• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା । AICC ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି ।

ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବେ । ରାହୁଲ, ସୋନିଆଙ୍କୁ ED ନୋଟିସ୍‌କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ତାରା ବାହିନୀପତି ।

ଏନେଇ ତାରା ବାହିନୀପତି କହିଛନ୍ତି ଯେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି। ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି। ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ। ଏହି ପ୍ରସଙ୍ଗଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ କିପରି ରାଜରାସ୍ତାକୁ ଓହ୍ଲାଇବ ସେ ରଣନୀତି ପ୍ରସ୍ତୁତ କରାଯିବ।।

ଆଗାମୀ ଦିନରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ସେନେଇ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବାହିନୀପତି କହିଛନ୍ତି।

ସୂଚନା ଅନୁସାରେ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା। ସୋନିଆଙ୍କ ସ୍ୱାସ୍ଥ୍ୟଗତ କାରଣରୁ ସେ ଇଡିରେ ହାଜର ହୋଇ ନଥିଲେ। ହେଲେ ରାହୁଲ ଗାନ୍ଧିଙ୍କୁ ଇଡି ୪ ଥର ଡାକି ଜେରା କରି ସାରିଲାଣି। ଇିଡି ଅଧିକାରୀମାନେ ରାହୁଲ ଗାନ୍ଧିଙ୍କୁ ଗତ ସୋମବାର ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।