• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅନାସ୍ଥା ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ ରଖିଲେ ଜବରଦସ୍ତ ଉତ୍ତର । ବିରୋଧୀଙ୍କୁ ଦେଲେ କଡ଼ା ଜବାବ । କହିଲେ ଜନତାଙ୍କ ମଧ୍ୟରେ ଭ୍ରାନ୍ତି ଆଣିବାକୁ ଏ ଅନାସ୍ଥା ଆଣିଛନ୍ତି ବିରୋଧୀ । ସରକାର ପ୍ରତି ନା ଲୋକଙ୍କ ଅନାସ୍ଥା ଅଛି ନା ଏ ଗୃହର ଅଛି । କେବଳ ଭ୍ରାନ୍ତି ପାଇଁ ପ୍ରସ୍ତାବ ଆଣିଛନ୍ତି କିନ୍ତୁ ଲୋକଙ୍କ ସମର୍ଥନ ନାହିଁ ବୋଲି କହିଛନ୍ତି ଶାହ ।

ସ୍ୱାଧୀନତା ପରେ ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଖାଲି ସେତିକି ନୁହେଁ ୯ ବର୍ଷରେ ୫୦ ଯୁଗାନ୍ତକାରୀ ନିର୍ଣ୍ଣୟ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ୩୦ ବର୍ଷ ଧରି ଦେଶରେ ଭ୍ରଷ୍ଟାଚାର, ଦୁର୍ନୀତିପୂର୍ଣ୍ଣ ଶାସନ ଚାଲିଥିଲା । ମୋଦି ଏହି ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ସେଥିପାଇଁ ବିରୋଧୀ ଅସମ୍ଭାଳ ହେଉଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି ଶାହ ।

ଅଧିକ ପଢ଼ନ୍ତୁ: ଗାନ୍ଧି ଖାନ୍‌ଦାନ୍‌ରେ ଏହା ଆଉ ଏକ ସଂସ୍କାର, ଏମିତି କହି ତାତ୍ସଲ୍ୟ କଲେ ସ୍ମୃତି

ୟୁପିଏ ସରକାର ଚାଷୀଙ୍କୁ ୭୦ ହଜାର କୋଟି ଋଣ ଛାଡ଼ର ଲଲିପପ୍‌ ଦେଇଥିଲେ । କିନ୍ତୁ ମୋଦି ସରକାର ଚାଷୀଙ୍କୁ ଋଣ ଛାଡ଼ ଉପରେ ବିଶ୍ୱାସ କରନ୍ତିନାହିଁ । ଚାଷୀ କିଭଳି ସ୍ୱାବଲମ୍ବୀ ହୋଇ ଋଣ ଆଉ ନେବନି, ସେ କାମ କରନ୍ତି ମୋଦି ସରକାର ବୋଲି ଶାହ କହିଛନ୍ତି ।

ସେପଟେ ଅନାସ୍ଥା ପ୍ରସଙ୍ଗରେ ଶାହ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ସରକାର ବିରୋଧରେ ଅନାସ୍ଥା ଆସିଥିଲା । ମାତ୍ର ଖଣ୍ଡିଏ ଭୋଟରେ ବାଜପେୟୀଙ୍କ ସରକାର ପରାସ୍ତ ହୋଇଥିଲା । ଭୋଟଟି ଥିଲା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କର । ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ବି ସାଂସଦ ପଦରୁ ଇସ୍ତଫା ଦେଇନଥିଲେ । ତାଙ୍କ ଭୋଟ ଖଣ୍ଡିକ ଗ୍ରହଣ କରାଯିବ କି ନାହିଁ ବିତର୍କ ହୋଇଥିଲା । ବାଚସ୍ପତି ସଂସଦର ଗରିମା ରକ୍ଷାକରି ଭୋଟକୁ ବୈଧ ଘୋଷଣା କରିଥିଲେ । ଗମାଙ୍ଗଙ୍କ ଭୋଟ ପାଇଁ ବାଜପେୟୀଙ୍କ ସରକାର ପରାସ୍ତ ହୋଇଥିଲା ।

ଶାହ ଆହୁରି କହିଛନ୍ତି, ‘ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ୯ ବର୍ଷ ଭିତରେ ମୋଦି ଦେଶର ଅର୍ଥନୀତିକୁ ପଞ୍ଚମ ସ୍ଥାନକୁ ଆଣିଛନ୍ତି । ମୋର ଦୃଢ଼ ବିଶ୍ୱାସ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ଅର୍ଥନୀତିକୁ ତୃତୀୟ ସ୍ଥାନକୁ ଆଣିବେ ।’