Advertisment

Congress MLAs Suspended: ବାଚସ୍ପତି ନେଲେ ପୁଣି ଆକ୍ସନ; ରମେଶ, ତାରା ସସପେଣ୍ଡ

ଗତକାଲି ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଥିଲେ। ସେଥିରୁ ବାଦ ପଡ଼ିଥିଲେ ତାରା ଓ ରମେଶ। କଂଗ୍ରେସର ନିଲମ୍ବନ ବିଧାୟକ ବିଧାନସଭାକୁ ଯାଇନଥିବା ବେଳେ ତାରା ଓ ରମେଶ ବିଧାନସଭା ଭିତରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
congress

Congress

Advertisment

ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ବାଚସ୍ପତି ପୁଣି ନେଲେ ଆକ୍ସନ। ଗତକାଲି କଂଗ୍ରେସର ୧୨ ବିଧାୟକଙ୍କୁ ସସପେଣ୍ଡ କରିଥିବା ବେଳେ ଆଜି ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି ବାଚସ୍ପତି। ତାରା ଓ ରମେଶଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ନିଲମ୍ବନ କରାଯାଇଛି।  ତାରା ଓ ରମେଶଙୋକ ପରେ କଂଗ୍ରେସର ସବୁ ବିଧାୟକ ଆର୍ଥାତ ୧୪ ଜଣ ବିଧାୟକ ସସ୍‌ପେଣ୍ଡ ହୋଇଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

ଉଲ୍ଲେଖଯୋଗ୍ୟ, ଗତକାଲି ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଥିଲେ। ସେଥିରୁ ବାଦ ପଡ଼ିଥିଲେ ତାରା ଓ ରମେଶ। କଂଗ୍ରେସର ନିଲମ୍ବନ ବିଧାୟକ ବିଧାନସଭାକୁ ଯାଇନଥିବା ବେଳେ ତାରା ଓ ରମେଶ ବିଧାନସଭା ଭିତରକୁ ଯାଇଥିଲେ। ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ ଉଭୟ ଭିତରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ବାଚସ୍ପତି ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତକାଲି ବାଚସ୍ପତି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ହାଇଡ୍ରାମା ଚଲାଇଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ।

ପରେ ଆଜି ସକାଳେ ପୁଣି ଘଣ୍ଟ ବାଡ଼େଇ ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ ବିଧାୟକ ଓ କର୍ମୀ। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ପୋଲିସ ବିଧାନସଭାକୁ ଛାଡ଼ିଥିବା ବେଳେ ଅନ୍ୟ ନିଲମ୍ବନ ବିଧାୟକଙ୍କୁ ପୋଲିସ ଅଟକକାଇଥିଲା। ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହି ସମୟରେ କଂଗ୍ରେସର ସାଥ ଦେଇଥିଲେ ବିଜେଡିର ବିଧାୟକ।

Advertisment

ଅଧିକ ପଢ଼ନ୍ତୁ: କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି; ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ

Congress Congress Party Congress MLAs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ