ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ସବୁ ସରପଞ୍ଚ !

ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।

Sarapancha

୧୫ ଦଫା ଦାବି ନେଇ ରାଜରାସ୍ତାରେ ସରପଞ୍ଚ । ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ୱରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ସରପଞ୍ଚଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଉ । ବିପର୍ଯ୍ୟୟ ଭଳି ଜରୁରୀକାଳୀନ ଖର୍ଚ୍ଚ ଲାଗି ସରପଞ୍ଚଙ୍କ ଲାଗି ହାତ ପାଣ୍ଠି ରଖିବାକୁ ଦାବି କରିଛନ୍ତି । ସରପଞ୍ଚଙ୍କ ପେନସନ ୨ ହଜାର ୩୫୦ ଟଙ୍କାରୁ ୩୦ ହଜାର ଟଙ୍କା କରାଯାଉ। ଏ ସମସ୍ତ ଦାବି ନେଇ ୨ ମାସ ତଳେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।