Advertisment

ଏଥର କାହା ପ୍ରତିଶ୍ରୁତିକୁ ବିଶ୍ୱାସ କରିବେ ବସ୍ତିବାସିନ୍ଦା ? ବାରମ୍ବାର ଧୋକା ଦେଇଛି ବିଜେଡି..!

ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Berhampur Politics

Berhampur Politics

ଜନବହୁଳ ବ୍ରହ୍ମପୁର ସହରର ସମସ୍ୟା ଅନେକ। ରେଶମ ସିଟି ବ୍ରହ୍ମପୁର ନିର୍ବାଚନମଣ୍ଡଳୀର ଅଧିକାଂଶ ଅଞ୍ଚଳ ସହର ହୋଇଥିବାରୁ ଏଠି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସମସ୍ୟା ଅଧିକ। ଯାହା ପ୍ରତି ନିର୍ବାଚନରେ ଲୋକଙ୍କ ପାଇଁ ମୁଦ୍ଦା ସାଜିଥାଏ।

Advertisment

ବ୍ରହ୍ମପୁରର ହେଲ୍ଥ ଲାଇଫ୍ ଲାଇନ୍ MKCG ମେଡ଼ିକାଲ। ଏଠି ଡାକ୍ତର ଅଭାବ ଆଜି ବି ବଡ଼ ସମସ୍ୟା। MKCGରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଡାକ୍ତର ପଦବୀ ଖାଲି ଥିବା ଅଭିଯୋଗ କରନ୍ତି ସାଧାରଣ ଲୋକେ। ମେଡିକାଲର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଚଳ ବୋଲି ଅଭିଯୋଗ ହୁଏ। MKCGକୁ ସୁପର ସ୍ପେଶାଲିଷ୍ଟ ହସପିଟାଲ କରିବାକୁ ୨୦୧୯ରେ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସେ ଦାବି ପୂରଣ ହୋଇନଥିବାରୁ ଏହାକୁ ନେଇ ବଢୁଛି ବ୍ରହ୍ମପୁରବାସୀଙ୍କ କ୍ଷୋଭ।

ବ୍ରହ୍ମପୁରର କଳେବର ବଢ଼ିଛି। କିନ୍ତୁ ଗ୍ରେଟର ବ୍ରହ୍ମପୁର ତଥା ପୂର୍ଣ୍ଣାଙ୍ଗ ସହର ପାଇଁ ସିଡିପି ବା କମ୍ପ୍ରେହେନ୍ସିଭ୍ ଡେଭେଲପମେଣ୍ଟ ପ୍ଲାନ ନାହିଁ। ତେଣୁ ସହର ତଳି
ଲୋକଙ୍କୁ ଏଯାଏଁ ମହାନଗରର ବାସିନ୍ଦା ଭାବେ ପରିଚୟ ମିଳିପାରୁନି। ସହରରେ କମିଶନରେଟ୍ ପୋଲିସ ବ୍ୟବସ୍ଥା ବି ଲାଗି ହୋଇନି। ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି।

Advertisment

ଗ୍ରୀନଫିଲ୍ଡ ଏୟାର ପୋର୍ଟ ନାଁରେ ରଙ୍ଗେଇଲୁଣ୍ଡାରେ ଏକ ଅସ୍ଥାୟୀ ଏୟାରପୋର୍ଟ କରାଯାଇଛି, ମାତ୍ର ସେଠାରୁ ସପ୍ତାହକୁ ଦୁଇ ଦିନ ଫ୍ଲାଇଟ ଚାଲୁଥିବାରୁ ତାକୁ ନେଇ ବଢୁଛି ଅସନ୍ତୋଷ।

ବ୍ରହ୍ମପୁର ବିଧାନସଭା ନିର୍ବାଚନରେ ଗୁରତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି ସହରର ବସ୍ତି ଭୋଟର। ପ୍ରତି ଦଳ ପାଇଁ ଏମାନଙ୍କ ସମର୍ଥନ ଓ ବିରୋଧ ନିର୍ଣ୍ଣାୟକ ହୋଇଥାଏ । ସେଥିପାଇଁ ବସ୍ତିବାସିନ୍ଦାଙ୍କୁ ସାଙ୍ଗରେ ରହିଖିବାକୁ ସବୁ ଦଳର ରୀତିମତ ପ୍ରୟାସ ଚାଲେ। ତେବେ ତା ଭିତରେ ଗତ ନିର୍ବାଚନରେ ସରକାରୀ ଦଳ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ମିଳିଥିଲା ଅନେକ ପ୍ରତିଶ୍ରୁତି। ପାଇପ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ରାଜୀବ ଆବାସ ଯୋଜନାରେ ଘର, ଏବଂ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଆଦିରେ ଅନେକ ପ୍ରତିଶ୍ରୁତି ମିଳିଥିଲେ ବି ସହରରୁ ସବୁ ବସ୍ତି ବାସିନ୍ଦାଙ୍କ ନିକଟରେ ସେ ସୁବିଧା ପହଞ୍ଚି ନଥିବା ଅଭିଯୋଗ କରନ୍ତି ଅନେକ ବସ୍ତି ବାସିନ୍ଦା।

BJD BJP Congress Odisha Politics General Elections 2024 Sattara Satranj
Advertisment
Advertisment