• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଟଣୀ ସଭାରେ ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନିଶାନା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମହିଳାଙ୍କୁ ଟଙ୍କା ବଣ୍ଟାଯିବାକୁ ସମାଲୋଚନା କଲେ ଅପରାଜିତା । ସଭାରେ ଅପରାଜିତା କହିଛନ୍ତି, ମହିଳାମାନଙ୍କୁ ହଜାରେ ପନ୍ଦରଶହ ଦେଇ ଭୋଟ୍ ହାତେଇବାକୁ କରାଯାଉଛି । ମହିଳାଙ୍କ ପ୍ରତି ଧୋକା ଦେଉଛନ୍ତି ସରକାର, ସେମାନଙ୍କୁ ଭଣ୍ଡଉଛନ୍ତି ବୋଲି ଅପରାଜିତା କହିଛନ୍ତି ।

ଯଦି ମହିଳାଙ୍କ ପ୍ରତି ଏତେ ଦରଦ ତେବେ ଜଣିକିଆ ୧୫ ଲକ୍ଷ ଦିଅନ୍ତୁ ବୋଲି ଅପରାଜିତା କହିବା ସହ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଖାଲି ଏତିକି ନୁହେଁ, ଅପରାଜିତା ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ଯଦି ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତି ତେବେ ମୁଁ କହିବି ତାଙ୍କୁ ଭୋଟ ଦିଅ । ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତୁ, ବିଜେଡିକୁ ଭୋଟ ଦେବାକୁ କହିବି ବୋଲି ଅପରାଜିତା କହିଛନ୍ତି ।

BJP ତରଫରୁ ଜଟଣୀ ତମାଣ୍ଡ ସ୍ଥିତ କ୍ରିକେଟ ପଡ଼ିଆରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ମ୍ୟୁନିସପାଲିଟିରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ ।

ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏହି ମହିଳା ସମାବେଶରେ ଯୋଗଦେଇ କହିଥିଲେ, ରାଜ୍ୟସରକାର ୨୦୦୧ ମସିହାରେ ମହିଳାମାନଙ୍କ ହାତକୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଆରମ୍ଭ କରିଥିବା ମିଶନଶକ୍ତି ୨୪ବର୍ଷ ପରେବି ପୂରଣ ହୋଇପାରିଲା ନାହିଁ । ଆଜି ବି ମହିଳା ମାନଙ୍କ ହତକୁ କାମ ନାହିଁ ।

କେବଳ ନିର୍ବାଚନ ସମୟ ଆସିଲେ ମହିଳାମାନଙ୍କୁ ୧୦୦୦ ରୁ ୧୫୦୦ ଟଙ୍କା ଦେଇ ଭଣ୍ଡେଇବା ଜାଣିଛନ୍ତି । ଆଉ ଯଦି ରାଜ୍ୟ ସରକାର ମହିଳାମାନଙ୍କ କଥା ଏତେ ଚିନ୍ତା କରିଛନ୍ତି ତେବେ ପ୍ରତ୍ୟେକ ମହିଳାଙ୍କୁ ୧୦୦୦କି ୧୫୦୦ ନୁହେଁ । ୧୦ରୁ ୧୫ ଲକ୍ଷ ଟଙ୍କା ଦେଇ ଦେଖନ୍ତୁ । ଯଦି ରାଜ୍ୟସରକାର ପ୍ରତ୍ୟେକ ମହିଳାଙ୍କୁ ୧୦ରୁ ୧୫ ଲକ୍ଷ ଦିଅନ୍ତି ତେବେ ମୁଁ ସାଂସଦ ଭାବରେ ନିଜେ ୨୪ନିର୍ବାଚନରେ ବିଜୁଜନତା ତଳକୁ ଭୋଟ ଦେବାପାଇଁ ପ୍ରତ୍ୟେକ ମହିଳାଙ୍କୁ କହିବି ବୋଲି ରାଜ୍ୟସରକାରକୁ ଟାର୍ଗେଟ କରି କହିଛନ୍ତି ସାଂସଦ ଅପରାଜିତ ଷଡ଼ଙ୍ଗୀ । କାର୍ଯ୍ୟକ୍ରମରେ ଅନେକ BJP କର୍ମୀ ମଧ୍ୟ ସାମିଲ ରହିଥିଲେ ।

  • Reported by:
  • Niranjan Behera