/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665742372.jpg)
Himachal Pradesh
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନଭେମ୍ବର ୧୨ରେ ହେବ ହିମାଚଳ ପ୍ରଦେଶରେ ଭୋଟ୍ ଗ୍ରହଣ । ଡିସେମ୍ବର ୮ରେ ହେବ ଭୋଟ ଗଣତି । ଅକ୍ଟୋବର ୧୭ରୁ ୨୫ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଅକ୍ଟୋବର ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ନେଇ ତାରିଖ ଘୋଷଣା ହୋଇଥିବା ବେଳେ ୨୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିବା ନେଇ ତାରିଖ ଘୋଷଣା କରାଯାଇଛି ।
ଏହାପରେ ଗୁଜୁରାଟର ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ । ଉଭୟ ରାଜ୍ୟରେ ଏବେ ବିଜେପି ଶାସନ କରୁଛି । ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦୁଇ ରାଜ୍ୟକୁ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଅନ୍ୟ ବରିଷ୍ଠ ନେତାଙ୍କ ଘନ ଘନ ଗସ୍ତ ଚାଲିଛି ।
ଏହା ସହିତ ଅନେକ ଯୋଜନା, କାର୍ଯ୍ୟକ୍ରମ ଘୋଷଣା କରାଯିବା ସହିତ ବହୁ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରାଯାଇଛି । ୧୯୯୫ରୁ ଗୁଜରାଟରେ ବିଜେପି କ୍ଷମତାରେ ଅଛି । କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଏଥରର ନୂଆ ଖେଳାଳି ହେଉଛନ୍ତି ଅରବିନ୍ଦ କେଜରିଓ୍ୱାଲ ଓ ତାଙ୍କର ଆମ୍ ଆଦମୀ ପାର୍ଟି । ଗୁଜରାଟରେ ନିର୍ବାଚନୀ ରାଜନୀତି ଏଥର ଆରମ୍ଭ କରିବାକୁ ଯାଉଛି ଆପ୍ । ସେପଟେ ହିମାଚଳ ପ୍ରଦେଶରେ କ୍ଷମତାରେ ଅଛି ବିଜେପି । ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)