Advertisment

ବ୍ରହ୍ମପୁର ବିଜେଡି ଟିକଟ କାହାର.. ବିକ୍ରମ ନା ଚ୍ୟାଉ..? ଦ୍ୱନ୍ଦ୍ୱରେ ଦଳ !

ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Berhampur Politics

Berhampur Politics

ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଓ ଦକ୍ଷିଣ ଓଡ଼ିଶାର ଦମଦାର ଆସନ ବ୍ରହ୍ମପୁର । ଆଗରୁ ଏଠୁ କଂଗ୍ରେସ, କମ୍ୟୁନଷ୍ଟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ବାନା ଉଡୁଥିଲା। କିନ୍ତୁ ଏବେ ଏହା ବିଜେଡିର ଅଭେଦ୍ୟ ଗଡ଼। ଏଠୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଛନ୍ତି ଦଳର ଭେଟରାନ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। କିନ୍ତୁ ଗତଥର ବିକ୍ରମ ପଣ୍ଡାଙ୍କ ପାଇଁ ସିଟ୍ ହରାଇ ଚୁପ୍ ବସିଥିଲେ ଚ୍ୟାଉ ପଟ୍ଟନାୟକ। ଏଥର କିନ୍ତୁ ସେ ପ୍ରାର୍ଥୀ ହେବାକୁ ଢେର ଆଶା ବାନ୍ଧିଛନ୍ତି। ଅନ୍ୟପଟେ ବିକ୍ରମ କିନ୍ତୁ ସିଟ୍ ଛାଡ଼ିବା ସ୍ଥିତିରେ ନାହାନ୍ତି। ସେ ଭିତରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ଏବଂ ତାଙ୍କୁ ବିଜେପି ନା କଂଗ୍ରେସ ଟକ୍କର ଦେବ, ତା ଉପରେ ସମସ୍ତଙ୍କ ନଜର।

Advertisment

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର, ଗଞ୍ଜାମର ବ୍ୟବସାୟିକ ପେଣ୍ଠସ୍ଥଳ । ଓଡ଼ିଶା ରାଜନୀତିର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ବ୍ରହ୍ମପୁର । ୧୯୮୦ ପୂର୍ବରୁ ଏଠି ପ୍ରତିଥର ହୋଇ ଆସୁଥିଲା କଂଗ୍ରେସ, କମ୍ୟୁନିଷ୍ଟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ। ତେବେ ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଅଧିନକୁ ଆସିଥିଲା ଏ ଆସନ। ଆଉ ୨୦୦୦ ପରଠୁ ଏ ଆସନକୁ ନିଜ ଗଡ଼ କରିଥିଲା ବିଜେଡି।

୧୯୯୫ରେ ଥରେ ଜନତା ଦଳକୁ ମିଶାଇ ଇଏଠୁ ଲଗାତର ପାଞ୍ଚ ପାଞ୍ଚ ଥର ବିଜୟୀ ହେବା ସହ ବାଜି ମାତ କରି ଆସୁଥିଲେ ଦକ୍ଷିଣ ଓଡ଼ିଶା ଭେଟରାନ୍ ଚେହେରା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ତେବେ ୨୦୧୯ରେ ବଦଳି ଯାଇଥିଲା ଏଠିକାର ପଲିଟିକାଲ ଅଙ୍କ। ରମେଶଙ୍କୁ ପ୍ରତି ନିର୍ବାଚନରେ କଡ଼ା ଟକ୍କର ଦେଉଥିବା ବିକ୍ରମ ପଣ୍ଡାଙ୍କୁ ବିଜେଡି, କଂଗ୍ରେସରୁ ଆମଦାନୀ କରି ପ୍ରାର୍ଥୀ କରିବା ପରେ ଚ୍ୟାଉ ପଟ୍ଟନାୟକଙ୍କ ରେକର୍ଡରେ ଲାଗିଥିଲା ବ୍ରେକ୍।

Advertisment

ଆଉ ବିକ୍ରମ ବି ୨୦୧୯ ନିର୍ବାଚନରେ ଆଶାତୀତ ସଫଳତା ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କାହ୍ନୁ ଚରଣ ପତିଙ୍କୁ ୩୫ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ବିକ୍ରମ ପଣ୍ଡା ଭଲ ପ୍ରଦର୍ଶନ ସହ ବ୍ରହ୍ମପୁର ବିଧାୟକ ହେବା ପରେ ଏବେ ଏଠାରେ ତାଙ୍କର ଦବବଦା। ସେପଟେ ୫ ଥର ବିଧାୟକ ଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କର ନିଜସ୍ୱ ଦୃଢ଼ ସଂଗଠନ ଓ ପତିଆରା ବି ରହିଛି। ତେଣୁ ଏ ଆସନ ପାଇଁ ଏଥର ଏ ଉଭୟ ନେତା ଆଶାବାଦୀ।

ଏକଦା କଂଗ୍ରେସର ପରିଚୟ ଥିବା ବ୍ରହ୍ମପୁର ଆସନକୁ ୧୯୮୫ ପରଠୁ ଆଉ ଫେରିନି ହାତ ଦଳ। ବିକ୍ରମ ପଣ୍ଡା କଂଗ୍ରେସରେ ଥିବା ବେଳେ ୪ ଥର ପ୍ରାର୍ଥୀ ହୋଇ ୩ ଥର ପୁରା ଜୋସରେ ଲଢେଇ କରିଥିଲେ। ବିଜେଡିକୁ ନାକେଦମ୍ କରି ଅଳ୍ପ ଭୋଟ୍ ବ୍ୟବଧାନରେ ହାରୁଥିଲେ ବି ଦ୍ୱିତୀୟ ସ୍ଥାନରେ ରହୁଥିଲା ଦଳ।

ହେଲେ ବିକ୍ରମ ବିଜେଡିକୁ ଆସିବା ପରେ ୨୦୧୯ରେ ସେ ସ୍ଥିତି ବଦଳି ଥିଲା। ୨୦୧୯ରେ କଂଗ୍ରେସ ଦଳର ପ୍ରାର୍ଥୀ ଥିବା ଲିଙ୍ଗରାଜ ଚୌଧୁରୀ ମାତ୍ର ୫ହଜାର ୩୮୧ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ତେବେ ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି। 

ବ୍ରହ୍ମପୁରରେ କେବେ ବିଜୟର ସ୍ୱାଦ ଚାଖି ନଥିବା ବିଜେପି ପାଇଁ ଆଜି ଯାଏଁ ଅପହଞ୍ଚ ରହିଛି ଏ ଆସନ। ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଥିବା ଶିବଶଙ୍କର ଦାସ ୨୪ ହଜାରରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୧୯ରେ କିନ୍ତୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କାହ୍ନଚରଣ ପତି ୩୨ ହଜାରରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିବା ସହ ବିରୋଧୀ ଆସନ ନେଇଥିଲେ। ଆଉ ଏଥର ବି ଦଳ ଜୋରଦାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏଥର ଦଳ କାହାକୁ ଟିକେଟ୍ ଦେବ ତାକୁ ନେଇ ଦ୍ୱନ୍ଦ୍ୱ । ଗତଥର ପ୍ରାର୍ଥୀ ହୋଇଥିବା କାହ୍ନୁ ଚରଣଙ୍କ ସହ ଶିବଶଙ୍କର ଦାସ ବି ରେସରେ ଥିବା ଚର୍ଚ୍ଚା ହେଉଛି।

ବିଜେଡିର ଅଭେଦ୍ୟ ଗଡ଼ ଥିବା ବ୍ରହ୍ମପୁରରେ ସବୁବେଳେ ଦ୍ବିମୁଖୀ ଲଢେଇ ହୋଇ ଆସୁଛି। ତେବେ ଏଥର ବିଜେଡିକୁ ବିଜେପି ନା କଂଗ୍ରେସ, କିଏ ଟକ୍କର ଦେବ, ତା ଉପରେ ନଜର। 

BJD BJP Congress Odisha Politics General Elections 2024 Sattara Satranj
Advertisment
Advertisment