Advertisment

ଆସନ୍ତାକାଲି ଭୋଟ୍, ହେଲେ ଆଜି ଆଖି ବୁଜିଦେଲେ ପ୍ରିଜାଇଡିଂ ଅଫିସର

ପଞ୍ଚାୟତ ନିର୍ବାଚନରେ ଯୋଗ ଦେବା ପୂର୍ବରୁ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ନାୟକ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Presiding Officer Death

Presiding Officer Death

ପଞ୍ଚାୟତ ନିର୍ବାଚନରେ ଯୋଗ ଦେବା ପୂର୍ବରୁ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ନାୟକ । ତାଙ୍କ ଘର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ ୫୩ ବର୍ଷୀୟ ଶୁଭେନ୍ଦୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ଆଉ ଏଥିପାଇଁ ଆଜି ବଅଁରପାଳ ବ୍ଲକରେ ଯୋଗ ଦେବାର ଥିଲା ।

Advertisment

ବ୍ଲକରେ ଯୋଗ ଦେବା ପାଇଁ ଭୋରରୁ ଘରୁ ବାହାରୁ ଥିବା ବେଳେ ହଠାତ୍ ଅଚେତ ହୋଇପଡିଥିଲେ ଶୁଭେନ୍ଦୁ । ତାଙ୍କୁ ତୁରନ୍ତ କିଶୋରନଗର ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ବେସ୍ ଦୁଃଖଦ ଘଟଣା ବୋଲି କୁହାଯାଉଛି । ଭୋଟ୍‌ର ଗୋଟିଏ ଦିନ ପୂର୍ବରୁ ଏଭଳି ଘଟଣା ଘଟିଛି ।

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୬୬୯ ପଞ୍ଚାୟତ ଏବଂ ୨୨ହଜାର ୩୭୯ ଓ୍ୱାର୍ଡରେ ହେବ ମତଦାନ ହେବ। ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ।

Advertisment

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପଯର୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ଗତକାଲି ୧୧ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯାଇସାରିଥିବା ବେଳେ ଆଜି ୧୯ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯିବେ। ବିଭିନ୍ନ ବ୍ଲକ୍ ହେଡ୍‌କ୍ୱାର୍ଟର୍ସରୁ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବେ।

ଗତକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ପୋଲିଂ ପାର୍ଟି ଯାଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପଞ୍ଚାୟତ ନିର୍ବାଚନ ଲାଗି ପୁରୀ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ଲକରେ ୫୪୬ ଜଣ ପୋଲିଂ ପାର୍ଟି ପହଞ୍ଚିଛନ୍ତି। ସମସ୍ତ ପୋଲିଂ ଅଧିକାରୀ ନିଜ ନିଜ ବାଲାଟ୍ ବକ୍ସ ସହ ନିର୍ଦ୍ଧାରିତ ବୁଥ୍ ଅଭିମୁଖେ ବାହାରିଛନ୍ତି।

Odisha Panchayat Polls Presiding Officer Death
Advertisment
Advertisment