/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727180666.jpg)
Badri Patra
ପ୍ରଦୀପ ମାଝୀଙ୍କ ପରେ ବିଜେଡି ପରାଜୟର କାରଣ ଜଣାଇଲେ ବିଧାୟକ ବଦ୍ରି ପାତ୍ର। ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟ ହେଲା ବୋଲି ସେ କହିଛନ୍ତି । ବିଜୁ ଜନତା ଦଳର ସବୁ ସ୍ଥାନରେ ଭୋଟ୍ ଅଛି । କିନ୍ତୁ ନବୀନ ପଟ୍ଟନାୟକ ବୁଲିଲେ ନାହିଁ କି ସମୟ ଦେଇ ପାରିଲେ ନାହିଁ । ସେ ଦୃଷ୍ଟିରୁ କେତେକ ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା । ବିଜେଡିର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି। ବିଜେଡିର ଭୋଟ୍ ଅଛି । ନବୀନ ପଟ୍ଟନାୟକ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ତେବେ ଏହା ପୂର୍ବରୁ ବିଜେଡି ପରାଜୟର କାରଣ କହିଥିଲେ ପ୍ରଦୀପ ମାଝୀ । ବିଜେଡିର ଶୋଚନୀୟ ପରାଜୟ ପଛର କାରଣ କ’ଣ ? ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର କାରଣ କହିଥିଲେ ନବରଙ୍ଗପୁର ବିଜେଡି ପରାଜିତ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସୂଚନା ଅନୁସାରେ ଗତକାଲି ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଦୁଇ ଜିଲ୍ଲାରେ ବିଜୁ ଜନତା ଦଳ କାହିଁକି ନିର୍ବାଚନ ହାରିଲା, ପରାଜୟର କାରଣ କ’ଣ ବୋଲି ପଚାରିଥିଲେ ନବୀନ ପଟ୍ଟନାୟକ ।
ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଥିଲେ ପ୍ରଦୀପ । ପ୍ରଥମ କାରଣ ହେଉଛି, ମେଣ୍ଟ ପ୍ରଚାର ଯୋଗୁଁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ବସନୀୟତା ହରାଇଲୁ । ଦ୍ବିତୀୟରେ ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ । ନେତାଙ୍କ ଭିତରେ ଥିବା ଅର୍ନ୍ତଘାତୀ କାର୍ଯ୍ୟକଳାପ ବିଜେଡି ପରାଜୟ ପାଇଁ ଦାୟୀ ବୋଲି ପ୍ରଦୀପ ମାଝୀ କହିଥିଲେ । ସେହିପରି ତୃତୀୟରେ ଖରାପ ନିର୍ବାଚନ ପରିଚାଳନା । ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍ ନଥିଲା, ଯେଉଁଥି ପାଇଁ ବିଜେଡି ନିର୍ବାଚନ ହାରିଲା ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ପ୍ରଦୀପ ମାଝୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)