେବ ।

Advertisment

ପଞ୍ଜାବରେ ଆମ ଆଦମୀ ପାର୍ଟି ବିଜୟ ହାସଲ କରିବା ପରେ ୧୬ ତାରିଖରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏବେ ସେ ତାଙ୍କ ୧୦ ଜଣିଆ ଟିମ୍ ଗଠନ କରିଛନ୍ତି । ତାଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମୋଟ ୧୧ ଜଣ ସଦସ୍ୟ ରହିବେ ।

ଆଜି ଶପଥ ନେବା ମନ୍ତ୍ରୀଙ୍କ ଭିତରେ ଅଛନ୍ତି ହରପାଲ ସିଂହ ଚୀମା, ଡା. ବଲଜୀତ କୌର, ହରଭଜନ ସିଂହ ଇଟିଓ, ଡା ବିଜୟ ସିଙ୍ଘଲା, ଗୁରମିର ସିଂହ ମୀତ ହାୟର, ହରଜୋତ ସିଂହ ବୈନ୍ସ, ଲାଲ ଚାନ୍ଦ, କୁଲଦୀପ ସିଂହ ଧାଲିୱାଲ, ଲାଲଜିତ ସିଂହ ଭୁଲ୍ଲାର ଓ ବ୍ରାମ ଶଙ୍କର ।

Advertisment

ନିୟମ ଅନୁସାରେ ପଞ୍ଜାବ ବ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୮ ଜଣ ସଦସ୍ୟ ରହିପାରିବେ । ହେଲେ ଆପ୍ ସରକାର ୧୧ ଜଣଙ୍କୁ ନେଇ କ୍ୟାବିନେଟ ଗଠନ କରିବ ।

Punjab Election Bhagwant Mann
Advertisment
Advertisment